ETV Bharat / state

ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡରୁ ୨୫ ପେଟି ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

author img

By

Published : Nov 11, 2021, 3:04 PM IST

ଖୋର୍ଦ୍ଧା ଟାଉନ ପୁରୁଣା ବସଷ୍ଟାଣ୍ଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କଲା ରାଜ୍ୟ ଫ୍ଲାଇଂ ସ୍କ୍ୱାର୍ଡ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡରୁ ୨୫ ପେଟି ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ
ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡରୁ ୨୫ ପେଟି ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

କଟକ: ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତ ଗିରଫ । ଖୋର୍ଦ୍ଧା ଟାଉନ ପୁରୁଣା ବସଷ୍ଟାଣ୍ଡରେ କଟକ ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ କରି ମୋଟ ୨୫ଟି ପେଟିରେ ୧୨୨୪ଟି ବିଭିନ୍ନ ବ୍ରାଣ୍ଡର ମଦ ଜବତ କରିଛି । ଏଥି ସହ ମୁଖ୍ୟ ଅଭିଯୁକ୍ତ ଗଣେଶ ସାହୁଙ୍କୁ ମଧ୍ୟ ଗିରଫ କରିଛି ଫ୍ଲାଇଂ ସ୍କ୍ବାର୍ଡ ।

ମିଳିଥିବା ସୂଚନା ଅନୁଯାୟୀ ଗ୍ରାମାଞ୍ଚଳ ଗୁଡିକରେ ଏହି ସବୁ ବିଦେଶୀ ମଦ ବିକ୍ରି ହେବାକୁ ଯାଉଥିବାବେଳେ ଏନେଇ ଖବର ପାଇ ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ କରିଥିଲା । ଏହାପରେ ବିପୁଳ ପରିମାଣର ବିଦେଶୀ ମଦ ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଏ ଦିଗରେ ବର୍ତ୍ତମାନ ତଦନ୍ତ ଜାରି ରହିଥିବାବେଳେ ଖୁବଶୀଘ୍ର ଏହି ବଡ ରାକେଟର ପର୍ଦ୍ଦାଫାଶ ହେବା ନେଇ ସ୍ପଷ୍ଟ କରିଛି ଫ୍ଲାଇଂ ସ୍କ୍ୱାର୍ଡ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.