ETV Bharat / state

ଆଠଗଡ଼ରେ ଗୁଳିବର୍ଷା, ଲୋକେ ଆତଙ୍କିତ

author img

By

Published : Dec 8, 2022, 3:04 PM IST

ଆଠଗଡ଼ ନୂଆ ଶାସନ ଗ୍ରାମରେ ଗୁଳିବର୍ଷା । ଗାଁ ବାରଣ୍ଡାରେ ପଡୁଛି ଗୁଳି, ଏଥି ସହ ଲୋକଙ୍କ ଦେହରେ ମଧ୍ୟ ବାଜୁଛି । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଆଠଗଡ଼ ଶାସନର ଗ୍ରାମବାସୀ । କେଉଁ ଆଢୁ ଏହି ଗୁଳି ଆସୁଛି ସେନେଇ ଚିନ୍ତାରେ ଗ୍ରାମବାସୀ ।

ଆଠଗଡ଼ରେ ଗୁଳିବର୍ଷା
ଆଠଗଡ଼ରେ ଗୁଳିବର୍ଷା

କଟକ: ଆଠଗଡ଼ ବ୍ଲକ ନୂଆ ଶାସନ ଗ୍ରାମରେ ଗୁଳିବର୍ଷା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଘର ଠାରୁ ବଜାର... ସବୁଆଡେ ଆସି ମେଞ୍ଚା ମେଞ୍ଚା ପଡୁଛି ଗୁଳି । ଏନେଇ ଗ୍ରାମବାସୀ ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ ଜଣାଇବା ପରେ ମଧ୍ୟ ଆମେ ଏବିଷୟରେ କିଛି ଜାଣି ନଥିବା କହୁଛନ୍ତି । ମାସେ କି ଦୁଇ ମାସ ନୁହଁ ବରଂ ଦୀର୍ଘ ୩ ବର୍ଷ ହେଲାଣି ଗୁଳି ବର୍ଷାକୁ ନେଇ ଆତଙ୍କିତ ଅବସ୍ଥାରେ ଆଠଗଡ଼ ଶାସନର ଗ୍ରାମବାସୀ । କେଉଁ ଆଡୁ ଏହି ଗୁଳି ଆସୁଛି ସେନେଇ ଚିନ୍ତାରେ ଗ୍ରାମବାସୀ । ଗତ ୨୦୧୯ ମସିହାରେ ସୁଭାଷିନୀ ରାଉତ ଘର ବାହାରେ ଥିବା ନଳକୂପରୁ ପାଣି ଆଣିବାକୁ ଯାଇଥିଲେ। ହେଲେ ହଠାତ୍ ଘର ସେପଟୁ ଏକ ଗୁଳି ତାଙ୍କ ହାତରେ ପଶିଗଲା । ଚିକିତ୍ସା ସମୟରେ X-ray କରିବାରୁ ହାତରେ ଗୁଳି ପଶି ରହିଥିବା ନେଇ ଜଣା ପଡିଥିଲା । ପାଖାପାଖି ଅଢ଼େଇ ମାସ ଧରି ଗୁଳି ରହିବା ପରେ ଅପରେସନ ହେବାରୁ ଗୁଳି ବାହାରିଥିଲା ।

ଆଠଗଡ଼ରେ ଗୁଳିବର୍ଷା

ସେହିପରି ଗାଁର ଅନେକ ଲୋକଙ୍କ ଘର ଆଜବେଷ୍ଟ କଣା କରି ଗୁଳି ପଶିଥିବା ବେଳେ କେତେକଙ୍କ ହାତ ଓ ଗୋଡରେ ମଧ୍ୟ ଗୁଳି ବାଜିଛି । ଗତ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏପରି ପରିସ୍ଥିତି ଲାଗିଥିବା ବେଳେ ଏହାର ସମାଧାନ ହୋଇପାରୁ ନାହିଁ । ଘରୁ ବାହାରିବା ପାଇଁ ବହୁତ ଭୟ ଲାଗୁଛି ବୋଲି ଗ୍ରାମବାସୀ କ୍ୟାମେରା ସାମ୍ନାରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଏଭଳି ପରିସ୍ଥିତି ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏଭଳି ଗୁଳିବର୍ଷା କେଉଁଠୁ ହେଉଛି ? କିଏ କରୁଛି ? କାହିଁକି ବନ୍ଦ ହୋଇପାରୁନି ନାହିଁ ? ମୁଣ୍ଡୁଳୀରେ ଥିବା ଫାଇରିଙ୍ଗରୁ ଏହି ଗୁଳି ଆସୁଥିବା ଗ୍ରାମବାସୀ କହୁଥିବା ବେଳେ ଏନେଇ ତଦନ୍ତ କାହିଁକି କରାଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ସେପଟେ ଏହାକୁ ନେଇ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି ଜିଲ୍ଲାପାଳ ଓ ଅତିରିକ୍ତ ଡିସିପି । କଟକ ଜିଲ୍ଲାପାଳ କହିଛନ୍ତି, '' ଏ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଜିଲ୍ଲା ଏସପିଙ୍କୁ ଏ ନେଇ ସେ ଅବଗତ କରେଇବେ ବୋଲି କହିଛନ୍ତି ।''

ଅନ୍ୟପଟେ ଏ ନେଇ ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି । ମୁଣ୍ଡୁଳୀରେ ଥିବା ଫାଇରିଙ୍ଗ ରେଞ୍ଜରୁ ଏହି ଗୁଳି ଆସୁଛି କି ? ନା ଅନ୍ୟ କୁଆଡୁ ଆସୁଛି ? କିଏ କହୁଛନ୍ତି ସତ ? ସଠିକ୍ ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ଉଠିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.