ETV Bharat / state

ହାଇକୋର୍ଟଙ୍କ ରାୟ, ଉଚ୍ଛେଦ ହେବ ବିଶ୍ବନାଥ ପଣ୍ଡିତ ପାଠାଗାର - cuttack netaji bus terminal

ବସ୍ ଟର୍ମିନାଲ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ପରେ ବୁଧବାରଠାରୁ ଆରମ୍ଭ ହେବ ବିଶ୍ବନାଥ ପାଠାଗାର ଉଚ୍ଛେଦ କାର୍ଯ୍ୟ । ଖୁବଶୀଘ୍ର ଏକ ଷ୍ଟେଟ ଅଫ ଦି ଆର୍ଟ କେଠା ତିଆରି କରାଯାଇ ପାଠାଗାରକୁ ସ୍ଥାନାନ୍ତରିତ କରାଯିବା ନେଇ ସୂଚନା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ହାଇକୋର୍ଟଙ୍କ ରାୟ, ଉଚ୍ଛେଦ ହେବ ବିଶ୍ବନାଥ ପଣ୍ଡିତ ପାଠାଗାର

author img

By

Published : Feb 16, 2021, 10:08 PM IST

କଟକ: ସହରରେ ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲ ପାଇଁ ଉର୍ଦ୍ଦିଷ୍ଟ ଜମିରୁ ଆଇନଗତ ପ୍ରତିବନ୍ଧକ ହଟିବା ପରେ ଉତ୍ସାହିତ ହୋଇ ଉଠିଛି କଟକ ଜିଲ୍ଲା ପ୍ରଶାସନ । ସୋମବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଟର୍ମିନାଲ ଜମିରେ ଥିବା ପାଠାଗାରକୁ ଉଚ୍ଛେଦ କରାଯିବ । ତେବେ ଟର୍ମିନାଲକୁ ଲାଗି କରିଥିବା ୩ଟି ଯାକ ମନ୍ଦିରର ସୁରକ୍ଷା ସହିତ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ । ତିନୋଟି ମନ୍ଦିରକୁ ନେଇ ସେଠାରେ ଏକ ଟେମ୍ପୁଲ୍‌ କମ୍ପ୍ଲେକ୍ସ କରିବାକୁ ନିଷ୍ପତି ହୋଇଛି ।

ହାଇକୋର୍ଟଙ୍କ ରାୟ, ଉଚ୍ଛେଦ ହେବ ବିଶ୍ବନାଥ ପଣ୍ଡିତ ପାଠାଗାର

ଖାନନଗରରେ ପ୍ରସ୍ତାବିତ ନେତାଜୀ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା ତିନୋଟି ମାମଲା ପ୍ରଶାସନର ଚିନ୍ତା ବଢାଇଥିଲା । କିନ୍ତୁ ଗତକାଲି କୋର୍ଟରେ ଦାୟର ହୋଇଥିବା ଦୁଇଟି ଯାକ ଜନସ୍ବାର୍ଥ ମାମଲାକୁ ଖାରଜ କରିଦେବା ସହ ଶ୍ମଶାନ କାଳୀ ମନ୍ଦିରର ୩ ଏକର ଜମି ଉପରେ ଦେଇଥିବା ସ୍ଥିତାବସ୍ଥାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆଶ୍ବସ୍ତ ହୋଇଛି କଟକ ଜିଲ୍ଲା ପ୍ରଶାସନ । ଏହି କ୍ରମରେ ସେହି ତିନି ଏକର ଜମି ପ୍ରଶାସନର ଅକ୍ତିଆରକୁ ଆସିଥିବାବେଳେ ବୁଧବାରଠାରୁ ଟର୍ମିନାଲ ଜମିରେ ଥିବା ବିଶ୍ବନାଥ ପଣ୍ଡିତ ପାଠାଗାରର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ପାଠାଗାରକୁ ସିଡିଏରେ ଥିବା ଓଏଟି କୋଠାକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯାଇଛି ଏବଂ ଖୁବଶୀଘ୍ର ଏକ ଷ୍ଟେଟ ଅଫ ଦି ଆର୍ଟ କେଠା ତିଆରି କରି ସେଠାକୁ ପାଠାଗାରକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.