ETV Bharat / state

ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଅଦାଲତ ବିଲ୍ଡିଂ ନିର୍ମାଣ ପ୍ରସଙ୍ଗ, ହାଇକୋର୍ଟରେ ମାମଲା ରୁଜୁ - ହାଇକୋର୍ଟରେ ମାମଲା ରୁଜୁ

ଖୋର୍ଦ୍ଧା ଟାଙ୍ଗୀର ବିଚାର ବିଭାଗୀୟ ଅଦାଲତ ନିର୍ମାଣ ପାଇଁ ପଟ୍ଟା ମିଳିଥିବାବେଳେ ଉକ୍ତ ସ୍ଥାନ ପରିବର୍ତ୍ତେ ଅନ୍ୟ ଏକ ସ୍ଥାନରେ ନିର୍ମାଣ ଆରମ୍ଭ କରାଯାଇଛି । ଏହାକୁ ବିରୋଧ କରି ରୁଜୁ ଏକ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

khurdha tangi judicial building construction matter in highcourt
ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଅଦାଲତ ବିଲ୍ଡିଂ ନିର୍ମାଣ ପ୍ରସଙ୍ଗ,ହାଇକୋର୍ଟରେ ମାମଲା ରୁଜୁ
author img

By

Published : Jan 13, 2021, 10:59 PM IST

କଟକ: ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଅଦାଲତ ବିଲ୍ଡିଂ ନିର୍ମାଣ ପ୍ରସଙ୍ଗରେ ହାଇକୋର୍ଟରେ ମାମଲା । ଏହାକୁ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଅଦାଲତ ବିଲ୍ଡିଂ ନିର୍ମାଣ ପ୍ରସଙ୍ଗ,ହାଇକୋର୍ଟରେ ମାମଲା ରୁଜୁ

ଟାଙ୍ଗୀର ଏକ ସ୍ଥାନରେ ବିଚାର ବିଭାଗୀୟ ଅଦାଲତ ନିର୍ମାଣ ପାଇଁ ପଟ୍ଟା ମିଳିଥିବାବେଳେ ଉକ୍ତ ସ୍ଥାନ ପରିବର୍ତ୍ତେ ଅନ୍ୟ ଏକ ସ୍ଥାନରେ ନିର୍ମାଣ ଆରମ୍ଭ କରାଯାଇଛି । ଏହାକୁ ବିରୋଧ କରି ରୁଜୁ ଏକ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃଆରୀ ୧୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସୂଚାନାଥାଉକି ଟାଙ୍ଗୀ ଠାରେ ବିଚାରବିଭାଗୀୟ ଅଦାଲତ, ଷ୍ଟାଫ କ୍ୱାର୍ଟସ ଏବଂ ଏକ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ଲାଗି ଆବଶ୍ୟକ ସ୍ଥାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଏନେଇ ପଟ୍ଟା ମଧ୍ୟ ଯୋଗାଇ ଦିଆଯାଇଥିଲା। କିନ୍ତୁ ଉକ୍ତ ସ୍ଥାନରେ ଏହି ବିଲ୍ଡିଂ ନିର୍ମାଣ କରାନଯାଇ ଟାଙ୍ଗୀ ସ୍କୁଲ ଠାରେ ଥିବା ଏକ ଖେଳ ପଡ଼ିଆ ଏବଂ ଗୋଚର ଜମିରେ ଏହି ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ତେବେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହେବା ସହ ରାଜସ୍ୱ ବିଭାଗ ସଚିବ,ଆଇନ ସଚିବ,ଖୋର୍ଦ୍ଧା ଜିଲ୍ଲାପାଳ , ଟାଙ୍ଗୀ ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.