କଟକ: ୧୪୬ ଜଣ ବିରୋଧୀ ସାଂସଦ ସସପେଣ୍ଡ ଘଟଣାକୁ ନେଇ ବଢ଼ୁଛି ପ୍ରତିବାଦ । ଲୋକସଭାରୁ ମୋଟ ୧୦୦ ସାଂସଦ ଓ ଚଳିତ ଶୀତ ଅଧିବେଶନରେ ରାଜ୍ୟସଭାରୁ ୪୬ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଯାହାକୁ ନେଇ ଦେଶବ୍ୟାପୀ ଏହାକୁ ବିରୋଧ କରୁଛି କଂଗ୍ରେସ । ସଂସଦରୁ ଶତାଧିକ ସାଂସଦ ନିଲମ୍ବିତ ହେଵା ଘଟଣାରେ ରାସ୍ତାକୁ ଓହ୍ଲାଇଲା ଇଣ୍ଡିଆ ମେଣ୍ଟ । କଟକରେ ଆଜି ଜିଲ୍ଲା କଂଗ୍ରେସ ନେତୃତ୍ବରେ ବାମପନ୍ଥୀ ଦଳ ଓ ଆମ୍ ଆଦମୀ ପାର୍ଟି ଏକାଠି ହେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସାଂସଦମାନଙ୍କୁ ସସପେଣ୍ଡ କରିବା କେନ୍ଦ୍ର ସରକାରଙ୍କ ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ଇଣ୍ଡିଆ ମେଣ୍ଟ । ଏହାସହ ଆଗାମୀ ଦିନରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ହେବ ବୋଲି କଂଗ୍ରେସ କହିଛି । ସେପଟେ ଆନ୍ଦୋଳନକାରୀ ସ୍ମାରକପତ୍ର କଟକ ଜିଲ୍ଲାପାଳଙ୍କୁ ଦେଵା ସମୟରେ ଇଣ୍ଡିଆ ମେଣ୍ଟ ନେତା ଓ ଜିଲ୍ଲାପାଳଙ୍କ ମଧ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟର ଵରିଷ୍ଠ ନେତାମାନେ ସ୍ମାରକପତ୍ର ଦେବାକୁ ଯାଇଥିଲେ ମଧ୍ୟ ଜିଲ୍ଲାପାଳ ନିଜ ସିଟରେ ଵସି ରହିବାକୁ ନେଇ ନେତାମାନଙ୍କ ପକ୍ଷରୁ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହା ମଧ୍ୟ ପଢ଼ନ୍ତୁ.....ଏହା ମଧ୍ୟ ପଢ଼ନ୍ତୁ.....ଜନ୍ତର ମନ୍ତରରେ ଇଣ୍ଡିଆ ମେଣ୍ଟର ଆକ୍ରୋଶ ରାଲି: କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ ଓ ରାହୁଲ
ଏହା ମଧ୍ୟ ପଢ଼ନ୍ତୁ....ଲୋକସଭା ପରେ ରାଜ୍ୟସଭାରୁ 45 ସାଂସଦ ନିଲମ୍ବିତ, ଦିନକରେ ନିଲମ୍ବିତ ହେଲେ 78 ସାଂସଦ
କଟକ ନଗର କଂଗ୍ରେସ ସଭାପତିଙ୍କ କହିବା ଅନୁଯାୟୀ, ସାରା ଭାରତ ବର୍ଷରେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର । ବିନା ନୋଟିସରେ ଏତେ ସଂଖ୍ୟକ ସାଂସଦଙ୍କୁ ସଂସଦ ଆସିବା ପାଇଁ ବନ୍ଦ କରଯାଇଛି । ଯାହାଦ୍ୱାରା ଭାରତ ଇତିହାସରେ ଏପରି ଘୃଣ୍ୟ କାର୍ଯ୍ୟ ବେଶ ନିନ୍ଦନୀୟ । ତେଣୁ ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦିଆଯାଇଛି ଯେ, ଯେପର୍ଯ୍ୟନ୍ତ କେନ୍ଦ୍ରରେ ବିଜେପି ଶାସନ ଚାଲିବ ସେ ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ଦୃଢ଼ ଜବାବ ଦେବ । ଅନ୍ୟପଟେ ସ୍ମାରକ ପତ୍ର ଦେବା ସମୟରେ କଂଗ୍ରେସ ନଗର ସଭାପତି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା କଥା, ସେ ଯତେବେଳେ ସ୍ମାରକ ପତ୍ର ଦେବା ପାଇଁ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ, ସେତେବେଳେ ତାଙ୍କୁ ଜିଲ୍ଲାପାଳ ନରହରି ସେଠୀ ଦୁର୍ବ୍ୟବହାର କରିଥିଲେ । ଯାହାକୁ ଆଗମୀ ଦିନରେ ଉତ୍ତର ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।
ଇଟିଭି ଭାରତ, କଟକ