ETV Bharat / state

ଡିସେମ୍ବରରେ ମ୍ୟାଚ, କେବେ ପ୍ରସ୍ତୁତ ହେବ ବାରବାଟୀ ?

author img

By

Published : Jun 6, 2019, 9:26 PM IST

ଅନେକ ଦିନ ପରେ ବାରବାଟୀକୁ ଫେରିବ ଆନ୍ତର୍ଜାତୀୟ ମ୍ୟାଚ । ଡିସେମ୍ବରରେ ଭାରତ-ୱେଷ୍ଟଇଣ୍ଡିଜ ହାଇଭୋଲଟେଜ ଟକ୍କର । ଏପଟେ କିନ୍ତୁ ଫନି ବଦଳାଇ ଦେଇଛି ବାରବାଟୀ ଷ୍ଟାଡିୟମର କାୟାକଳ୍ପ । ଗ୍ୟାଲେରୀ, ପ୍ରେସ ହଲ, ଫ୍ଲଡ଼ ଲାଇଟ କିଛି ବି ବାଦ ପଡିନି ଫନି ମାଡରୁ । ସେଥିପାଇଁ ଏବେ ଚିନ୍ତାରେ ଓଡିଶା କ୍ରିକେଟ ଆସୋସିଏସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଫନି ପ୍ରଭାବରେ ଶ୍ରୀହୀନ ହୋଇପଡିଛି ବାରବାଟୀ ଷ୍ଟାଡିଅମ । ଗ୍ୟାଲେରୀ ଠୁ ଆରମ୍ଭ କରି ଫ୍ଲଡ଼ ଲାଇଟ , ପ୍ରେସ ହଲ ପର୍ଯ୍ୟନ୍ତ ସବୁ କିଛି ଭାଙ୍ଗି ଚୁରମାର । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ଓସିଏ । କାରଣ ଚଳିତ ବର୍ଷ ବାରବାଟିରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ । ଡିସେମ୍ବର 22ରେ ୱେଷ୍ଟଇଣ୍ଡିଜ ସହ ମୁହାଁମୁହିଁ ହେବ ଟିମ ଇଣ୍ଡିଆ । ତେବେ ହାତରେ ମାତ୍ର 6 ମାସ ରହିଥିବା ବେଳେ ଏଯାବତ ଆରମ୍ଭ ହୋଇପାରିନି ଷ୍ଟାଡିଅମ ପୁନରୁଦ୍ଧାର କାର୍ଯ୍ୟ । କାରଣ ବର୍ତ୍ତମାନ ସୁଦ୍ଧା ଏକ୍ସପଟ ଟିମ ଷ୍ଟାଡିଅମରେ ହୋଇଥିବା କ୍ଷୟକ୍ଷତିକୁ ପରଖିବାରେ ବ୍ୟସ୍ତ । ଯାହା କ୍ଷୟକ୍ଷତି ରିପୋର୍ଟ ଆସିବ ତାକୁ ବିସିଆଇକୁ ପୈଠ କରିବା ପରେ ଆର୍ଥିକ ପ୍ରୋତ୍ସାହନ ସ୍ଥିରୀକୃତ ହେବ ବୋଲି ସୂଚନା ଦେଇଛନ୍ତି ଷ୍ଟାଡିଅମ ଚିଫ ଏଗଜିକ୍ୟୁଟିଭ ଅଫିସର ବିଦ୍ୟୁତ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିସିସିଆଇକୁ ଯେତେ ଶୀଘ୍ର ରିପୋର୍ଟ ଦିଆଯିବ ସେତେ ଶୀଘ୍ର ଆର୍ଥିକ ପ୍ରୋତ୍ସାହନ ମିଳିପାରିବ ବୋଲି କହିଛନ୍ତି ଓସିଏ ସିଇଓ । ଏହାସହିତ ବିସିସିଆଇ ପକ୍ଷରୁ ପ୍ରୋତ୍ସାହନ ମିଳିବା ପରେ ଯଥାଶିଘ୍ର ଷ୍ଟାଡିଅମର ପୁନରୁଦ୍ଧାର କରାଯିବ ବୋଲି କହିଛନ୍ତି ସେ ।

ଅନ୍ୟପଟେ ଏହି ଆକଳନ ଯେତେ ଶୀଘ୍ର ହେବ ଷ୍ଟାଡିଅମ ପାଇଁ ସେତେ ଭଲ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । କାରଣ ଦୀର୍ଘ ଦିନ ବ୍ୟବଧାନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଛି । କୌଣସି ତ୍ରୁଟି ଯେପରି ପରିଲକ୍ଷିତ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଦରକାର । ଏହାସହ ସବୁ ଦିଗରେ ଷ୍ଟାଡିଅମର ବିକାଶ ହେବା ଦରକାର । ଏହି ଦିଗରେ ବିସିଆଇ ନିଶ୍ଚୟ ସହଯୋଗର ହାତ ବଢ଼ାଇବେ ବୋଲି କହିଛନ୍ତି ପବନ ।

ଭାରତ ୱେଷ୍ଟେଇଣ୍ଡିଜ ମ୍ୟାଚ ପାଇଁ ହାତରେ ରହିଛି ମାତ୍ର 6 ମାସ । ଦର୍ଶକ ବି ହୋଇଗଲେଣି ମ୍ୟାଚ ଦେଖିବାକୁ ପ୍ରସ୍ତୁତ । ତେବେ କେବେ ହେବ କ୍ଷୟକ୍ଷତିର ଆକଳନ ଓ କେବେ ହେସବ ପପନରୁଦ୍ଧାର କାର୍ଯ୍ୟକ୍ରମ ତା ଉପରେ ଏବେ ସଭିଙ୍କ ନଜର ।

କଟକରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.