ETV Bharat / state

ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପ୍ରସଙ୍ଗ: ଗଜପତି, ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ନୋଟିସ୍‌ - ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ମାମଲା । ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ହାଇକୋର୍ଟ । ଅଧିକ ପଢନ୍ତୁ

special arrangements for disable peoples entry system

author img

By

Published : Jul 8, 2023, 12:36 PM IST

କଟକ: ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଙ୍ଗ । ଏନେଇ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଲାଗି ଦ୍ବିତୀୟ ଥର ଲାଗି ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ ପାଇବାର ୭ ଦିନ ଭିତରେ ପ୍ରତିପକ୍ଷମାନେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯେଭଳି ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ସହଜରେ ପ୍ରବେଶ କରିପାରିବେ ତାହା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିପକ୍ଷ ଏପରି ବ୍ୟବସ୍ଥା ଗ୍ରହଣ ପ୍ରସଙ୍ଗରେ ଉଦ୍ୟମ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଙ୍ଗରେ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏହା ଏକ ଜରୁରୀ ପ୍ରସଙ୍ଗ ବୋଲି ହାଇକୋର୍ଟ କହିଥିଲେ । ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଆଇନସମ୍ମତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ରହିଥିଲା । ଆବେଦନକାରୀ ହାଇକୋର୍ଟରେ ଦାଖଲ କରିଥିବା ରିଟ୍ ପିଟିସନ୍‌କୁ ତାଙ୍କ ଦରଖାସ୍ତ ଭାବେ ଗ୍ରହଣ କରି କର୍ତ୍ତୃପକ୍ଷ ବିଚାର କରିବା ସହିତ ଏହି ପ୍ରସଙ୍ଗରେ ଏକ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିଲା ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ନେଇ ହେବ ସ୍ଵତନ୍ତ୍ର ବ୍ୟବସ୍ଥା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଆବେଦନକାରୀ ହାଇକୋର୍ଟରେ ପ୍ରଥମ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ । ପ୍ରଥମ ଅଦାଲତ ଅବମାନନା ମାମଲାର ହାଇକୋର୍ଟ ଶୁଣାଣି କରି ପୂର୍ବ ନିର୍ଦ୍ଦେଶ ଏକ ମାସ ଭିତରେ ପାଳନ ପାଇଁ ୨୦୨୨ ମସିହା ଡିସେମ୍ବର ୨୦ରେ ନିର୍ଦ୍ଦେଶ ଦେଇଥିଲେ। ପୂର୍ବର ଦୁଇ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଏହି ଦ୍ବିତୀୟ ଅଦାଲତ ଅବମାନନା ମାମଲା ଆବେଦନକାରୀଙ୍କ ପକ୍ଷରୁ ଦାୟର କରାଯାଇଥିଲା ।

ଇଟିଭି ଭାରତ, କଟକ

For All Latest Updates

TAGGED:

cuttack news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.