ETV Bharat / state

ଅଲାରନାଥ ପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଅଲାରନାଥ ପୀଠ ଜନସ୍ବାର୍ଥ ମାମଲା

ହାଇକୋର୍ଟରେ ଅଲାରନାଥ ପୀଠରେ ଅସମ୍ଭାଳ ଭିଡ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରେ ଅଲାରନାଥ ପୀଠ ମାମଲାର ଶୁଣାଣି
ହାଇକୋର୍ଟରେ ଅଲାରନାଥ ପୀଠ ମାମଲାର ଶୁଣାଣି
author img

By

Published : Jun 9, 2023, 9:33 AM IST

କଟକ: ଅଲାରନାଥ ପୀଠରେ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପୀଠ ଭିତରେ ଲାଗିଥିବା ସିଲିଂ ଫ୍ୟାନର ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଧାଡିରେ ଛିଡା ହୋଇଥିବା ଭକ୍ତଙ୍କ ପାଇଁ ଷ୍ଟାଣ୍ଡ ଫ୍ୟାନର ବନ୍ଦୋବସ୍ତ ହେବ । ଏହାସହିତ ବୟସ୍କ, ଦିବ୍ୟାଙ୍ଗ, ମହିଳା ଏବଂ ଶିଶୁ ଭକ୍ତଙ୍କ ପାଇଁ କିପରି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ସେନେଇ ପଦକ୍ଷେପ ନେବାକୁ ପୁରୀ ଜିଲ୍ଲା ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାର୍କିଂ ସ୍ଥାନରୁ ପୀଠ ପର୍ଯ୍ୟନ୍ତ ବ୍ୟାଟେରୀ ଗାଡିର ସୁବିଧା କରିବାକୁ ନିର୍ଦ୍ଦେଶ ରହିଛି । ମନ୍ଦିର ବେଢ଼ା ମଧ୍ୟରେ ପ୍ରସାଦ ବିକ୍ରୟ ଏବଂ ସେବନ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ । ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାରିକେଟ ପାଖରେ ମୋବାଇଲ ଶୌଚାଳୟର ବ୍ୟବସ୍ଥା ହେବ । ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଏବଂ ବାହାରେ ସିସିଟିଭି ଲଗାଯିବା ସହ ଦର୍ଶନ ସମୟର ସମ୍ପୂର୍ଣ୍ଣ ବିବରଣୀ ଗଣମାଧ୍ୟମ ଜରିଆରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଅଣସର ସମୟରେ ଅଲାରନାଥ ପୀଠରେ ଅସମ୍ଭାଳ ଭିଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା । ମଧୁସୂଦନ ପୂଜାପଣ୍ଡା ଏହି ମାମଲା ଦାୟର କରିଥିଲେ । ଉକ୍ତ ମାମଲାର ଶୁଣାଣି କରି କୋର୍ଟ, ଶୃଙ୍ଖଳିତ ଦର୍ଶନ ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସ୍ନାନମଣ୍ଡପରେ ସୁନାକୂଅର ୧୦୮ ଗରା ଜଳ ସ୍ନାନ କରି ଚତୁର୍ଦ୍ଧାମୂର୍ତ୍ତି ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ଡିକୁ ବିଜେ କରିବା ପରେ ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରରେ ଅଣସର ଦର୍ଶନ ଆରମ୍ଭ ହୋଇଛି । ପ୍ରଥମ ଦିନରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଅଲାରନାଥ ମନ୍ଦିରରେ ଭିଡ ନିୟନ୍ତ୍ରଣ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ପୂର୍ବରୁ ଜବାବ ତଲବ କରିଥିଲେ ।

ଭିଡ ପରିଚାଳନା ତଥା ନିୟନ୍ତ୍ରଣ ଏବଂ ଅଲାରନାଥଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନଙ୍କ ନିରାପଦ ପ୍ରବେଶ ଓ ପ୍ରସ୍ଥାନ ଦିଗରେ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ମନ୍ଦିର ପ୍ରଶାସନ/କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜିଉ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ଏହି ସମୟରେ ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ସ୍ନାନ ପୂର୍ଣ୍ଣିମା ପର ଠାରୁ ପ୍ରାୟ ଦୁଇ ସପ୍ତାହ ଧରି ଅଲାରନାଥ ମନ୍ଦିରରେ ଦର୍ଶନ ପାଇଁ ଭିଡ ହୋଇଥାଏ । ମହାପ୍ରଭୁଙ୍କ ଦର୍ଶନରୁ ମିଳୁଥିବା ଆଶୀର୍ବାଦ ଓ ପୂଣ୍ୟ ଅଣସର ବେଳେ ଶ୍ରୀଅଲାରନାଥଙ୍କ ଦର୍ଶନରୁ ମିଳିଥାଏ ବୋଲି ବିଶ୍ବାସ ରହିଛି । ଅଲାରନାଥ ମନ୍ଦିରରେ ଅନନ୍ତବାସୁଦେବଙ୍କ ରୂପରେ ବଳଭଦ୍ର ଓ ଭୁବନେଶ୍ବରୀଙ୍କ ରୂପରେ ଦେବୀ ସୁଭଦ୍ରା ଦର୍ଶନ ଦେଇଥାନ୍ତି । ଏଣୁ ସ୍ନାନ ପୂର୍ଣ୍ଣିମାରୁ ଦୁଇ ସପ୍ତାହ ଧରି ଏହି ପୀଠରେ ଅସମ୍ଭାଳ ଭିଡ ହୋଇଥାଏ । ଅର୍ଗଳିରୁ ଗର୍ଭଗୃହ ପର୍ଯ୍ୟନ୍ତ ସଂକୀର୍ଣ୍ଣ ରାସ୍ତା ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଲାରନାଥ ମନ୍ଦିରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବ୍ୟବସ୍ଥିତ ଓ ସୁରକ୍ଷିତ ଦର୍ଶନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.