କଟକ: ପୁରୀ ଠାରୁ ୨୭୦ କିଲୋମିଟର ଦୂରରେ ଜୱାଦ ରହିଛି। କିନ୍ତୁ ଏହାର ପ୍ରଭାବରେ ଭୁବନେଶ୍ବର ଓ କଟକରେ ଆଜି ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଟ୍ବିନସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଏପଟେ କଟକ ଜିଲ୍ଲାରେ ମଧ୍ୟ ମୁଷଳ ଧାରାରେ ବର୍ଷା ଜାରି ରହିଛି।
ଦୁଇ ଦିନ ଧରି ଜିଲ୍ଲାରେ ଏମିତି ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ କିନ୍ତୁ ବର୍ଷା ସହିତ ପବନ ମଧ୍ୟ ବୃଦ୍ଧି ପାଇଛି। ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।
କଟକରୁ ପ୍ରଭୁକଲ୍ଯାଣ ପାଲ, ଇଟିଭି ଭାରତ