ETV Bharat / state

ଓଡ଼ିଶା ମାଷ୍ଟର୍ସ BWF ସୁପର 100 ବ୍ୟାଡ୍‌ମିଣ୍ଟନ; ମିକ୍ସ ଡବଲ୍ସ ଓ ପୁରୁଷ ଏକକରେ ଭାରତକୁ ଟାଇଟଲ୍‌

author img

By ETV Bharat Odisha Team

Published : Dec 17, 2023, 10:49 PM IST

Odisha Masters Open: ଶେଷ ହେଲା ଓଡ଼ିଶା ଓପନ୍‌ ମାଷ୍ଟର୍ସ ଗେମ୍‌ । ମିକ୍ସ ଡବଲ୍ସ ଓ ପୁରୁଷ ଏକକରେ ଟାଇଟଲ ହାତେଇଲା ଭାରତ । ପୁରୁଷ ଏକକରେ ସତୀଶ କୁମାର ଚମ୍ପିଆନ । ଅଧିକ ପଢ଼ନ୍ତୁ

ଓଡ଼ିଶା ମାଷ୍ଟର୍ସ BWF ସୁପର 100 ବ୍ୟାଡ୍‌ମିଣ୍ଟନ

କଟକ: ସିଲ୍‌ଭର ସିଟିରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ୍‌ ଓପନ BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ ଆଜି ଶେଷ ହୋଇଛି । ବ୍ୟାଡ୍‌ମିଣ୍ଟନ ୱାର୍ଲ୍ଡ ଫେଡେରେସେନ୍‌ (BWF)ର ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଥର ପାଇଁ କଟକର ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୩୦ଟି ଦେଶରୁ ପ୍ରାୟ ୩୦୦ ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଥିଲେ ।

ତେବେ ପୁରୁଷ ଏକକ ବର୍ଗ ଇଭେଣ୍ଟ୍‌ରେ ଭାରତର ସତୀଶ କୁମାର ଚମ୍ପିଆନ୍‌ ହୋଇଛନ୍ତି । ଅନ୍ୟତମ ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଆୟୁଷ ସେଟ୍ଟୀଙ୍କ ସହ ୧ ଘଣ୍ଟା ୬ ମିନିଟ୍‌ ଧରି ହୋଇଥିବା ଫାଇନାଲ୍‌ ମୁକାବିଲା ବେଶ ରୋମାଞ୍ଚକର ହୋଇଥିଲା । ପ୍ରଥମ ସେଟ୍‌ରେ ୨୧-୧୮ରେ ଗେମ୍‌ ଜିତି ଅଗ୍ରଣୀ ହାସଲ କରିଥିଲେ ସତୀଶ । ସେହିଭଳି ଦ୍ବିତୀୟ ସେଟ୍‌ରେ ଆୟୁଷ ୨୧-୧୯ ଗେମ୍‌ରେ ବିଜୟୀ ହୋଇ ବରାବର ସ୍ଥିତିକୁ ଆସିଥିଲେ । ହେଲେ ଶେଷ ସେଟ୍‌ରେ ସହଜରେ ବିଜୟ ହାତେଇଥିଲେ ସତୀଶ । ଏହି ସେଟ୍‌ଟି ୨୧-୧୪ ଗେମ୍‌ରେ ଶେଷ ହୋଇଥିଲା । ଏଠାରେ ଚମ୍ପିଆନ୍‌ ହୋଇଥିବା ସତୀଶଙ୍କର ଏହା ହେଉଛି ୬ଷ୍ଠ BWF ଟାଇଟଲ୍ । ଅନ୍ୟପଟେ ସେହିପରି ମିକ୍ସ ଡବଲ୍ସରେ ଭାରତର ଧ୍ରୁବ କପିଲା ଓ ତନିସା କ୍ରାଷ୍ଟ୍ରୋ ଟାଇଟଲ୍‌ ଜିତିବାରେ ସଫଳ ହୋଇଥିଲେ । ସେହିଭଳି ମହିଳା ଏକକ ଇଭେଣ୍ଟରେ ଜାପାନର ନୋଜୋମି ଓକୁହାରା ଚମ୍ପିଆନ ହୋଇଛନ୍ତି । ହଂକଂର ଲୋସିନ ୟାନ୍‌ ହାପିଙ୍କୁ ସେ ୨୧-୭, ୨୧-୨୩ ଓ ୨୨-୨୦ ଗେମ୍‌ରେ ପରାସ୍ତ କରି ଟାଇଟଲ୍ ଜିତିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌; ସିଲ୍‌ଭର ସିଟିରେ ଲଢ଼ିବେ ୩୦ ଦେଶର ୩୦୦ ଖେଳାଳି

ପ୍ରକାଶଯୋଗ୍ୟ, ଗତ ୧୨ ତାରିଖ ଠାରୁ ଓଡିଶା ମାଷ୍ଟର୍ସ BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ କଟକ ସ୍ଥିତ ଜବାହରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିଲା । ବିଶ୍ବର ୩୦ଟି ଦେଶରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି ଏଥିପାଇଁ କଟକ ଆସିଥିଲେ । ଏହି ବ୍ୟାଡ୍‌ମିଣ୍ଟନ ମହାକୁମ୍ଭ ପାଇଁ ସିଏମ୍‌ସି ଓ କମିଶନରେଟ୍‌ ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଓଡିଶା ସରକାରଙ୍କ କ୍ରୀଡ଼ା ବିଭାଗ ଏହି ଚମ୍ପିଆନ୍‌ସିପ୍‌ର ଆୟୋଜନ କରିଥିଲା । ୨୦୨୨ ମସିହାରେ ଓଡିଶା ଓପନ୍‌ ନାମରେ ଏହି BWF ବ୍ୟାଡ୍‌ମିଣ୍ଟନ କଟକରେ ଆୟୋଜିତ ହୋଇଥିଲା । ତେବେ ସମସ୍ତ ଖେଳାଳି ଏପରି ଆୟୋଜନକୁ ବେଶ ପସନ୍ଦ କରିଥିବା ବେଳେ ଆଗମୀ ଦିନରେ ମଧ୍ୟ ଏହିଭଳି ମେଗା ଆୟୋଜନ ହେଲେ କ୍ରୀଡ଼ାର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.