ETV Bharat / state

ଲକ୍ଷାଧିକ ଟଙ୍କାର ବାଣ ଜବତ, 12 ଗିରଫ

ବେଆଇନ ବାଣ କାରଖାନା ଉପରେ କମିଶନରେଟ ପୋଲିସର ରାତି ଅଧିଆ ରେଡ । ଚଢାଉ ବେଳେ 50 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବାଣ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହା ସହ 12 ଜଣଙ୍କୁ ବାନ୍ଧିଛି ପୋଲିସ । ଅଧିକ ପଢନ୍ତୁ...

50ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବାଣ ଜବତ
author img

By

Published : Oct 19, 2019, 8:51 AM IST

Updated : Oct 19, 2019, 5:13 PM IST

କଟକ: ଦୀପାବଳୀ ପୂର୍ବରୁ କମିଶନରେଟ ପୋଲିସର ବେଆଇନ ବାଣ କାରଖାନା ଉପରେ ଚଢାଉ । ଜଗତପୁର ଥାନା ଅଞ୍ଚଳରେ ଏକ ବେଆଇନ ବାଣ କାରଖାନାରେ ବଡ ଧରଣର ରେଡ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ବାଣ, ବିସ୍ଫୋରକ,ଲୁହାଗୁଣ୍ଡ, ବାରୁଦ ଆଦି ଜବତ କରିଛି କମିଶନରେଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 50 ଲକ୍ଷ ହେବ ବୋଲି ଜଣାପଡିଛି ।

ଲକ୍ଷାଧିକ ଟଙ୍କାର ବାଣ ଜବତ, 12 ଗିରଫ

ଏହି ଘଟଣାରେ 12ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି କଟକ ଡିସିପି । ସୂଚନା ଅନୁଯାୟୀ, ମହାଜନପୁର ଗାଁରେ ବେଆଇନ ବାଣ କାରଖାନା ଚାଲୁଥିବା ଜାଣି ରାତି ଅଧିଆ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦ ଅଫିସର ସାମିଲ ଥିଲେ ।

ଆଗକୁ ଆହୁରି ଏଭଳି ଚଢ଼ାଉ କରାଯିବ । ତେବେ ବାଣ ତିଆରି ପାଇଁ ସେମାନେ କେଉଁଠୁ ବିସ୍ଫୋରକ ପାଉଡର ଆଣି ବାଣ ପ୍ରସ୍ତୁତ କରୁଥିଲେ ତାହାର ତଦନ୍ତ କରାଯାଉଥିବା ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଦୀପାବଳୀ ପୁର୍ବରୁ କମିଶନରେଟ ପୋଲିସ ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଛି।ଜଗତପୁର ଥାନା ଅଞ୍ଚଳରେ ବେଆଇନ ବାଣ କାରଖାନା ରେ ଚଢ଼ାଉ କରି ୫ ଟ୍ରକ୍ ବାଣ ଜବତ କରିଛି କମିଶନରେଟ ପୋଲିସ।ଏହି ବାଣ ର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଛି।ବିଳମ୍ବିତ ରାତିରେ ୧୨ ପ୍ଲାଟୁନ ପୋଲିସ ସହ ୧୦ ଅଫିସର ନିୟୋଜିତ ହୋଇଥିଲେ।ତେବେ ଏହି ଘଟଣାରେ ୧୨ ଜଣଙ୍କୁ ଅଟକ ରଖିଛି ଜଗତପୁର ଥାନା ପୋଲିସ।Body:No needConclusion:No need
Last Updated : Oct 19, 2019, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.