ETV Bharat / state

ହକି ବିଶ୍ୱକପ ପ୍ରଚାର ପାଇଁ ଚିତ୍ରକଳା ସାଜିଲା ମାଧ୍ୟମ - Cuttack news

ଓଡ଼ିଶା ଆୟୋଜନ କରୁଛି ୨୦୨୩ ପୁରୁଷ ହକି ବିଶ୍ୱକପ । ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ୧୬ ଟି ଟିମ୍ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ। ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଚିତ୍ରକଳା ସାଜିଛି ମାଧ୍ୟମ । ଅଧିକ ପଢ଼ନ୍ତୁ

Hockey world cup art competition
ହକି ବିଶ୍ୱକପର ଚିତ୍ର ପ୍ରତିଯୋଗିତା
author img

By

Published : Dec 24, 2022, 9:36 PM IST

ହକି ବିଶ୍ୱକପର ଚିତ୍ର ପ୍ରତିଯୋଗିତା

କଟକ : ୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ। ହକି ବିଶ୍ୱକପକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି କ୍ରେଜ । ସମଗ୍ର ଭାରତରେ ମଧ୍ୟ ଏହି ବିଶ୍ୱ କପକୁ ନେଇ ଦିନକୁ ଦିନ ବଢୁଛି ଉତ୍ସାହ । କାରଣ ଆସନ୍ତା ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ । ଏହି ମେଗା ଆୟୋଜନ ପୂର୍ବରୁ ହକିକୁ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ସବୁ ଦିଗରେ ଜାରି ରଖିଛନ୍ତି ପ୍ରୟାସ । ତେବେ ହକିକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଆରମ୍ଭ ହୋଇଛି ହକି ବିଶ୍ୱକପର ଚିତ୍ର ପ୍ରତିଯୋଗିତା ।

କଟକର ପୁରୁଣା ସେକ୍ରେଟେରିଏଟ ମଧ୍ୟରେ ଥିବା ହିନ୍ଦୀ ବିଇଡି ଟ୍ରେନିଂ ସଂସ୍ଥାରେ ଆରମ୍ଭ ହୋଇଛି ଏହି ନିଆରା ପ୍ରୟାସ । ସଂସ୍ଥାର 100ଜଣ ଛାତ୍ରୀ ହକି ବିଶ୍ୱକପର ବିଭିନ୍ନ ଚିତ୍ରପଟ୍ଟ ଆଙ୍କି ଏକ କ୍ରୀଡ଼ାର ସ୍ୱତନ୍ତ୍ରତାକୁ ଦୁଇଗୁଣିତ କରିଛନ୍ତି । ବିଶେକରି ହକି ବିଶ୍ୱକପ, ହକି ଷ୍ଟିକ, ଅନେକ ଦଳର ଖେଳାଳୀଙ୍କ ଚିତ୍ର ଆଙ୍କିଛନ୍ତି ଏହି ଛାତ୍ରୀମାନେ ।

ଦେଶରେ ଯେପରି କ୍ରିକେଟର କ୍ରେଜ ଦିନକୁ ଦିନ ବୃଦ୍ଧି ପାଉଛି ସେହି ଅନୁସାରେ ଆମ ଜାତୀୟ ଖେଳ ହକି ପ୍ରତି ଉତ୍ସାହ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ କରିଥିବା କହିଛନ୍ତି ଚିତ୍ରକଳାରେ ଭାଗ ନେଇଥିବା ଛାତ୍ରୀ । ତେବେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନର ପ୍ରୋତ୍ସାହନ ମିଳିବା ପରେ ଏହା ସମ୍ଭବ ହୋଇଥିବା କହିଛନ୍ତି ସଂସ୍ଥା କର୍ତ୍ତୃପକ୍ଷ । ବିଶ୍ୱକପ ପୂର୍ବରୁ ଏହାକୁ ଜିଲ୍ଲାସ୍ତରରେ ପ୍ରଦର୍ଶନୀ କରାଯିବା ନେଇ ଯୋଜନା ରହିଥିବା କହିଛନ୍ତି ଭାଷ୍କର୍ଯ୍ୟ ଶିଳ୍ପୀ ରବି ରଥ ।

ଏ ସମ୍ପର୍କରେ ଚିତ୍ର ଆଙ୍କୁଥିବା ଜଣେ ଛାତ୍ରୀ କହିଛନ୍ତି, ''ଆଗକୁ ପୁରୁଷ ହକି ଓ୍ବାର୍ଲଡ କପ ଆରମ୍ଭ ହେବାକୁ ଯାଉଛି। ତେବେ ମୁଁ ଚାହୁଁଛି ଯେ ଆଗକୁ ମହିଳା ହକି ଓ୍ବାର୍ଲଡ କପ ହେଉ। ହକିକୁ ଅଧିକାଂଶ ଲୋକେ ଭୁଲିଯାଇଛନ୍ତି। କ୍ରିକେଟ ପ୍ରତି ଅଧିକ ଆକର୍ଷଣ ରହୁଛି। ତେଣୁ ହକି ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆମର ଏହି ଛୋଟିଆ ପ୍ରୟାସ। ସେଥି ପାଇଁ ଚିତ୍ର ପ୍ରତିଯୋଗିତା କରିଛୁ। ତେବେ ଏଥିରେ ଯେଉଁମାନେ ହକି ଖେଳୁଛନ୍ତି ତାହା ଉପରେ ଚିତ୍ର ଆଙ୍କୁଛୁ।''

ସେହିପରି ଆଉଜଣେ ଛାତ୍ରୀ କହିଛନ୍ତି, ''ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ। ସେଥି ପାଇଁ ଚିତ୍ର ପ୍ରତିଯୋଗିତା କରିଛୁ । ତେବେ ଚିତ୍ରରେ କେବଳ ହକି ତାରକାଙ୍କୁ ପ୍ରଦର୍ଶନ କରାଯାଇନି ଏଥିରେ ଓଡ଼ିଶାର ସଂସ୍କୃତି ଉପରେ ମଧ୍ୟ ଚିତ୍ର ଆଙ୍କିଛୁ । ତେବେ ଧ୍ୟାନଚାନ୍ଦଙ୍କ ସମୟରେ ହକିକୁ ନେଇ ଯେଉଁ ଚମକ ଥିଲା ତାହା ମଧ୍ୟ ଲୋପ ପାଇଗଲାଣି । ଆଉ ଲୋକମାନେ ବି ଭୁଲିଗଲେଣି ଭାରତରେ ଜାତୀୟ ଖେଳ କ୍ରିକେଟ ନୁହେଁ ବରଂ ହକି ବୋଲି । ତେବେ କ୍ରିକେଟ ଉପରେ ଆମ ଯୁବପୀଢ଼ିଙ୍କ ଭିତର ଯେତେ ଉତ୍ସାହ ରହିଛି ଆମେ ସେ ସବୁ ଦେଖିବାକୁ ପାଉଛେ। ତେବେ ହକି କ୍ଷେତ୍ରରେ ସେତିକି ଦେଖିବାକୁ ମିଳୁନି। ତେଣୁ ହକି ବି ଲୋକଙ୍କୁ ସେତିକି ଆକର୍ଷିତ କରୁ, ଲୋକଙ୍କ ମନ ଭିତରେ ରହୁ ଆଉ ଚିରଦିନ ପାଇଁ ବଜାୟ ରହୁ। ସେଇଥି ପାଇଁ ଆମେ ଛୋଟ ଛୋଟ ପ୍ରୟାସ କରୁଛୁ ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.