ETV Bharat / state

ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ, 2 ମାସ ଭିତରେ ସାନି ତାଲିକା ପ୍ରକାଶ ନିର୍ଦ୍ଦେଶ - ASO ମେରିଟ୍ ଲିଷ୍ଟ ଖାରଜ

ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲା । ASO ମେରିଟ୍ ଲିଷ୍ଟ ଖାରଜ କଲେ କୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ
ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ
author img

By

Published : May 19, 2023, 11:49 AM IST

Updated : May 19, 2023, 2:22 PM IST

ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ

କଟକ: ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲା । ମେରିଟ୍ ଲିଷ୍ଟ ଖାରଜ କଲେ କୋର୍ଟ । ଓଡ଼ିଶା ଲୋକସେବା ଆୟୋଗ (OPSC ) ପକ୍ଷରୁ ପରିଚାଳିତ ASO ପରୀକ୍ଷାର ମେରିଟ୍ ଲିଷ୍ଟ ଆଜି ହାଇକୋର୍ଟରେ ଖାରଜ ହୋଇଛି । ମୋଟ (ଏଗ୍ରିଗେଟ) ମାର୍କ ଆଧାରରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ OPSCକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକି ନିଯୁକ୍ତି ଆଶାୟୀଙ୍କୁ ବଡ ଝଟକା ଦେଇଛି ।

ଆଜି ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି କରି ଉଚ୍ଚ ଅଦାଲତ OPSCର ମେରିଟ ଲିଷ୍ଟକୁ ଖାରଜ କରିବା ସହ ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲିଖିତ ପରୀକ୍ଷାରେ ମୋଟ ମାର୍କ ଆଧାରରେ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି ।

ଏହାମଧ୍ୟ ପଢନ୍ତୁ : Egra Bomb Blast: କଟକର ଘରୋଇ ହସ୍ପିଟାଲରେ ଆଖି ବୁଜିଲା ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୭୯୬ଟି ASO ପଦବୀ ପାଇଁ ଗତ ଅଗଷ୍ଟ ମାସରେ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରୀକ୍ଷା ହୋଇଥିଲା । ନଭେମ୍ବର ୭ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମୋଟ ୧୧୦୪ ଜଣ ଆଶାୟୀ କୃତକାର୍ଯ୍ୟ ହୋଇଥିଲେ । ମାତ୍ର ପରୀକ୍ଷା ଫଳ ପ୍ରକାଶ ପରେ ହଜାର ହଜାର ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତି କରିଥିଲେ । ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଧାରଣାକୁ ଓହ୍ଲାଇଥିଲେ ପରୀକ୍ଷାର୍ଥୀ ।

କେଉଁ ଆଧାରରେ ସେମାନଙ୍କୁ ବାଦ୍ ଦିଆଯାଇଛି ତାହା ଜାଣିବାକୁ ଓ ମାର୍କ ସିଟ୍ ସାର୍ବଜନୀନ କରିବାକୁ ଦାବି କରିଥିଲେ । ସେମାନେ କଟକ ଲୋକସେବା ଆୟୋଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ପରୀକ୍ଷା ପରେ କଟ ଅଫ୍ ମାର୍କ, ମାର୍କସିଟ୍ ଆସିବାରେ ବିଳମ୍ବ, ଏପରିକି ପରୀକ୍ଷା ହଲରେ ଖାତା ଖୋଲି ନଥିବା ପିଲା ବି ପାସ୍ କରିଥିବା ଅଭିଯୋଗ କରିଥିଲେ ଶହ ଶହ ପରୀକ୍ଷାର୍ଥୀ । ପରେ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ : ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍: ୧୧୫୦୦ କୋଟି ପୁଞ୍ଜି ପ୍ରସ୍ତାବ, ୩୧୫୦୦ ନିଯୁକ୍ତି ସମ୍ଭାବନା

ଏହାମଧ୍ୟ ପଢନ୍ତୁ: ସୁପ୍ରିମକୋର୍ଟକୁ ମିଳିଲା 2 ନୂଆ ବିଚାରପତି, ଶପଥ ନେଲେ କେଭି ବିଶ୍ବନାଥନ ଓ ପ୍ରଶାନ୍ତ ମିଶ୍ର

ଇଟିଭି ଭାରତ, କଟକ

Last Updated : May 19, 2023, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.