କଟକ: 12 ଘଣ୍ଟିଆ ଚୌଦ୍ବାର ବନ୍ଦ ଡାକରା ଦେଲା ଚୌଦ୍ବାର ଜାଗରଣ ମଞ୍ଚ । 55 ନମ୍ବର ଜାତୀୟ ରାଜପଥକୁ ପୁନଃ ମରାମତି ଓ ଶୀଘ୍ର କାମ ସାରିବା ନେଇ ଶୁକ୍ରବାର ମଞ୍ଚ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା ।
ଦୀର୍ଘ ଦିନ ଧରି ଏହି ରାସ୍ତା ଜରାଜୀର୍ଣ୍ଣ ହୋଇ ପଡିଛି । ପାଣି ଜମୁଛି ଓ ପିଚୁ ମଧ୍ୟ ଉଡି ଉଭାନ ହୋଇଗଲାଣି । ଏନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ବାରମ୍ବାର ପ୍ରକାଶ ପାଉଥିଲେ ମଧ୍ୟ ଏଯାବତ କୌଣସି ଦିଗରୁ ମିଳିପାରୁନି ପ୍ରୋତ୍ସାହନ। ଏଣୁ ଏ ନେଇ ଆଜି ବନ୍ଦ ଡାକରା ଦେଇଛି ମଞ୍ଚ। ତେବେ ସ୍ଥାନୀୟ ଥାନା ଅଧିକାରୀ ଓ କାମ ନେଇଥିବା ପ୍ରୋଜେକ୍ଟ ମ୍ୟାନେଜରଙ୍କ ପ୍ରତିଶ୍ରୁତି ପରେ କିଛି ମାତ୍ରାରେ ଥଣ୍ଡା ପଡିଥିଲା ଆନ୍ଦୋଳନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ