ETV Bharat / state

ନବ ଦାସ ହତ୍ୟା ମାମଲା: ହସ୍ତଲେଖା ବ୍ୟୁରୋକୁ ଗଲା ଗୋପାଳର ହାତଲେଖା, ମାନସିକ ସ୍ଥିତି ଯାଞ୍ଚ କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ଆଉ ୪ ଦିନ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ନିକଟରୁ ଯେଉଁ ତଥ୍ୟ ହାସଲ କରିଥିଲା ସେହି ମଧ୍ୟରୁ ୨୨ ଖଣ୍ଡ ଅଭିଯୁକ୍ତର ହାତଲେଖା କାଗଜ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବା ସୂଚନା ମିଳିଛି । ଏହି ଜବତ କାଗଜ ଗୁଡିକୁ ଯାଞ୍ଚ ପାଇଁ ହସ୍ତଲେଖା ବ୍ୟୁରୋକୁ ପଠାଯାଇଛି । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟା ମାମଲାରେ ତଦନ୍ତ ଜୋରଦାର କଲା କ୍ରାଇମବ୍ରାଞ୍ଚ

author img

By

Published : Feb 4, 2023, 10:55 PM IST

କଟକ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଅଭିଯୁକ୍ତ ଗୋପାଳ ଦାସକୁ ଆହୁରି ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ପ୍ରଥମ ୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ । ଏଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପୁନର୍ବାର ୯ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କେବଳ ୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଅଭିଯୁକ୍ତ ନିକଟରୁ ଅନେକ ତଥ୍ୟ ହାସଲ କରିବାର ଆଶା ରଖିଛି କ୍ରାଇମବ୍ରାଞ୍ଚ ।

ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ନିକଟରୁ ଯେଉଁ ତଥ୍ୟ ହାସଲ କରିଥିଲା ସେହି ମଧ୍ୟରୁ ୨୨ ଖଣ୍ଡ ଅଭିଯୁକ୍ତର ହାତଲେଖା କାଗଜ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବା ସୂଚନା ମିଳିଛି । ଏହି ଜବତ କାଗଜ ଗୁଡିକୁ ଯାଞ୍ଚ ପାଇଁ ହସ୍ତଲେଖା ବ୍ୟୁରୋକୁ ପଠାଯାଇଛି । ଅତ୍ୟାଧୁନିକ ପଦ୍ଧତିରେ ଅଭିଯୁକ୍ତର ମାନସିକ ଅବସ୍ଥାର ଯାଞ୍ଚ କରାଯାଇଛି । ସେହିପରି ଗୋପାଳର ମାନସିକ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଗୋଟିଏ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ତୀବ୍ର କରାଯିବ ବୋଲି ସୂଚନା ମିଳିଛି । ବିଶେଷକରି କାହିଁକି ଗୋପାଳ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଓ ଏଥିପାଇଁ କିଏ ପ୍ରବର୍ତ୍ତାଇ ଥିଲା କି, ସେନେଇ ତଦନ୍ତ କରାଯିବ ।

ସେହିପର କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଶନିବାର ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି । ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କଟକସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ଏକ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଛନ୍ତି । ତେବେ ଗଣମାଧ୍ୟମକୁ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହାନ୍ତି ଅରୁଣ ବୋଥ୍ରା ।

ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ମନିଟରିଂ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ଏନେଇ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଜେପି ଦାସ । ସେ କହିଛନ୍ତି, "ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ମୋତେ ଅବଗତ କରାଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରାଯାଇଛି । କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନେଇ କିଛି ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା ରଖିଛି ।" ତେବେ ଆବଶ୍ୟକ ପଡିଲେ ଘଟଣାସ୍ଥଳକୁ ନିଜେ ଯିବେ ବୋଲି କହିଛନ୍ତି ଜଷ୍ଟିସ ଜେପି ଦାସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.