ETV Bharat / state

ତାଲାବନ୍ଦ ନିୟମ ଉଲ୍ଲଂଘନ ମାମଲା: 24 ଘଣ୍ଟାରେ 12 ମାମଲା ରୁଜୁ - ତାଲାବନ୍ଦ ନିୟମ ଉଲ୍ଲଂଘନ ମାମଲା

ତାଲାବନ୍ଦ ନିୟମ ଉଲଙ୍ଘନ ମାମଲାରେ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଥାନାରେ ୧୨ ଟି ମାମଲା ରୁଜୁ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତାଲାବନ୍ଦ ନିୟମ ଉଲ୍ଲଂଘନ ମାମଲା, 24 ଘଣ୍ଟାରେ 12ଟି ମାମଲା ରୁଜୁ

author img

By

Published : May 15, 2020, 6:03 PM IST

କଟକ: କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜାରି ରହିଛି ଲକଡାଉନ ପ୍ରକ୍ରିୟା । ହେଲେ ଏହି ଲକଡାଉନକୁ ସଠିକ ଭାବେ ପାଳୁନାହାଁନ୍ତି କିଛି ଲୋକେ । ତେବେ ଏହି ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୨୧୩ ଟି ମାମଲା ରୁଜୁ କରାଯାଇଛି ।

ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୨ ଟି ମାମଲା ରୁଜୁ କରାଯାଇଛି । ଏହି ୧୨ ଟି ମାମଲା ମଧ୍ୟରୁ ୧୦ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ ୨ ଟି ମାମଲା ହୋମ କ୍ବାରେଣ୍ଟାଇନ ଉଲଙ୍ଘନ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.