ETV Bharat / state

ରେଭେନସା ବିଶ୍ୱବିଦ୍ୟାଳୟ ନାମଲେଖା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ରେଭେନସା ବିଶ୍ଵବିଦ୍ୟାଳୟରେ ଅନିୟମିତତା ଅଭିଯୋଗ । ରାଜନୀତି ବିଜ୍ଞାନ ବିଭାଗରେ ନାମ ଲେଖା ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ । ନାମଲେଖା ପ୍ରକ୍ରିୟା ଦାୟିତ୍ୱରେ ଥିବା ଜନୈକା ଅଧିକାରିଣୀଙ୍କ ବିରୋଧରେ ଆସିଛି ଅଭିଯୋଗ । ଅଧିକ ପଢ଼ନ୍ତୁ

ରେଭେନସା ବିଶ୍ୱବିଦ୍ୟାଳୟ ନାମଲେଖା ପ୍ରକ୍ରିୟାରେ ଅନିୟମିତତା

author img

By

Published : Dec 18, 2022, 11:55 AM IST

ରେଭେନସା ବିଶ୍ୱବିଦ୍ୟାଳୟ ନାମଲେଖା ପ୍ରକ୍ରିୟାରେ ଅନିୟମିତତା

କଟକ: ରେଭେନସା ବିଶ୍ଵବିଦ୍ୟାଳୟରେ ଅନିୟମିତତା । ରାଜନୀତି ବିଜ୍ଞାନ ବିଭାଗରେ ନାମ ଲେଖା ପ୍ରକ୍ରିୟାରେ ଦୁର୍ନୀତିର ଅଭିଯୋଗ (Irregularities in Ravenshaw university ) । ନାମଲେଖା ପ୍ରକ୍ରିୟା ଦାୟିତ୍ୱରେ ଥିବା ଜନୈକା ଅଧିକାରିଣୀଙ୍କ ବିରୋଧରେ ଆସିଛି ଅଭିଯୋଗ( Ravenshaw university for enrollment process)। ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷ ଜଣକ ନିଜ ପଦବୀର ଅପବ୍ୟବହାର କରୁଥିବାର ଅଭିଯୋଗ ଆଣିଛି ହିନ୍ଦୁ ସେନା ଛାତ୍ର ସଙ୍ଗଠନ । ନିଜର ସମ୍ପର୍କୀୟ କମ୍ ନମ୍ବର ରଖି ପ୍ରବେଶିକା ସିଟ୍ ପାଇଥିବା ବେଳେ ଅଧିକା ନମ୍ବର ରଖିଥିବା ମେଧାବୀ ଛାତ୍ରୀ ଜଣକ ନାମଲେଖା ପ୍ରକ୍ରିୟାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛି ସଙ୍ଗଠନ ।

ତେବେ ଏହି ଘଟଣାର ସଠିକ୍ କାର୍ଯ୍ୟାନୁଷ୍ଠାନ ଦାବି କରି ମେଧାବୀ ଛାତ୍ରକୁ ନ୍ୟାୟ ଦେବାକୁ ଦାବି କରିଛି ହିନ୍ଦୁ ସେନା ଛାତ୍ର ସଙ୍ଗଠନ । ଏନେଇ ହିନ୍ଦୁ ସେନା ଛାତ୍ର ସଙ୍ଗଠନ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି ଜଣାଇଛି ।

ଏ ସମ୍ପର୍କରେ ରେଭେନସାର ପୂର୍ବତନ ଛାତ୍ର ସାର୍ଥକ ରାୟ କହିଛନ୍ତି, ''ରେଭେନସା ବିଶ୍ବ ବିଦ୍ୟାଳୟର ରାଜନୀତି ବିଭାଗରେ ନାଁ ଲେଖାରେ ଚାଲିଛି ଦୁର୍ନୀତି । ଏହି ନାଁ ଲେଖାର ଦାୟିତ୍ବ ନେଇଥିବା ପିଜି କାଉନସିଲରର ଚେୟାରମ୍ୟାନ ସେ ଏକ ଚିଠି ଲେଖିଛନ୍ତି । ଚିଠିରେ ରାଜନୀତି ବିଭାଗରେ ନାଁ ଲେଖାରେ ତ୍ରୁଟି ହୋଇଛି ବୋଲି ଉପସ୍ଥାପନା କରିଛନ୍ତି । ଏହି ନାମ ଲେଖା ପ୍ରକ୍ରିୟାରେ ଜଣେ ମେଧାବୀ ଛାତ୍ରକୁ ହଟାଇ ଆଉ ଜଣେ ତାଠୁ କମ୍ ନମ୍ବର ରଖିଥିବା ଛାତ୍ରକୁ କଲେଜରେ ଆଡମିଶନ ଦିଆଯାଉଛି ।’’

‘‘ଏନେଇ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ । ହେଲେ ଏହି କାମରେ କର୍ତ୍ତୃପକ୍ଷ ଖୋଦ ଦୋଷୀ । ସେ ହଁ ନାମ ଲେଖା ପ୍ରକ୍ରିୟାରେ ଚଞ୍ଚକତା କରିଛନ୍ତି । କର୍ତ୍ତୃପକ୍ଷ ଖୋଦ ଜଣେ ମେଧାବୀ ଛାତ୍ରର ରାଜନୀତି ବିଭାଗରେ ନାଁ ଲେଖାରେ ଦୁର୍ନୀତି କରିଥିଲେ । କର୍ତ୍ତୃପକ୍ଷଙ୍କ ନିଜର ସମ୍ପର୍କୀୟ ଜଣେ ଛାତ୍ର କମ୍ ନମ୍ବର ରଖି ପ୍ରବେଶିକା ସିଟ୍ ପାଇଛନ୍ତି । ହେଲେ ଜଣେ ମେଧାବୀ ଛାତ୍ରଟି ଅଧିକା ନମ୍ବର ରଖି ମଧ୍ୟ ତାକୁ ଆଡମିଶନ ମିଳିଲାନାହିଁ । ଯାହା ଅତ୍ୟନ୍ତ ନିନ୍ଦନୀୟ । ତେବେ ଏଭଳି କେବଳ ରାଜନୀତି ବିଭାଗ ନୁହେଁ ବିଭିନ୍ନ ବିଭାଗରେ ହୋଇଥାଇପାରେ ବୋଲି କିଛି ସନ୍ଦେହ ନାହିଁ । ତେଣୁ ଗତକାଲି ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ଦେଇଛୁ (Student protest) । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛୁ''।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.