କଟକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାରେ ନିଜ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସିବିଆଇ ତଦନ୍ତ ଦାବି କରାଯାଇଥିବା ବେଳେ ମାମଲାର ଶୁଣାଣୀରେ ପୂର୍ଣଛେଦ ପକାଇଛନ୍ତି ହାଇକୋର୍ଟ । ଘଟଣାର CBI ତଦନ୍ତ ଦାବି କରି କ୍ୟାମେରାମ୍ୟାନ ମାନସଙ୍କ ବାପା ପଞ୍ଚାନନ ସ୍ବାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଆବେଦନର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାରୁ ଏହି ମାମଲାରେ ସେ ଆଉ ଅଗ୍ରସର ହେବାକୁ ଚାହୁଁନାହାଁନ୍ତି । ଏଭଳି ସ୍ଥିତିରେ ହାଇକୋର୍ଟ ଏହି ମାମଲାର ଶୁଣାଣୀ ଶେଷ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପୋଲିସର ନିଷ୍କ୍ରିୟତା ଅଭିଯୋଗ କରି ମାନସଙ୍କ ବାପା ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ