ETV Bharat / state

ସରିନି କୋଭିଡ ଡର, ସଚେତନ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

author img

By

Published : Feb 26, 2021, 8:05 PM IST

ବର୍ତ୍ତମାନ ରାଜ୍ୟରେ କୋଭିଡ ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଏନେଇ ଲୋକମାନଙ୍କୁ ସଚେତନତା ଉପରେ ବିଶେଷ ଗୁରୁତ୍ବାରୋପ କରିବାକୁ ଅନୁରୋଧ କଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ସରିନି କୋଭିଡ ଡର, ସଚେତନ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ
ସରିନି କୋଭିଡ ଡର, ସଚେତନ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

କଟକ: ବର୍ତ୍ତମାନ ରାଜ୍ୟରେ କୋଭିଡ ମାମଲା ସାମାନ୍ୟ ବୃଦ୍ଧି ପାଇଛି । ତେବେ ଏହା ସେତେଟା ଚିନ୍ତାଜନକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ମାତ୍ର କୋରୋନା ସଚେତନତାକୁ ବିଶେଷ ଗୁରୁତ୍ବ ଦେଇ ମାସ୍କ, ସାନିଟାଇଜର ବ୍ୟବହାର ଭଳି ଆବଶ୍ୟକୀୟ କଟକଣା ମାନିବାକୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ପୁଣି ଅନ୍ୟ ରାଜ୍ୟରେ କୋରୋନା ପାଦ୍ରୁଭାବ ବୃଦ୍ଧି ପାଇଲାଣି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଯୋଜନା ଆଧାରରେ କାମ ଚାଲିଛି । ଏମିତିକି ସବୁ ବିମାନ ବନ୍ଦର, ରେଳଷ୍ଟେସନ ଆଦିରେ ଥର୍ମାଲ ସ୍କ୍ରିନିଂ କଡାକଡି କରାଯାଉଛି । ମୁଖ୍ୟତଃ ବମ୍ବେରୁ ଯେଉଁ ଲୋକ ଆସୁଛନ୍ତି, ସେମାନଙ୍କ ଉପରେ କଡା ନଜର ରଖାଯାଉଛି ।

କଟକ ବଡ ମେଡିକାଲକୁ 30 ଜିଲ୍ଲାରୁ ଲୋକେ ଆସୁଛନ୍ତି । ତେବେ ନିରାମୟ, କାଜୁଆଲଟି ହେଉକି ଅନ୍ୟ ବିଭାଗ, ସବୁଠି ଲୋକଙ୍କ ଗହଳି ଚହଳି ଲାଗୁଛି । ଯାହା ଅତ୍ୟନ୍ତ ଶୁଭଙ୍କର ନୁହେଁ । ତେଣୁ ମେଡିକାଲ ପରିସରରେ ସଚେତନତା ପ୍ରକ୍ରିୟାକୁ ଆହୁରି ମଜବୁତ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.