କଟକ: ହାଇକୋର୍ଟ ବେଞ୍ଚ ଓ ବାର ମଧ୍ୟରେ ବଢିବାରେ ଲାଗିଛି ବିବାଦ । ଅଡୁଆରେ ଆଇନଜୀବୀ । ଆଇନଜୀବୀଙ୍କ ଆନ୍ଦୋଳନ ଓ ଅଦାଲତ ବର୍ଜନ ନେଇ ହାଇକୋର୍ଟ ନିଜ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ କରିବା ପରେ ଏପରି ସ୍ଥିତି ଉପୁଜିଛି । ଏ ନେଇ ନଭେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ହାଇକୋର୍ଟ ଫୁଲ ବେଞ୍ଚ ନୋଟିସ ପ୍ରସଙ୍ଗରେ ସୋମବାର ଅଧିକାଂଶ ବାର ପକ୍ଷରୁ କୋର୍ଟରେ ଆପିଅର କରାଯାଇଛି । କିଛି ବାର ଜବାବ ଦାଖଲ ମଧ୍ୟ କରିଛନ୍ତି । ତେବେ ଜବାବ ଦାଖଲ କରିବାକୁ ହାଇକୋର୍ଟ ବାର କୋର୍ଟଙ୍କୁ ୪ ସପ୍ତାହ ସମୟ ମାଗିଥିଲେ। ଏନେଇ କୋର୍ଟ ରେ ମଧ୍ୟ ଅନେକ ଯୁକ୍ତିତର୍କ ହୋଇଥିଲା। ତେବେ କୋର୍ଟ ଏଥିଲାଗି ଆସନ୍ତା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ