କଟକ: ଶିଶୁ କନ୍ୟାଙ୍କ ସୁରକ୍ଷା ନେଇ ଡିଜିଙ୍କ ଆଗରେ ଫେରାଦ ହେଲା ହିନ୍ଦୁ ସେନା । କଟକର ମାଛୁଆ ବଜାର ଅଞ୍ଚଳର ଶିଶୁ ପ୍ରାଚୀର ମୃତ୍ୟୁକୁ ନେଇ ବଢୁଛି ଉତ୍ତେଜନା । 12 ବର୍ଷ ବୟସର ପ୍ରାଚୀର ଦେହ ଖରାପ ହେବାରୁ ତାକୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତରଙ୍କ ଅବହେଳା ପାଇଁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।
ଉକ୍ତ ମେଡିକାଲ କର୍ମଚାରୀ ଅଣଦେଖା ହେତୁ ଗୋଟେ ନିରୀହ ଶିଶୁର ମୃତ ହୋଇଥିବା ଦର୍ଶାଇ ପୋଲିସ ଡିଜିଙ୍କ ଦ୍ବାରସ୍ଥ ହୋଇଛି ହିନ୍ଦୁସେନା । ତେବେ ଏହି ଘଟଣାକୁ ଡିଜି ଗୁରୁତର ସହିତ ନେବା ସହ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରନ୍ତୁ ଓ ଅନ୍ୟ ସହଯୋଗୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ହିନ୍ଦୁ ସେନା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ