ETV Bharat / state

କଟକରେ ରାସ୍ତାଘାଟ ସମସ୍ୟା, ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦେଲେ ହାଇକୋର୍ଟ - ରାସ୍ତାଘାଟ ସମସ୍ୟା ନେଇ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ

କଟକରେ ରାସ୍ତାଘାଟ ସମସ୍ୟା ନେଇ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ । ଅଧିକ ପଢନ୍ତୁ

road problem in Cuttack
road problem in Cuttack
author img

By ETV Bharat Odisha Team

Published : Oct 13, 2023, 7:35 AM IST

କଟକ: ସିଲଭର ସିଟିରେ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତାଘାଟ ଓ ଡ୍ରେନେଜ ବ୍ୟବସ୍ଥା। ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଏ ସମ୍ପର୍କୀତ ମାମଲାର ଶୁଣାଣି କରି ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସହରର ରାସ୍ତା ଓ ଡ୍ରେନ୍ ନିର୍ମାଣ, ମରାମତି ପାଇଁ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କ ତରଫରୁ ବିଭିନ୍ନ ସମୟସୀମା ଧାର୍ଯ୍ୟ କରାଯାଇଥାଏ । ଯାହାକୁ ନେଇ କୋର୍ଟ କଡ଼ା ଆଭୁମୁଖ୍ୟ ଗ୍ରହଣ କରିଛନ୍ତି । କର୍ତ୍ତୃପକ୍ଷଙ୍କ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରାଯାଇ ପାରିବ ନାହିଁ, ବିଭାଗୀୟ କର୍ତ୍ତୃପକ୍ଷ ନିର୍ମାଣଧିନ କାର୍ଯ୍ୟ ଶେଷ କରିବା ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି, ସିଏମସି ସିଟି ଇଞ୍ଜିନିୟରଙ୍କ ପକ୍ଷରୁ ଏନେଇ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି ତାହା ସମ୍ପୂର୍ଣ୍ଣ କାଳ୍ପନିକ ବୋଲି କୋର୍ଟ ଅନୁଭବ କରିଛନ୍ତି । ସେହିପରି ବିଭିନ୍ନ କାର୍ଯ୍ୟ ଶେଷ କରିବା ପାଇଁ କିପରି ସମୟସୀମା ଧାର୍ଯ୍ୟ କରାଯାଇଛି, ସେନେଇ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟୀକରଣ ରଖିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ସିଏମସି ସିଟି ଇଞ୍ଜିନିୟର ବ୍ୟକ୍ତିଗତ ଭାବେ ହାଜର ହୋଇ ସ୍ପଷ୍ଟୀକରଣ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ଆର ଆଣ୍ଡ ବି ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ, ୱାଟକୋ, (ସ୍ୱରେଜ,ଡ୍ରେନେଜ) ଉଭୟର ମହା ପ୍ରବନ୍ଧକ, କଟକ ସହରରେ ଭୂତଳ ପାଇପ ବିଛାଇ ଗ୍ୟାସ ଯୋଗାଣ କାର୍ଯ୍ୟ କରୁଥିବା ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ (ଗେଲ)ର ମହାପ୍ରବନ୍ଧକ ମଧ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥିତ ରହିବେ ବୋଲି କୋର୍ଟ କହିଛନ୍ତି । ଆଜି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଥାନାରେ ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ଼ ମାରିଲା ପୋଲିସ, ହାଇକୋର୍ଟରେ ମାମଲା

ସିଏମସି ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ, କଟକ ସହରରେ ରାସ୍ତାଖୋଳି ୱାଟକୋ ଭୂତଳ ଜଳ ଯୋଗାଣ ପାଇପ ପକାଉଛି । ଖୋଳା ଯାଉଥିବା ରାସ୍ତାର ମରାମତି ମଧ୍ୟ ୱାଟକୋ କରୁଛି । ସିଏମସି ମୁଖ୍ୟ ରାସ୍ତା, ଲେନ୍ ଓ ସବ୍-ଲେନ୍ ସବୁ ରକ୍ଷଣାବେକ୍ଷଣ କରୁଛି । ସିଡିଏ ଅଞ୍ଚଳ, ରିଙ୍ଗରୋଡ୍, କଟକ ସହରର ମୁଖ୍ୟ ଆଭ୍ୟନ୍ତରୀଣ ରାସ୍ତା କଟକ ଆର ଆଣ୍ଡ ବି ଡିଭିଜନ-୧ ରକ୍ଷଣାବେକ୍ଷଣ କରୁଛି । କ୍ଷତିଗ୍ରସ୍ତ ରାସ୍ତାର ଉପଯୁକ୍ତ ଯତ୍ନ ନିଆ ନଯିବା ଘଟଣା ପାଇଁ ୱାଟକୋ ଓ ଆର ଆଣ୍ଡ ବି ଦାୟୀ । ଏଥି ସହିତ ଗେଲ, ଟାଟା ପାୱାର ଓ କେତେକ ଘରୋଇ କମ୍ପାନୀ ସିଏମସି ଅନୁମତି ନେଇ ରାସ୍ତାକାଟି ଭୂତଳ ଗ୍ୟାସ ପାଇପଲାଇନ, ବିଦ୍ୟୁତ କେବୁଲ, ଅପଟିକ ଫାଇବର କେବୁଲ ପକାଉଛନ୍ତି । ତେବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୌଣସି ତାଳମେଳ ରହୁ ନଥିବାରୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସହରର ରାସ୍ତା ଘାଟ ଓ ଡ୍ରେନ୍‌ କାର୍ଯ୍ୟ ବିପର୍ଯ୍ୟସ୍ତକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ରାସ୍ତାଘାଟକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.