ETV Bharat / state

ସରକାରୀ କାମରେ ଅନିୟମିତତା, ନିର୍ମାଣର 2 ବର୍ଷ ନପୂରୁଣୁ ମହାନଦୀରେ ଲୀନ ହେଲାଣି ଗଡ଼ଗଡ଼ିଆ ଘାଟ

author img

By ETV Bharat Odisha Team

Published : Sep 27, 2023, 7:50 PM IST

ଦୁଇ ବର୍ଷ ତିଷ୍ଠିଲାନି 70 ଲକ୍ଷ ଟଙ୍କାର କାମ । ମହାନଦୀରେ ଲୀନ ହେଲାଣି କଟକ ଗଡ଼ଗଡ଼ିଆ ଘାଟ । ନିର୍ମାଣ କାର୍ଯ୍ୟରେ ଅବବ୍ୟସ୍ଥା ଅଭିଯୋଗ । ଅଧିକ ପଢ଼ନ୍ତୁ

ସରକାରୀ କାମରେ ଅନିୟମିତତା
ସରକାରୀ କାମରେ ଅନିୟମିତତା
ସରକାରୀ କାମରେ ଅନିୟମିତତା

କଟକ: ସରକାରୀ କାମରେ ଅନିୟମିତତା । ଦୁଇ ବର୍ଷ ତିଷ୍ଠିଲାନି 70 ଲକ୍ଷ ଟଙ୍କାର କାମ । କଟକ ଗଡ଼ଗଡ଼ିଆ ଘାଟ ନିର୍ମାଣରେ ଅବବ୍ୟସ୍ଥା । ଏନେଇ ନିର୍ମାଣ କାମ କରିଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରିଵା ସହ ସମ୍ପୃକ୍ତ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଵା ପାଇଁ ଦାଵି କରିଛନ୍ତି ବାରବାଟୀ ଵିଧାୟକ ମହମ୍ମଦ ମୋକିମ୍ ।

ତେବେ 2 ବର୍ଷ ତଳେ ମହାନଦୀ ଵ୍ୟାରେଜ ଡିଭିଜନ ଦ୍ବାରା 70 ଲକ୍ଷ ଟଙ୍କା ବିନିମୟରେ କଟକ ଗଡ଼ଗଡ଼ିଆ ଘାଟ ନିର୍ମାଣ କରାଯାଇଥିଲା । ହେଲେ କାମ ଏତେ ନିମ୍ନମାନର ଥିଲା ଯେ ଅର୍ଦ୍ଧାଧିକ ଘାଟ ଏବେ ମହାନଦୀରେ ଲୀନ ହୋଇଯାଇଛି । ସେପଟେ ଘାଟର ଅଵସ୍ଥାକୁ ଦେଖି ସେଠାକୁ ସାଧାରଣ ଲୋକଙ୍କ ଯିବାକୁ ବାରଣ କରିଛି ପ୍ରଶାସନ । ଏହାସହ ପ୍ରଶାସନ ପକ୍ଷରୁ ଏବେ ପୁରା ଘାଟକୁ ଵାରିକେଡିଂ କରାଯାଇଛି । ସେପଟେ ଏଭଳି ନିମ୍ନମାନର କାମରେ କ୍ଷୁବ୍ଧ ହୋଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମହାନଦୀ ଵ୍ୟାରେଜ ଡିଭିଜନର ଚିଫ ଇଞ୍ଜିନିୟରଙ୍କୁ କଟକ ମେୟର ଚିଠି ଲେଖିଥିବା ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Assembly News: ଜାତୀୟ ରାଜପଥ 55କୁ ନେଇ ଦୀପାଳି-ନାଉରୀ ମୁହାଁମୁହିଁ

ସେପଟେ ବାରବାଟୀ ଵିଧାୟକ ମହମ୍ମଦ ମୋକିମ୍ ଏବଂ କଂଗ୍ରେସର ଏକ ପ୍ରତନିଧି ଦଳ ଗଡ଼ଗଡ଼ିଆ ଘାଟ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବ ମହାନଦୀ ଵ୍ୟାରେଜ ଡିଭିଜନର ଏଭଳି ନିମ୍ନମାନର କାମ ପାଇଁ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି ମୋକିମ । ମୋକିମ ଏହା ମଧ୍ୟ କହିଛନ୍ତି, "ଘାଟ ନିର୍ମାଣ କାର୍ଯ୍ୟକୁ ବର୍ଷେ ନପୁରୁଣୁ ଏଭଳି ଅବବ୍ୟସ୍ଥା ଦେଖିବାକୁ ମିଳିଛି । ସାଧାରଣ ଭାବରେ ଆଖିରେ ଧୂଳି ଦେଇ ନିମ୍ନମାନର କାମ କରି ଲୁଟ କରିବା ପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି । ଏହାସହ ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଆତ୍ମସାତ ହୋଇଛି । ତେଣୁ ଯେଉଁ କଣ୍ଟ୍ରାକ୍ଟର ଏହି କାମ କରିଛନ୍ତି ତାଙ୍କୁ ବାହାର କରାଯାଉ ଏବଂ ଯେଉଁ ପ୍ରଶାସନିକ ଅଧିକାରୀ ଏହାର ଯାଞ୍ଚ କରି ବିଲ ପାସ୍‌ କରିଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ । କଟକ ସହର ଉପରେ ଜଦି ଏଭଳି ହରିଲୁଟ ହେବ ତେବେ କଟକ କିଭଳି ବିକାଶ ହେବ। ତେଣୁ ତୁରନ୍ତ ଏହାକୁ ଭାଙ୍ଗି ନୂଆ କାମ କରାଯାଉ। ତେବେ ସରକାରୀ ଦଳ କେବଳ ଅନୁଧ୍ୟାନ କରୁଥିବା କହିଲେ ହେବ ନାହିଁ ବରଂ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.