କଟକ: ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟେରିଙ୍ଗ୍ ଏବଂ ପର୍ଯ୍ୟଟନ ନିଗମ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାଳୟାରେ ବାରାଣାସୀ,ଆହ୍ଲାବାଦର ତ୍ରିବେଣୀ ସଙ୍ଗମ ଏବଂ ଗୟାରେ ପିଣ୍ଡଦାନ କରିବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ କଟକ ଷ୍ଟେସନରୁ ଯାତ୍ରା କରିବ। ଆସନ୍ତା ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ତାରିଖ ଯାଏଁ ଯାତ୍ରା କରିବ ଏହି ଟ୍ରେନ । ୬ ରାତି ୭ ଦିନ କରାଯାଇଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ସ୍ପେଶାଲ୍ ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ବିସ୍ତୃତ ସୂଚନା ଦେଇଛନ୍ତି ନିଗମର ଭୁବନେଶ୍ବର ଆଞ୍ଚଳିକ ପ୍ରବନ୍ଧକ ଡ. କ୍ରାନ୍ତି ସାୱରକର।
ଏହି ସ୍ବତନ୍ତ୍ର ଟ୍ରେନରେ ଫାଷ୍ଟ କୋଚ୍ ବା ନନ-ଏସି ପାଇଁ ୬,୬୨୦ ଟଙ୍କା ଏବଂ ଏସି କ୍ଲାସ୍ ପାଇଁ ୧୧ ହଜାର ୩୦ ଟଙ୍କା ରହିଛି। ଏହି ୨ଟି ପ୍ୟାକେଜରେ ୩ ଓଳି ଖାଦ୍ୟ ସହ ଚା,କଫିର ମଧ୍ୟ ବ୍ୟବସ୍ଥା ରହିଛି । ଏହା ସହ ରହଣୀ ସ୍ଥାନରେ ହୋଟେଲ୍ ବା ଧର୍ମଶାଳାର ବ୍ୟବସ୍ଥା ରହିଥିବାବେଳେ ଲୋକଙ୍କ ସହ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ଏବଂ ଯାତ୍ରା ସମ୍ପୁର୍ଣ୍ଣ ସରକାରଙ୍କ କୋଭିଡ ନିୟମରେ ହେବ ବୋଲି ନିଗମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏବେ ସୁଦ୍ଧା ୫୦ ପ୍ରତିଶତ ବୁକିଂ ସରିଯାଇଥିବାରୁ ଅବଶିଷ୍ଟ ବୁକିଂ ଖୁବଶୀଘ୍ର ଶେଷ ହେବ ବୋଲି ଆଶା ରଖିଛି ନିଗମ । ତେବେ ଯେଉଁମାନେ ଏହି ସୁବିଧା ଚାହୁଁଛନ୍ତି ସେମାନେ ଅନଲାଇନରେ IRCTC.COMରେ ଲଗଇନ କରି ବୁକିଂ କରି ପାରିବେ । ଯଦି ଅନଲାଇନ ସୁବିଧା ଉପଲବ୍ଧ ନଥାଏ, ତେବେ କଟକ ଷ୍ଟେସନର ୧.ନମ୍ବର ଫ୍ଲାଟଫର୍ମରେ ଫୁଡ୍ ପ୍ଲାଜା ଠାରେ ବୁକିଂ କରିପାରିବେ ବୋଲି କହିଛନ୍ତି ଆଞ୍ଚଳିକ ପ୍ରବନ୍ଧକ ଡକ୍ଟର କ୍ରାନ୍ତି ସାଓ୍ବରକର ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ