ETV Bharat / state

ମିଳୁନି ସୌରିନ ଭଟ୍ଟଙ୍କ ଖୋଜଖବର, କଣ୍ଠଶିଳ୍ପୀଙ୍କ ନାଁରେ ଲୁକ ଆଉଟ ନୋଟିସ୍‌ - ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ ଆଉଟ ନୋଟିସ

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ଲୁକ ଆଉଟ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ସୌରିନଙ୍କୁ ଖୋଜାଖୋଜି କରିବା ପରେ ନ ପାଇବା ପରେ ପୋଲିସ ଏହି ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ ଆଉଟ ନୋଟିସ
lookout circular issued aganist shourin bhatt
author img

By ETV Bharat Odisha Team

Published : Sep 11, 2023, 1:08 PM IST

lookout circular issued aganist shourin bhatt

କଟକ: ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢିଲା । ଯୌନ ନିର୍ଯାତନା ଅଭିଯୋଗରେ ଫସିଥିବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ସୌରିନଙ୍କୁ କୋଲକାତାରେ ଖୋଜି ନ ପାଇବା ପରେ ପୋଲିସ ଏହି ପଦକ୍ଷେପ ନେଇଛି । ହାଇକୋର୍ଟ ଜାମିନ ଖାରଜ କରିବା ପରେ ତଦନ୍ତରେ ସହଯୋଗ କରୁ ନାହାନ୍ତି ସୌରିନ । ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ସୌରିନଙ୍କୁ ଖୋଜିବାକୁ ପୋଲିସ ଟିମ କଲିକତା ଯାଇଥିବା ବେଳେ ଖାଲି ହାତରେ ଫେରିଥିଲେ । ସୌରିନଙ୍କୁ ଖୋଜିବାକୁ କୋଲକତାର ତିନୋଟି ସ୍ଥାନରେ ପୋଲିସ ପ୍ରୟାସ କରିଥଲେ ବି ତାଙ୍କର ପତ୍ତା ମିଳିନଥିଲା । ବାଧ୍ୟହୋଇ ପୋଲସ ଏପରି ପଦକ୍ଷେପ ନେଇଥିବା କଟକ ଡିସିପି ପିନାକ ମିଶ୍ର କହିଛନ୍ତି। ତଦନ୍ତରେ ସହଯୋଗ କରୁ ନଥିବାରୁ ତାଙ୍କ ବିରୋଧରେ NBW ଇସ୍ୟୁ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିବା ପରେ ଏବେ ତାଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି ହେବା ଅଢୁଆ ବଢାଇଛି । ସୌରିନଙ୍କୁ ଗିରଫ କରିବା ପାଇଁ ପୋଲିସ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ବାରମ୍ବାର ନୋଟିସ ଦେବା ସତ୍ତ୍ୱେ ସୌରିନ କୌଣସି ସହଯୋଗ କରୁ ନଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।

ସୌରିନଙ୍କ ପାଇଁ କଣ ରହିଛି ବିକଳ୍ପ ?

ଯୌନ ନିର୍ଯାତନା ମାମଲାରେ ପୋଲିସ, ସୌରିନ ଗିରଫ କରିବା ଥୟ ନିଶ୍ଚିନ୍ତ । ସୌରିନ ତଦନ୍ତରେ ଯଦି ସହଯୋଗ ନକରନ୍ତି ତେବେ ତାଙ୍କ ପାଇଁ ଆହୁରି ବଡ଼ ସମସ୍ୟା ସୃଷ୍ଟି ହୋଇପାରେ । ଯଦି ତଦନ୍ତରୁ ଅଭିଯୋଗରରେ ସତ୍ୟାସତ୍ୟ ରହିଥିବା ଜଣାପଡେ ତେବେ ସୌରିନ ପୋଲିସକୁ ସହଯୋଗ କରିଲେ ବି ପୋଲିସ ତାଙ୍କୁ ଗିରଫ କରିବ । ଗିରଫଦାରୀରୁ ବଞ୍ଚିବା ପାଇଁ ହେଲେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇପାରିବ ସୌରିନ ।

ଏହା ବି ପଢନ୍ତୁ...ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ! ଟିମ ଗଠନ କରୁଛି ମହିଳା ଥାନା ପୋଲିସ

ଏହା ବି ପଢନ୍ତୁ...Sexual Harassment Allegations: ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

କଣ ଅଭିଯୋଗ: ସୌରିନ ଭଟ୍ଟ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଯୁବତୀ ଜଣକ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ । ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ତାଙ୍କର ଗୀତ ଗାଇବାର ନିଶା ରହିଥିଲା । ସେ ସୌରିନଙ୍କ ଫ୍ୟାନ ଥିଲେ । ଏକ ଷ୍ଟେଜର ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ସୌରିନ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଶାରିରୀକ ନିର୍ଯାତନା ସହ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ଯୁବତୀ । ଏନେଇ ଯୁବତୀ ଜଣକ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ । ସୌରିନଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା କଟକ ମହିଳା ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସୌରିନ ନିଜ ମୋବାଇଲ ସୁଇଚ୍‌ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.