ETV Bharat / state

ICAR ପୂର୍ବାଞ୍ଚଳ ସ୍ପୋର୍ଟ୍ସ ମିଟ୍‌; ଯୋଗଦେଲେ ୧୩ ରାଜ୍ୟରୁ ୫୭୦ ପ୍ରତିଯୋଗୀ - ଭାରତୀୟ କୃଷି ଅନୁସନ୍ଧାନ ପରିଷଦ

ICAR east zone sports: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR)ର ପୂର୍ବାଞ୍ଚଳ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି । କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (NRRI) ପରିସର ଖେଳ ପଡ଼ିଆଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୩ ରାଜ୍ୟରୁ ୫୭୦ ପ୍ରତିଯୋଗୀ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ICAR ପୂର୍ବାଞ୍ଚଳ ସ୍ପୋର୍ଟ୍ସ ମିଟ୍‌
ICAR ପୂର୍ବାଞ୍ଚଳ ସ୍ପୋର୍ଟ୍ସ ମିଟ୍‌
author img

By ETV Bharat Odisha Team

Published : Dec 13, 2023, 8:02 PM IST

ICAR ପୂର୍ବାଞ୍ଚଳ ସ୍ପୋର୍ଟ୍ସ ମିଟ୍‌

କଟକ: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR)ର ପୂର୍ବାଞ୍ଚଳ କ୍ରୀଡା ପ୍ରତିଯୋଗିତା କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (NRRI) ପରିସର ଖେଳ ପଡ଼ିଆଠାରେ ଆରମ୍ଭ ହେଇଛି । ଏହି ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇ ୧୬ ଡିସେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ପୂର୍ବଭାରତରେ ଅବସ୍ଥିତ ICAR ଅଧୀନସ୍ଥ ୧୩ଟି ରାଜ୍ୟ ଯଥା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ପୂର୍ବଉତ୍ତର ପ୍ରଦେଶ ଏବଂ ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ୨୨ଟି ଅନୁଷ୍ଠାନର ପ୍ରାୟ ୫୭୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଆଜି ଉଦ୍‌ଘାଟନୀ ଉତ୍ସବରେ ନୂଆ ଦିଲ୍ଲୀର ଉଦ୍ଭିଦ ବିବିଧତା ତଥା କୃଷକ ଅଧିକାର ପ୍ରାଧିକରଣର ଚେୟାରମ୍ୟାନ ଡଃ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଖେଳାଳୀମାନଙ୍କୁ ସମ୍ବୋଧନ କରିଥିଲେ ।

ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟଗୁଡିକ ମଧ୍ୟରେ ଏକତାର ଭାବନା ଜାଗ୍ରତ କରାଇବା ଏହାର ମୂଳ ଲକ୍ଷ୍ୟ ବୋଲି କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ଅମରେଶ କୁମାର ନାୟକ ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରି କହିଛନ୍ତି । ପ୍ରାରମ୍ଭରେ ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ଡକ୍ଟର ଏମଜି ବାଗ୍‌ ସ୍ଵାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ICAR ପତାକା ଉତ୍ତୋଳନ ପରେ ଖେଳାଳିମାନେ କ୍ରୀଡା ମଶାଲ ଧରି ମାର୍ଚ୍ଚଫାଷ୍ଟ୍‌ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ହାଇଜମ୍ପ, ଲଙ୍ଗ୍‌ ଜମ୍ପ, ଆଥଲେଟିକ୍ସ, ସର୍ଟଫୁଟ୍, ଜାଭେଲିନ୍ ଥ୍ରୋ, ଡିସକସ୍‌ ଥ୍ରୋ, ବାସ୍କେଟ ବଲ୍‌, ଫୁଟ୍‌ବଲ୍‌, ଭଲିବଲ, ବ୍ୟାଡ୍‌ମିଣ୍ଟନ, ଟେବୁଲ୍‌ ଟେନିସ୍‌, ସାଇକେଲ୍‌ ରେସ୍‌, କ୍ରିକେଟ୍ ଓ କବାଡି ଇତ୍ୟାଦି ବିଭିନ୍ନ ପ୍ରକାରର କ୍ରୀଡା ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ...BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌; ସିଲ୍‌ଭର ସିଟିରେ ଲଢ଼ିବେ ୩୦ ଦେଶର ୩୦୦ ଖେଳାଳି

ପ୍ରକାଶଯୋଗ୍ୟ, ସେପଟେ କଟକରେ ଥିବା ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଓଡ଼ିଶା ମାଷ୍ଟର୍‌ସ୍‌ ଓପନ BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ । ବ୍ୟାଡ୍‌ମିଣ୍ଟନ ୱାର୍ଲ୍ଡ ଫେଡେରେସେନ୍‌ (BWF)ର ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ତଥା କଟକ ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ହେଉଛି । ଏହି ଟୁର୍ଣ୍ଣାମେଣ୍ଟରେ ୩୦ଟି ଦେଶରୁ ପ୍ରାୟ ୩୦୦ ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଇଂଲଣ୍ଡ, କାନାଡା, ଡେନ୍‌ମାର୍କ୍‌, ଥାଇଲାଣ୍ଡ, ଇଟାଲି, ୟୁରୋପ,ବାଂଲାଦେଶ ଓ ନେପାଳ ଭଳି ଦେଶର ଟପ୍‌ ରାଙ୍କ୍‌ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.