ETV Bharat / state

ହାଇକୋର୍ଟ ବାର ଆସୋସିଏସନ୍‌ରୁ ଚୟନ ହୁଅନ୍ତୁ ବିଚାରପତି !

author img

By

Published : Jun 6, 2019, 9:09 PM IST

ଓଡିଶା ହାଇକୋର୍ଟରେ ତୁରନ୍ତ ୧୪ଟି ବିଚାରପତି ପଦ ପୂରଣ କରିବା ସହିତ ହାଇକୋର୍ଟ ବାର ମଧ୍ୟରୁ ବିଚାରପତି ଚୟନ କରିବାକୁ ହାଇକୋର୍ଟ ବାର ଆସୋସିଏସନ ଦାବି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା କମିବାରେ ଲାଗିଛି । ହାଇକୋର୍ଟରେ ୨୭ ଜଣ ବିଚାରପତି ଆବଶ୍ୟକ ଥିଲାବେଳେ, ମାତ୍ର ୧୩ ଜଣ ବିଚାରପତିଙ୍କୁ ନେଇ ଓଡିଶା ହାଇକୋର୍ଟରେ ବିଚାର ପ୍ରକ୍ରିୟା ଚାଲୁଛି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛି ଓଡିଶା ହାଇକୋର୍ଟ ବାର ଆସୋସିଏସନ୍‌ । ତୁରନ୍ତ ୧୪ଟି ବିଚାରପତି ପଦ ପୂରଣ କରିବା ସହିତ ହାଇକୋର୍ଟ ବାର ମଧ୍ୟରୁ ବିଚାରପତି ଚୟନ କରିବାକୁ ଆସୋସିଏସନ ଦାବି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ହାଇକୋର୍ଟ ବାର ମଧ୍ୟରୁ ନିୟମିତ ଆଇନଜୀବୀମାନଙ୍କ ମଧ୍ୟରୁ ବିଚାରପତି ଚୟନ କରିବାକୁ ଆସୋସିଏସନ ଦାବି କରିଛି । ହେଲେ ହାଇକୋର୍ଟ ବାର ପରିସରଭୁକ୍ତ ନ ଥିବା ଜଣେ ଆଇନଜୀବୀଙ୍କୁ ବିଚାରପତି ପାଇଁ କଲେଜିୟମ ଚୟନ କରୁଥିବା ନିଷ୍ପତ୍ତିକୁ ମଧ୍ୟ ଆସୋସିଏସନ ବିରୋଧ କରିଛି । ଏନେଇ ରାଜ୍ୟପାଳ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀ, ମୁଖ୍ୟ ବିଚାରପତିଙ୍କୁ ଆସୋସିଏସନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.