ETV Bharat / state

ଲିଭିନି ମହାବାତ୍ୟାର ଦୁଃଖ, ଦାଉ ସାଧିବାକୁ ଆସୁଛି ଅମ୍ଫାନ - ଜଗତସିଂହପୁର ଖବର

ବାତ୍ୟା ପାଇଁ ଜଗତସିଂହପୁର ଘୋଷିତ ହୋଇଛି ରେଡ ଜୋନ । ହେଲେ ଗୀତାର ଜୀବନ କେବେ ରେଡ ଜୋନରୁ ବାହାରିବ ତାହା କେବଳ ଭଗବାନଙ୍କୁ ଜଣା । ଅଧିକ ପଢନ୍ତୁ...

ଲିଭିନି ମହାବାତ୍ୟାର ଦୁଃଖ, ଦାଉ ସାଧିବାକୁ ଆସୁଛି ଅମ୍ଫାନ

author img

By

Published : May 20, 2020, 1:03 AM IST

Updated : May 20, 2020, 10:36 AM IST

ଜଗତସିଂହପୁର: ରେଡ ଜୋନରେ ଜିଲ୍ଲା । କୋରୋନା ପାଇଁ ନୁହେଁ ବରଂ ବାତ୍ୟା ଅମ୍ଫାନ ପାଇଁ । କାରଣ ବୁଧବାର ଲ୍ୟାଣ୍ଡଫଲ କରିବ ଅମ୍ଫାନ । ତେବେ 21 ବର୍ଷ ତଳେ 1999 ମହାବାତ୍ୟା ଜଗତସିଂହପୁରର ଏର୍ସମା ଓ ବାଲିକୁଦା ବ୍ଲକ ନିକଟରେ ଲ୍ୟାଣ୍ଡଫଲ କରିଥିଲା । ସେ ବାତ୍ୟା ପରେ ଆସୁଛି ଆଉ ଏକ ବାତ୍ୟା । ହେଲେ ସେ ସମୟରେ ଅନେକ କିଛି ଉଜୁଡି ଯାଇଥିଲା ଜନଜୀବନ ଯାହାର ଦୁଃଖ ଆଜି ଯାଏଁ ଲାଗି ରହିଛି । ସେତେବେଳର ମହାବାତ୍ୟା ଲେଖିଥିଲା ଅନେକ ଦୁଃଖ କାହାଣୀ । ଆଜି ବି ସେହି କାହାଣୀ ସେମିତି ଦୁଃଖଭରା ରହିଛି ।

ଲିଭିନି ମହାବାତ୍ୟାର ଦୁଃଖ, ଦାଉ ସାଧିବାକୁ ଆସୁଛି ଅମ୍ଫାନ

21 ବର୍ଷ ତଳେ ମହାବାତ୍ୟା ଉଜାଡି ଦେଇଥିଲା ଜୀବନ । ଆରପାରିକୁ ଚାଲିଗଲେ ସ୍ବାମୀ । ଉଜୁଡିଗଲା ସୁନାର ସଂସାର । ପିଲାଙ୍କୁ ବଡ କରିବା ଆଶାରେ ଛାତିରେ ଚାପି ଦେଇଥିଲେ ଦୁଃଖ । ହେଲେ ଜୀବନରେ ଘୋଟି ଆସିଥିବା ଦୁଃଖ ଥମିବାର ନେଇନଥିଲା ନାମ । 21 ବର୍ଷ ପରେ ଆସୁଛି ଆଉ ଏକ ବାତ୍ୟା । ଆଉ ପୁଣିଥରେ ଏହାକୁ ସାମନା କରିବାକୁ ସେ ପ୍ରସ୍ତୁତ । ନା ମନରେ ଚିନ୍ତା, ନା ବ୍ୟସ୍ତତା । କାରଣ ଏତେ ବର୍ଷ ଭିତରେ କିଛି ବଦଳିନି ।

ମହାବାତ୍ୟାରୁ ଯାହା ସେ ହରାଇଥିଲେ ଆଜି ଯାଏଁ ତାହାକୁ ପାଇନାହାନ୍ତି । ରହିବା ପାଇଁ ଘର ନାହିଁ କି ଖାଇବା ପାଇଁ ଅର୍ଥ । ଚାଳ କୁଡିଆ ଘରେ ସାଥ ଦେଉଛି ବାରବୁଲା କୁକୁର । ଘରର ଭଙ୍ଗା କାନ୍ଥରେ ଲାଗିଛି ପୁରୁଣା ଲୁଗା । ଦୁଃଖକୁ ଭାଗ୍ୟର ରେଖା ବୋଲି ଆଦରି ନେଇଛି ଜଗତସିଂହପୁରର ଗୀତା ସେଠୀ । ସ୍ଥାନୀୟ ବାସିନ୍ଦା କହନ୍ତି ମହାବାତ୍ୟାପରଠାରୁ ହସିନି ଗୀତା । ପିଲାଙ୍କୁ ବଡ କରିବା ନିଶାରେ ଭୁଲିଯାଇଛି ନିଜ ସୁଖ । ଆଦରି ନେଇଛି ଦୁଃଖର ଜୀବନ । ହସଖୁସିରେ କଥା ପଦେ କହିବାର କେହି କେବେ ଶୁଣିନାହାନ୍ତି ।

ସେପଟେ କେବଳ ସରକାରୀ ଚାଉଳ ଦେଇ କର୍ତ୍ତବ୍ୟ ସାରିଦେଇଛି ପ୍ରଶାସନ । 21 ବର୍ଷ ଭିତରେ ସରକାର କେତେ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ବ୍ୟବସ୍ଥା ଆପଣାଇଛନ୍ତି । ହେଲେ ଏସବୁ ଭିତରେ କେଉଁଠି ହଜିଯାଇଛି ଗୀତା । ବାତ୍ୟା ପରେ ବାତ୍ୟା ଯାଉଛି ଓ ଆସୁଛି । ହେଲେ ସର୍ବସ୍ବ ହରାଇଥିବା ଗୀତାକୁ ପଡୁନି କିଛି ଫରକ । ବାତ୍ୟା ପାଇଁ ଜଗତସିଂହପୁର ଘୋଷିତ ହୋଇଛି ରେଡ ଜୋନ । ହେଲେ ଗୀତାର ଜୀବନ କେବେ ରେଡ ଜୋନରୁ ବାହାରିବ ତାହା କେବଳ ଭଗବାନଙ୍କୁ ଜଣା ।

ଜଗତସିଂହପୁରରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 20, 2020, 10:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.