ETV Bharat / state

ATMରେ ଫେସିଆଲ୍ ବାୟୋମେଟ୍ରିକ୍ସ ବ୍ୟବସ୍ଥା ପାଇଁ ହାଇକୋର୍ଟଙ୍କ ପରାମର୍ଶ; ଜାଣନ୍ତୁ କାହିଁକି

author img

By ETV Bharat Odisha Team

Published : Nov 10, 2023, 10:33 AM IST

ATMରେ ଫେସିଆଲ୍ ବାୟୋମେଟ୍ରିକ୍ସ ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥାର ପ୍ରଚଳନ ପାଇଁ ହାଇକୋର୍ଟଙ୍କ ପରାମର୍ଶ । ଏହି ବ୍ୟବସ୍ଥାରେ ATM କାରବାର ପୂର୍ବରୁ ବ୍ୟବହାରକାରୀଙ୍କ ପ୍ରଥମେ କ୍ୟାମେରାରେ ମୁହଁ ଦେଖାଇବାକୁ ପଡ଼ିବ । ଅଧିକ ପଢନ୍ତୁ

ATMରେ ଫେସିଆଲ୍ ବାୟୋମେଟ୍ରିକ୍ସ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ

କଟକ: ଅନେକ ସମୟରେ ଏଟିଏମରୁ ଟଙ୍କା ଲୁଟ୍‌ ହେଉଥିବା ଦେଖାଯାଉଛି । ଲୁଟେରାମାନେ ମୁହଁକୁ ଢାଙ୍କି ଏଟିଏମରୁ ଲୁଟ୍‌ କରୁଛନ୍ତି । କେତେବେଳେ ଅନ୍ୟ ଜଣଙ୍କ ଏଟିଏମରୁ ଟଙ୍କା ଲୁଟ କରୁଛନ୍ତି ତ ଆଉ କେତେବେଳେ ଏଟିଏମ୍ ଭାଙ୍ଗି ଲୁଟି ନେଉଛନ୍ତି । ମୁହଁ ଢାଙ୍କି ଲୁଟେରାମାନେ ଏହି ଲୁଟପାଟ କରୁଥିବା ବେଳେ ସେମାନଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବାରେ ସମସ୍ୟା ହେଉଛି । ଏହାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ବ୍ୟାଙ୍କ ଏଟିଏମ ଗୁଡିକରେ ଫେସିଆଲ୍ ବାୟୋମେଟ୍ରିକ୍ସ ଆଇଡେଣ୍ଟିଫିକେସନ୍ ପ୍ରୋସେସ ପ୍ରଚଳନ କରିବା ଉପରେ କୋର୍ଟ ଗୁରୁତ୍ବ ଦେଇଛନ୍ତି ।

ଫେସିଆଲ ବାୟୋମେଟ୍ରିକ୍ସ ଆଇଡେଣ୍ଟିଫିକେସନ୍ କ'ଣ: ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଏଟିଏମ୍‌ଗୁଡ଼ିକରେ ଫେସିଆଲ୍‌ ବାୟୋମେଟ୍ରିକ୍ସ ଚିହ୍ନଟ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ହାଇକୋର୍ଟ । ଏହି ବ୍ୟବସ୍ଥା ଅନୁଯାୟୀ ବ୍ୟବହାରକାରୀଙ୍କୁ ପ୍ରଥମେ କ୍ୟାମେରା ସମ୍ମୁଖରେ ମୁହଁ ଦେଖାଇବାକୁ ହେବ । ଫଳରେ ବ୍ୟବହାରକାରୀଙ୍କୁ ଏଟିଏମ କ୍ୟାମେରା ପ୍ରଥମେ ଚିହ୍ନଟ କରିବ । ଏପରି କାରବାରକୁ ଏଟିଏମ ସିକ୍ୟୁରିଟି କ୍ୟାମେରା ତଦାରଖ କରିବା ସହିତ ରେକର୍ଡ କରିପାରିବ । ଯଦ୍ବାରା ଆବଶ୍ୟକ ସ୍ଥଳେ ଏଟିଏମରେ ବେଆଇନ କାରବାରକୁ ଆରମ୍ଭ ହେବା ପୂର୍ବରୁ ରୋକି ଦିଆଯାଇପାରିବ ।

ଏହାମଧ୍ୟ ପଢନ୍ତୁ: Curb Proxy Sarpanch Menace: ମହିଳା ସରପଞ୍ଚଙ୍କ କାର୍ଯ୍ୟ ତୁଲାଉଛନ୍ତି ସ୍ବାମୀ, ରିପୋର୍ଟ ତଲବ କଲେ ହାଇକୋର୍ଟ

ଏଟିଏମ କାର୍ଡ ଓ ଏହାର ପିନ୍ ନମ୍ବର ଚୋରି କରି ଯଦି କେହି ପ୍ରକୃତ ଆକାଉଣ୍ଟଧାରୀଙ୍କ ଅଜାଣତରେ ଟଙ୍କା ଉଠାଏ ତେବେ ଏହା ମଧ୍ୟ ରେକର୍ଡ ହୋଇଯିବ । ଏଟିଏମ୍ କାର୍ଡ ବ୍ୟବହାର କରି ବେଆଇନ ଟଙ୍କା ଉଠାଣ ଘଟଣାରେ ସଂପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରିହେବ । ଏହାଦ୍ୱାରା ତଦନ୍ତକାରୀ ସଂସ୍ଥା ପାଇଁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହଜ ହେବ ।

ଭଦ୍ରକରେ ଜଣେ ନାବଳିକା ଅପହରଣ ମାମଲାରେ ପୀଡ଼ିତ ପରିବାର ପକ୍ଷରୁ ଦାୟର ହେବିୟସ କର୍ପସ ଆବେଦନର ଶୁଣାଣି କରି ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାର ଆଲୋଚନା କରିବେ । ଏଟିଏମ ବ୍ୟବହାରକାରୀଙ୍କ ଚିହ୍ନଟ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଓ ନିୟମାବଳୀ ଜାରି ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି ।

କାହିଁକି ଏହାକୁ ଗୁରୁତ୍ୱର ସହ ନେଲେ ହାଇକୋର୍ଟ ?

ଜଣେ ନାବଳିକାଙ୍କ ଅପହରଣ ନେଇ ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ ଏତଲା ରୁଜୁ ହୋଇଥିଲା । ଅପହୃତା ନାବାଳିକାଙ୍କ ଉଦ୍ଧାର ପାଇଁ ପୀଡ଼ିତାଙ୍କ ବାପା ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତକାରୀ ଅଧିକାରୀ ତଦନ୍ତର ସାନି ସ୍ଥିତି ନେଇ କୋର୍ଟଙ୍କୁ ଅବଗତ କରିଥିଲେ । ଏହି ମାମଲାର ତଦନ୍ତ କରିବା ସମୟରେ ତଦନ୍ତକାରୀ ଅଧିକାରୀ, ଅଭିଯୁକ୍ତର ମାଆଙ୍କୁ ତାଙ୍କର ଏଟିଏମ କାର୍ଡ ଅଛି କି ନାହିଁ ପଚାରିଥିଲେ । ତେବେ ସେ ମନା କରିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ନାମରେ ଥିବା ଏକ ବ୍ୟାଙ୍କର ଏଟିଏମ କାର୍ଡ, କେନ୍ଦ୍ରାପଡାର ଏକ ଏଟିଏମରେ ବ୍ୟବହାର ହୋଇଥିବା ଜଣାପଡିଥିଲା । କେହି ଜଣେ ମୁହଁକୁ ଢାଙ୍କି ଏଟିଏମରୁ ଟଙ୍କା ଉଠାଇଥିଲା । କହିବାକୁ ଗଲେ ଅଭିଯୁକ୍ତ ଜଣକ ନିଜର ମୁହଁ ଢାଙ୍କି ଏହି ଟଙ୍କା ଉଠାଣ କରିଥିଲା । ମାତ୍ର ପୋଲିସ ତା'ର କୌଣସି ସନ୍ଧାନ ପାଇନଥିଲା । ଏହି ମାମଲାକୁ କୋର୍ଟ ଗୁରୁତ୍ୱର ନେବା ସହ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିବା ବେଳେ ଏନେଇ ବିସ୍ତୁତ ତଥ୍ୟ ସତ୍ୟପାଠ ଆକାରରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.