ETV Bharat / state

କୁଖ୍ୟାତ ଲୁଟେରା ନିଲୁକୁ ଧରିଲା ଜଗତପୁର ଥାନା ପୋଲିସ

author img

By

Published : May 22, 2021, 8:31 PM IST

କୁଖ୍ୟାତ ଲୁଟେରାକୁ ଗିରଫ କଲା ଜଗତପୁର ଥାନା ପୋଲିସ । ମୋବାଇଲ ସହ ଏଲଇଡି ଜବତ । ଅଧିକ ପଢନ୍ତୁ...

କୁଖ୍ୟାତ ଲୁଟେରା ନିଲୁକୁ  ଧରିଲା ଜଗତପୁର ଥାନା ପୋଲିସ
କୁଖ୍ୟାତ ଲୁଟେରା ନିଲୁକୁ ଧରିଲା ଜଗତପୁର ଥାନା ପୋଲିସ

କଟକ: କୁଖ୍ୟାତ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ଜଗତପୁର ଥାନା ପୋଲିସ । ଗତ ମାର୍ଚ୍ଚ ୨୫ ତାରିଖରେ ଚୌଦ୍ୱାର ଅଞ୍ଚଳର ସାଗରୀକା ଶୁଭଲକ୍ଷ୍ମୀ ସ୍ୱାଇଁ ନାମକ ଜଣେ ମହିଳାଙ୍କ ଘରୁ ଡକାୟତି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ମହିଳା ଜଣଙ୍କ ଘରେ ନଥିବାବେଳେ କିଛି ଲୁଟେରା ଘରେ ପଶି ସୁନା, ରୂପା ଓ ଟିଭି ଆଦି ଲୁଟି ନେଇଥିଲେ ।

ତେବେ ଜଗତପୁର ଥାନା ପୋଲିସ ହାତରେ ଲୁଟେରା ଜଣକ ଗତକାଲି ଧରାପଡିଥିଲା । ପୋଲିସ ପଚରାଉଚରା କରିବାରୁ ସେ ଲୁଟ କରିଥିବା ନେଇ ସ୍ୱୀକାର କରିଥିଲା। ପୋଲିସ ଲୁଟେରାକୁ ଗିରଫ କରିବା ସହ ତା ନିକଟରୁ ଗୋଟିଏ ଦାମୀ ମୋବାଇଲ ଓ ୩୨ ଇଞ୍ଚର ଏକ ଏଲଇଡି ଟିଭିକୁ ଜବତ କରିଥିବା ସୂଚନା ଦେଇଛି ପୋଲିସ ।

କଟକରୁ ନାରାୟଣ ସାହୁ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.