ETV Bharat / state

ଖାନନଗର ବସ୍‌ ଟର୍ମିନାଲ ବିବାଦ, ଜିଲ୍ଲାପାଳଙ୍କ ସତ୍ୟପାଠ ଦାଖଲ ପାଇଁ ଦାବି - ବିସ୍ଥାପିତ ନହେବାର ସତ୍ୟପାଠ ଦାଖଲ ପାଇଁ ଦାବି

ଖାନନଗର ବସ୍‌ ଟର୍ମିନାଲ ପାଇଁ କୌଣସି ଉଚ୍ଛେଦ କରାଯିବ ନାହିଁ ପ୍ରସଙ୍ଗରେ ଜିଲ୍ଲାପାଳ ସତ୍ୟପାଠ ଦାଖଲ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Khan nagar Bus Terminal Dispute: Local people demand to submit affidavit on displacement
ଖାନନଗର ବସ୍‌ ଟର୍ମିନାଲ ବିବାଦ: ବିସ୍ଥାପିତ ନହେବାର ସତ୍ୟପାଠ ଦାଖଲ ପାଇଁ ଦାବି
author img

By

Published : Jan 29, 2021, 7:41 AM IST

କଟକ: ଜିଲ୍ଲାର ଖାନ ନଗର ବସ ଟର୍ମିନାଲକୁ ନେଇ ବିବାଦ ବଢିବାରେ ଲାଗିଛି । ତେବେ ଅଞ୍ଚଳବାସୀଙ୍କୁ ଜମିଜମା ବା କୌଣସି ବସ୍ତି ଉଚ୍ଛେଦ ନ ହେବା ପାଇଁ ଜିଲ୍ଲପାଳ କହିଛନ୍ତି । କିନ୍ତୁ ଅଞ୍ଚଳବାସୀ ଏନେଇ ଏକ ସତ୍ୟପାଠ ଦାଖଲ କରିବା ପାଇଁ ଦାବି କରିଛନ୍ତି ।

ଖାନନଗର ବସ୍‌ ଟର୍ମିନାଲ ବିବାଦ: ବିସ୍ଥାପିତ ନହେବାର ସତ୍ୟପାଠ ଦାଖଲ ପାଇଁ ଦାବି

ଦଳୀୟ ସାଂସଦ ଓ ଜିଲ୍ଲା ସଭାପତିଙ୍କ ମଧ୍ୟରେ ଖାନନଗର ବସ୍‌ ଟର୍ମିନାଲକୁ ନେଇ ବିବାଦ ଲାଗି ରହିଛି । ସେପଟେ ଜିଲ୍ଲାପାଳ କୌଣସି ପ୍ରକାର ବସ୍ତି ଉଚ୍ଛେଦ କାର୍ଯ୍ୟ ହେବ ନାହିଁ ବୋଲି କହିଛନ୍ତି । ଅଞ୍ଚଳବାସୀ ଏହି ସମ୍ପର୍କରେ ସୂଚନା ପାଇ ଖୁସି ହେବା ସହିତ ସରକାର ଏଥିଲାଗି ଏକ ସତ୍ୟପାଠ ଦାଖଲ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ମୋ କଟକ ସୁରକ୍ଷା ମଞ୍ଚର ସଦସ୍ୟ ଜିତେନ୍ଦ୍ର ସାହୁ ସରକାରଙ୍କ ଏହି ଯୋଜନାକୁ ସ୍ବାଗତ କରିଛନ୍ତି । କିନ୍ତୁ ବିସ୍ଥାପିତ ସମ୍ପର୍କରେ ସରକାର ଓ ପ୍ରଶାସନ ଏକ ସତ୍ୟପାଠ ଦାଖଲ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଯଦି ସତ୍ୟପାଠ ଦାଖଲ ନ ହୁଏ ତେବେ କଟକବାସୀଙ୍କ ସହ ସରକାର ଖେଳ ଖେଳୁଥିବା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.