ETV Bharat / state

ଥାନା ଆଗରେ ଥୁଆ ହୋଇଛି ଜବତ ଗାଡି, ବାଦାମବାଡିରେ ବଢୁଛି ଟ୍ରାଫିକ ସମସ୍ୟା

author img

By

Published : Mar 16, 2020, 6:58 PM IST

କାହିଁ କେବେଠୁ ବାଦାମବାଡି ଥାନା ଆଗରେ ପଡିରହିଛି ଜବତ ହୋଇଥିବା ବାଇକ । ଫଳରେ ସଙ୍କୁଚିତ ହେଉଛି ରାସ୍ତା । ଯାହା ଏବେ ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ପାଲଟିଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ....

aୋ
ଥାନା ଆଗରେ ଗାଡି, ବଢୁଛି ଟ୍ରାଫିକ ସମସ୍ୟା

କଟକ: ଧାଡିରେ ରଖା ହୋଇଛି ଭଳିକି ଭଳି ବାଇକ । ଯେମିତି ଲାଗୁଛି ଏହା କୌଣସି ଗାଡି ସୋ ରୁମ । କିନ୍ତୁ ପ୍ରକୃତରେ ଏହା ହେଉଛି କଟକର ବାଦାମବାଡି ଥାନା । କାହିଁ କେବେଠୁ ଥାନା ସାମନାରେ ଓ ପାର୍ଶ୍ବବର୍ତ୍ତୀ ସ୍ଥାନରେ ପଡି ରହିଛି ଜବତ ହୋଇଥିବା ଗାଡି । ଯାହାକି ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ପାଲଟିଛି । ସେପଟେ ଏମିତି ଗାଡି ପାର୍କିଂ ଯୋଗୁଁ ସଙ୍କୁଚିତ ହେଉଛି ରାସ୍ତା ।

ଥାନା ଆଗରେ ଗାଡି, ବଢୁଛି ଟ୍ରାଫିକ ସମସ୍ୟା

ନା ବୁଲି ପାରୁଛି ବଡବଡ ବସ ନା ତୁଚୁଛି ଟ୍ରାଫିକ ସମସ୍ୟା । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଥାନା ପାଖରୁ 500 ମିଟର ଦୂରତା ମଧ୍ୟରେ କୌଣସି ଜବତ ଗାଡି ରହିବାର ନିୟମ ନାହିଁ । କିନ୍ତୁ ବାଦାମବାଡି ଥାନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅନ୍ୟପଟେ ଅନେକ ଦିନରୁ ବାଦାମବାଡ଼ି ଥାନା ଅବହେଳିତ ଢ଼ଙ୍ଗରେ ରହି ଆସିଛି । ଜମି ବିବାଦ ଯୋଗୁଁ ଥାନା କାମ ଆଗେଇ ପାରୁନି । ଏଥିଯୋଗୁଁ ସ୍ଥାନ ଅଭାବରୁ ଅନେକ ଗାଡି ଥାନା ଆଗରେ ପଡି ରହୁଛି । ତେବେ ଆଲୋଚନା ଚାଲିଛି ଖୁବ ଶୀଘ୍ର ଏହାର ସ୍ଥାୟୀ ସମାଧାନ ହେବାନେଇ କହିଛନ୍ତି କଟକ ଡିସିପି ଅଖିଳେସ୍ବର ସିଂହ ।

କଟକର ହାର୍ଟ କୁହାଯାଉଥିବା ବାଦାମବାଡି ଅଞ୍ଚଳରେ ଥାନାର ଏଭଳି ଅବସ୍ଥା ସତରେ ବିଚିତ୍ର । ଅବହେଳିତ ଅବସ୍ଥାରେ ପଡିରହିଥିବା ଏହି ଥାନାର ସମସ୍ୟା ପ୍ରତି ଯଦି ରାଜ୍ୟ ସରକାର ସଚେତନ ହୁଅନ୍ତେ ଦୀର୍ଘଦିନ ଧରି ଉପୁଜୁଥିବା ଟ୍ରାଫିକ ସମସ୍ୟାର ଚିତ୍ର ଏଠାରେ ବଦଳି ଯାଆନ୍ତା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.