ETV Bharat / state

କଟକ କଂଗ୍ରେସରେ କନ୍ଦଳ, ମୋକିମଙ୍କ ବନ୍ଧୁ ମିଳନରେ ଯୋଗଦେଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ସୁରେଶ

author img

By

Published : Jul 30, 2023, 8:28 PM IST

କଂଗ୍ରେସ ଦଳରୁ ନିଲମ୍ବନ ହେବା ପରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଦଳୀୟ କର୍ମୀଙ୍କୁ ନେଇ ବନ୍ଧୁ ମିଳନ କରିବାକୁ ନାପସନ୍ଦ କରିଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ମୋକିମ ବନ୍ଧୁ ମିଳନରେ ଯୋଗଦେଲେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲେ ସୁରେଶ କହିଛନ୍ତି । ଅଧିକ ପଢ଼ନ୍ତୁ

infighting in cuttcak congress
କଟକ କଂଗ୍ରେସରେ କନ୍ଦଳ
କଟକ କଂଗ୍ରେସରେ କନ୍ଦଳ

କଟକ: କଂଗ୍ରେସ ଦଳରୁ ନିଲମ୍ବନ ହେବା ପରେ ବଳ ଗୋଟାଇବାରେ ଲାଗିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଭିନ୍ନ ସମୟରେ ସଭା ସମିତି ଓ ବନ୍ଧୁ ମିଳନ କରି ନିଜ ସ୍ଥିତିକୁ ବଜାୟ ରଖିବା ସହ ଏହାକୁ ଅଧିକ ସୁଦୃଢ଼ ମଧ୍ୟ କରିବାରେ ଲାଗିଛନ୍ତି । ବିଶେଷ କରି ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଥିବା ନିଜ ସମର୍ଥକ ତଥା କଂଗ୍ରେସ କର୍ମୀଙ୍କୁ ନେଇ ସେ ନିୟମିତ ଭାବେ ବୈଠକ ମଧ୍ୟ ଜାରି ରଖିଛନ୍ତି ।

ଏହି କ୍ରମରେ ରବିବାର କଟକ ସଦର ଅଞ୍ଚଳର ସମର୍ଥକଙ୍କୁ ନେଇ ନିଜ ବାସଭବନରେ ଏକ ବନ୍ଧୁ ମିଳନର ମଧ୍ୟ ଆୟୋଜନ କରିଥିଲେ ମହମ୍ମଦ ମୋକିମ । ବନ୍ଧୁ ମିଳନରେ ଯୋଗ ଦେଇଥିବା କଂଗ୍ରେସ କର୍ମୀମାନେ ମୋକିମଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି । ସେପଟେ ମୋକିମଙ୍କ ଏହିଭଳି କାର୍ଯ୍ୟକ୍ରମ ଉପରେ ଆପତ୍ତି ଉଠାଇଛି କଂଗ୍ରେସ । ଦଳରୁ ନିଲମ୍ବିତ ହେବା ପରେ ମୋକିମ କେଉଁ ଆଧାରରେ ସଭା ସମିତି କରୁଛନ୍ତି, ଏହାକୁ ନେଇ ପ୍ରଶ୍ନ କରିବା ସହ ମୋକିମ ଓ ତାଙ୍କ ସଭାସମିତିରେ ଯୋଗ ଦେଉଥିବା କଂଗ୍ରେସ କର୍ମୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚତେବନୀ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ତେବେ କିଛି ଦିନ ପୂର୍ବରୁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । AICCର ଏହି ନିଷ୍ପତିକୁ ଗ୍ରହଣ କରିଛି PCC କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ: କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ପ୍ରସଙ୍ଗ ଉଠାଇବେ ନରସିଂହ, ଏକାଠି ଲଢ଼ିବୁ କହିଲେ ଜୟଦେବ

ପୂର୍ବରୁ ମୋକିମ ଦଳରୁ ନିଲମ୍ବନ ହେଲା ପରେ କଟକ ନଗର ସଭାପତି ସୁରେଶ ମହାପାତ୍ର ପ୍ରତିକ୍ରିୟା ରଖିଥିଲେ । "ମୋକିମ ନିଲମ୍ବନ ପରେ ଦଳ ଉପରେ କିମ୍ବା କଟକ ନଗର କଂଗ୍ରେସ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଦଳ ପୂର୍ବରୁ ଯେପରି ଥିଲା ସେପରି ରହିବ । ବିଗତ ଦିନରେ ଅନେକ ବଡ଼ ବଡ଼ ନେତା କଂଗ୍ରେସରୁ ଯାଇଛନ୍ତି । କିନ୍ତୁ ଦଳ କୌଣସି ପ୍ରଭାବିତ ହୋଇ ନାହିଁ । ମୋକିମ ଭଳି ଅନେକ ବିଜୟୀ ବିଧାୟକ ଦଳରୁ ଯାଇଛନ୍ତି ହେଲେ ଦଳ କୌଣସି ପ୍ରଭାବିତ ହୋଇନି ।" ଆଉ ବର୍ତ୍ତମାନ ସମୟରେ ମଧ୍ୟ ଦଳ କୌଣସି ପ୍ରକାର ପ୍ରଭାବିତ ହେବନି ବୋଲି ସ୍ପଷ୍ଟ କରିଥିଲେ । ତେବେ ଆଜି ମୋକିମ ଘରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀ ଯୋଗ ଦେବା ନେଇ ସେ କଟକ ନଗର କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯିଏ ଦଳରୁ ନିଲମ୍ବନ ହୋଇଛନ୍ତି ସେ କଣ ପାଇଁ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରିବେ । ଯେଉଁମାନେ ଏଭଳି କାର୍ଯ୍ୟକ୍ରମରେ ଯୋଗଦେବେ ତାଙ୍କ ବିରୋଧରେ ଆଗମୀ ଦିନରେ ଶୃଙ୍ଖଳା ଗତ କାର୍ଯ୍ୟନୁଷ୍ଠାନ ନିଶ୍ଚୟ ବୋଲି ସୁରେଶ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.