ETV Bharat / state

ମାଳି ପର୍ବତ ବକ୍ସାଇଟ ଖନନ ମାମଲା, ସାନି ଜନଶୁଣାଣି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - କଟକ ନ୍ୟୁଜ

ମାଳିପର୍ବତ ବକ୍ସାଇଟ ଖନନ (Mali Hills bauxite mining)ର ସାନି ଜନ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ମାଳି ପର୍ବତ ବକ୍ସାଇଟ ଖନନ ମାମଲା, ସାନି ଜନ ଶୁଣାଣି କରିବାକୁ ହାଇକୋର୍ଟର ନିର୍ଦେଶ

author img

By

Published : Dec 2, 2022, 7:29 AM IST

କଟକ: କୋରାପୁଟ ମାଳି ପର୍ବତ ବକ୍ସାଇଟ ଖନନ ମାମଲା ହାଇକୋର୍ଟରେ ଶୁଣାଣି ହୋଇଛି । ବକ୍ସାଇଟ ଖନନ ପାଇଁ ସାନି ଜନ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା 7 ତାରିଖ ସୁଦ୍ଧା ଜନଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହାସହ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ଜନ ଶୁଣାଣି ସମ୍ପର୍କରେ ପ୍ରଚାର ପ୍ରସାର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଜନଶୁଣାଣିରେ ଜିଲ୍ଲା ଜଜ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ,ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ । ଜନ ଶୁଣାଣିର ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି କରାଯିବ । ସେହିପରି ଜାନୁଆରୀ ୧୫ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ଭିଡିଓ ଗ୍ରାଫି ସହ ଜନଶୁଣାଣିର ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ତେବେ ଜାନୁଆରୀ ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.