ETV Bharat / state

ଜଗତସିଂହପୁର ଦୁଷ୍କର୍ମ ଘଟଣା: ନ୍ୟାୟ ପାଇଁ ଡିଜିଙ୍କୁ ଭେଟିଲେ ପରିବାର - ନ୍ୟାୟ ପାଇଁ ନେହୁରା

ଦୁଷ୍କର୍ମକାରୀକୁ ସହଯୋଗ କରୁଛି ପୋଲିସ । ଅଭିଯୋଗ ପରେ ମଧ୍ୟ ପୋଲିସ ତାକୁ ଗିରଫ କଲାନାହିଁ । ଆମ ଝିଅ ସହ ବାରମ୍ବାର ଦୁଷ୍କର୍ମ କରିଛି, ଅଭିଯୋଗ କରିବାକୁ କହିଲେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ମଧ୍ୟ ଦେଇଛି । ପୋଲିସ ତାକୁ ଗିରଫ କରିବାକୁ ବିଳମ୍ବ କଲା । ଯେଉଁଥିପାଇଁ ଆମ ଝିଅ ଆତ୍ମହତ୍ୟା କରିଛି । ନଚେତ ସେ ବଞ୍ଚିଯାଇ ପାରିଥାଆନ୍ତା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

jagatsinhpur-rape-case
ଜଗତସିଂହପୁର ଦୁଷ୍କର୍ମ ଘଟଣା;
author img

By

Published : Nov 30, 2019, 7:53 AM IST

କଟକ: ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟାଲ ଗ୍ରାମର ଦଳିତ ଝିଅସହ ଦୁଷ୍କର୍ମ ଘଟାଇଥିବା ଅପରାଧିକୁ ଥାନା ଅଧିକାରୀ ସହଯୋଗ କରିଥିବା ଅଭିଯୋଗ । ଉକ୍ତ ଅଧିକାରୀକୁ ବହିଷ୍କାର ଓ ଗିରଫ ଦାବି ନେଇ ଗୁରୁବାର ପରିବାର ଲୋକେ ପୋଲିସ ଡ଼ିଜିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ପରିବାର ଲୋକଙ୍କର ଅଭିଯୋଗ ଅନୁଯାୟୀ ପୂର୍ବରୁ ସେହି ଗ୍ରାମର ଦୀପକ ବେହୁରା ନାମକ ଜଣେ ଯୁବକ ତାଙ୍କର ଝିଅଙ୍କୁ ଦୀର୍ଘ ୩ ବର୍ଷ ହେବ ଜବରଦସ୍ତ ଦୁଷ୍କର୍ମ କରି ଆସୁଥିଲା । ପ୍ରତିବାଦ କଲେ ମାରିଦେବାର ଧମକ ମଧ୍ୟ ଦେଉଥିଲା । ଶେଷରେ ପରିବାର ଲୋକେ ଅତିଷ୍ଠ ହୋଇ ଗତ ଜୁନ ୮ ତାରିଖରେ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ। ହେଲେ ଥାନା ପୋଲିସ ତାଙ୍କ କଥା ନଶୁଣି ବିଦା କରି ଥାନା ବାହାରକୁ ଯିବାକୁ ଧମକ ଦେଇଥିଲେ ।

ଜଗତସିଂହପୁର ଦୁଷ୍କର୍ମ ଘଟଣା

ପୁଣି କିଛି ମାସ ପରେ ଅର୍ଥାତ ନଭେମ୍ବର ୭ ତାରିଖରେ ତାଙ୍କ ଝିଅ ସହ ଖରାପ କାର୍ଯ୍ୟ କରିବା ପରେ ତାଙ୍କର ଉଲଗ୍ନ ଫଟୋକୁ କାନ୍ଥରେ ମାରି ବଦନାମ କରାଇଥିଲେ । ଯାହା ଫଳରେ ଉକ୍ତ ପୀଡିତା ଆତ୍ମହତ୍ୟା କରିଥିଲେ । ପରେ ପରିବାର ଲୋକେ କେସ କରିଥିଲେ ସୁଦ୍ଧା ପୋଲିସ କୌଣସି ଦୁଷ୍ଟାନ୍ତ ପଦକ୍ଷେପ ନେଇନଥିଲା । ପରେ ଏହି ଘଟଣା ସବୁଆଡେ ପ୍ରଘଟ ହେବା ପରେ ପୋଲିସ ଆସାମୀକୁ ଗିରଫ କରିଥିଲା ।

ଏହି ଘଟଣାରେ ପୋଲିସ ଉକ୍ତ ଅପରାଧିକୁ ଘଣ୍ଟ ଘୋଡାଇବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଯଦି ଆଗରୁ ଉକ୍ତ ଯୁବକ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିଥାନ୍ତା, ତେବେ ତାଙ୍କର ତାଙ୍କର ଝିଅ ବଞ୍ଚିଥାନ୍ତା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟାଲ ଗ୍ରାମର ଦଳିତ ଝିଅର ବଳାତ୍କାର ଘଟାଇଥିବା ଅପରାଧି କୁ ସହଯୋଗ କରିଥିବା ଥାନା ଅଧିକାରୀ ଙ୍କୁ ବହିଷ୍କାର ଓ ଗିରଫ ଦାବି ନେଇ ଆଜି ପରିବାର ଲୋକେ ପୋଲିସ ଡ଼ିଜି ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ପରିବାର ଲୋକଙ୍କର ଅଭିଯୋଗ ଅନୁଯାୟୀ ପୂର୍ବରୁ ସେହି ଗ୍ରାମର ଦୀପକ ବେହୁରା ନାମକ ଜଣେ ଯୁବକ ତାଙ୍କର ଝିଅଙ୍କୁ ଦୀର୍ଘ ୩ ବର୍ଷ ହେବ ଜବରଦସ୍ତ ବଳାତ୍କାର କରି ଆସୁଥିଲେ । ପ୍ରତିବାଦ କଲେ ମାରିଦେବାର ଧମକ ଦେଉଥିଲେ। ଶେଷରେ ପରିବାର ଲୋକେ ଅତିଷ୍ଠ ହୋଇ ଗତ ଜୁନ ୮ ତାରିଖରେ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ। ହେଲେ ଥାନା ପୋଲିସ ତାଙ୍କ କଥା ନଶୁଣି ବିଦା କରି ଥାନା ବାହାରକୁ ଯିବାକୁ ଧମକ ଦେଇଥିଲେ। ପୁଣି କିଛି ମାସ ପରେ ଅର୍ଥାତ ନଭେମ୍ବର ୭ ତାରିଖରେ ତାଙ୍କ ଝିଅଙ୍କ ସହ ବଳାତ୍କାର କରିବା ପରେ ତାଙ୍କର ଉଲଗ୍ନ ଫୋଟୋ କୁ କାନ୍ଥ ରେ ମାରି ବଦନାମ କରାଇଥିଲେ। ଯାହା ଫଳରେ ଉକ୍ତ ପିଡିତା ଆତ୍ମହତ୍ୟା କରିଥିଲେ। ପରେ ପୋଲିସ କେସ କରିଥିଲେ ସୁଦ୍ଧା କୌଣସି ଦୁଷ୍ଟାନ୍ତ ପଦକ୍ଷେପ ନେଇନଥିଲେ। ପରେ ଏହି ଘଟଣା ସବୁଆଡେ ପ୍ରଘଟ ହେବା ପରେ ପୋଲିସ ଆସାମୀ କୁ ଗିରଫ କରିଥିଲା।

ଏହି ଘଟଣାରେ ପୋଲିସ ଉକ୍ତ ଅପରାଧି କୁ ଘଣ୍ଟ ଘୋଡାଇବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯଦି ଆଗରୁ ଉକ୍ତ ଯୁବକ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିଥାନ୍ତା ତେବେ ତାଙ୍କର ତାଙ୍କର ଝିଅ ବଞ୍ଚିଥାନ୍ତା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।Body:ବାଇଟ: ପିଡିତା ର ମାଆ ( ସାବୁଲି ଦାସ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.