ETV Bharat / state

ବାହାର ରାଜ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବ, ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jul 13, 2023, 8:01 AM IST

ରାଜ୍ୟ ଓ ବାହାର ରାଜ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

odisha highcourt orders to chief secretary
ବାହାର ରାଜ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବ

କଟକ: ଅନ୍ୟ ରାଜ୍ୟର ଜଣେ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ମିଳୁନାହିଁ । ରାଜ୍ୟ ରାଜ୍ୟ ପୋଲିସ ମଧ୍ୟରେ ସମନ୍ୱୟ ରହୁନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଅଭିଯୁକ୍ତର ତଥ୍ୟ ଦେବାରେ ବିଫଳ ହେଉଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବ ରହୁଛି ଯାହାକୁ ନେଇ ଓଡିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ସରକାରୀ ସ୍ଥରରେ ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶର କପି ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରଦାନ କରାଯିବ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରୀ ସ୍ତରରେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାମଲାର ବିବରଣୀରୁ ଜଣାପଡିଛି ଯେ ନିଶା କାରବାର ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଜଣେ ଆବେଦନକାରୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ଜଣକ ଉତ୍ତରପ୍ରଦେଶର ହାଥରାସ ଜିଲ୍ଲାର ବାସିନ୍ଦା ଅଟନ୍ତି । ତେବେ ଏହାର ସତ୍ୟାସତ୍ୟ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ...Rera matter in HC: ଆପାର୍ଟମେଣ୍ଟ ବିକ୍ରି ଖରଦି ଉପରେ କୋର୍ଟଙ୍କ ରହିତାଦେଶ

ହାଥରସ ଏସ୍‌ପିଙ୍କ ସହିତ ଯୋଗାଯୋଗ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ ପାଇଁ ଗଞ୍ଜାମ ଏସପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ତଥ୍ୟ ଦେବାକୁ କୋର୍ଟ କହିଥିଲେ ମଧ୍ୟ କୌଣସି ଜବାବ ମିଳି ପାରି ନଥିଲା । ଶେଷରେ ଜୁନ ୨୩ରେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ହାଥରସ ଏସପିଙ୍କୁ ବାରମ୍ବାର ଯୋଗଯୋଗ କରାଯାଇଥିଲା । ଆବେଦନକାରୀ ଠିକଣାର ସତ୍ୟାସତ୍ୟ ପ୍ରସଙ୍ଗରେ ତଥ୍ୟ ଦେବାକୁ କୁହାଯାଇଥିଲା । ମାତ୍ର ଏନେଇ କୌଣସି ରିପୋର୍ଟ ମିଳି ପାରି ନଥିଲା ।

ଏପରିକି ଆବେଦନକାରୀ ଦେଇଥିବା ଠିକଣା ଠିକ୍ ଅଛି ବା ନାହିଁ ତାହା ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ । ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ୱୟ ଓ ସହଯୋଗ ଅଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା କୋର୍ଟ କହିଛନ୍ତି । ତେଣୁ ଏହାକୁ କିପରି ସରକାରୀ ସ୍ଥରରେ ସମାଧାନ କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.