ETV Bharat / state

Harassment Case: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ କଣ ରହିଛି ବିକଳ୍ପ ? ଶୁଣନ୍ତୁ କଣ କହୁଛନ୍ତି ଆଇନଜୀବୀ

author img

By ETV Bharat Odisha Team

Published : Sep 1, 2023, 10:11 PM IST

ଦୁଷ୍କର୍ମ ଅଭିଯୋଗରେ ଓଲିଉଡ୍‌ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିଛି । ସେ ଆବେଦନ କରିଥିବା ଆଗୁଆ ଜାମିନ ପିଟିସନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତେବେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିବା ଏକ ପ୍ରକାର ନିଶ୍ଚିତ ବୋଲି ହାଇକୋର୍ଟ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି । ତେବେ ଜାଣନ୍ତୁ ତାଙ୍କ ପାଇଁ କଣ ରହିଛି ବିକଳ୍ପ । ଅଧିକ ପଢ଼ନ୍ତୁ

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ କଣ ରହିଛି ବିକଳ୍ପ ?

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିବା ପରେ ସୌରିନଙ୍କ ପାଇଁ ଅଡ଼ୁଆ ବଢିଛି । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଓଲିଉଡ୍‌ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିବା ଆଗୁଆ ଜାମିନକୁ କୋର୍ଟ ଖାରଜ କରିଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସୌରିନଙ୍କୁ ଗିରଫ କରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର କମିଟି ଗଠନ କରିଛି । ତେବେ ସୌରିନଙ୍କ ପାଇଁ ଏବେ କଣ ରହିଛି ବିକଳ୍ପ ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ଆଇନଜୀବୀ ଆଲୋକ ମହାପାତ୍ର ।

ସୁପ୍ରିମକୋର୍ଟ ଯାଇପାରନ୍ତି ସୌରିନ: ସେ କହିଛନ୍ତି, "ଦୁଷ୍କର୍ମ ମାମଲାରେ ପୋଲିସ ସୌରିନଙ୍କୁ ଗିରଫ କରିବା ଏକ ପ୍ରକାର ନିଶ୍ଚିତ । ଯେହେତୁ ଏହା ଏକ ଧର୍ତବ୍ୟ ଅପରାଧ, ସେଥିପାଇଁ ପୋଲିସ ସୌରିନଙ୍କୁ ଗିରଫ କରିପାରେ । ସୌରିନ ତଦନ୍ତରେ ଯଦି ସହଯୋଗ ନକରନ୍ତି ତେବେ ତାଙ୍କ ପାଇଁ ଆହୁରି ବଡ଼ ସମସ୍ୟା ସୃଷ୍ଟି ହୋଇପାରେ । ସେହିପରି ପୋଲିସ ଯଦି ତଦନ୍ତରୁ ଜାଣେ କି ଅଭିଯୋଗରେ କିଛିଟା ସତ୍ୟାସତ୍ୟ ରହିଛି, ତେବେ ସୌରିନ ପୋଲିସକୁ ସହଯୋଗ କରିଲେ ବି ପୋଲିସ ତାଙ୍କୁ ଗିରଫ କରିବ । ତେବେ ସୌରିନ ଗିରଫଦାରୀରୁ ବଞ୍ଚିବା ପାଇଁ ହେଲେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ତ ହୋଇପାରିବେ ।"

ହାଇକୋର୍ଟରୁ ଆଶ୍ବସ୍ତି ପରେ ଆଗୁଆ ଜାମିନ ଆବେଦନ କରିଥିଲେ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାପରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିଲା । ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପୀଡ଼ିତାଙ୍କ CRPCର ଧାରା ୧୬୪ରେ ବୟାନ ରେକର୍ଡ ଓ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୌରିନ ।

କଣ ରହିଛି ଅଭିଯୋଗ ?: ଓଲିଉଡର ପ୍ରତିଷ୍ଠିତ ଗାୟକ ସୌରିନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । କଟକ ମହିଳା ଥାନାରେ ଏନେଇ ଯୁବତୀ ଜଣକ ସୌରିନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ପ୍ରଥମେ କଟକ ମହିଳା ଥାନାରେ ହାଜର ହୋଇଥିଲେ । ଥାନାରେ ହାଜର ହେବା ସମୟରେ ସୌରିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ଚିହ୍ନିନଥିବା କହିଥିଲେ । ହେଲେ ମଳିଥିବା ସୂଚନା ଅନୁଯାୟୀ ସୌରିନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ଦେବାନେବା ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଥିଲେ । ସେତେବେଳେ ସୌରିନଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରିଥିଲା ପୋଲିସ । ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ସୌରିନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଶାରିରୀକ ନିର୍ଯାତନା ଦେବା ସହ ସୌରିନ ତାଙ୍କଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ ଯୁବତୀ ଜଣକ । ଅଭିଯୋଗ କରିଥିବା ଯୁବତୀ ଜଣକ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ ।

ଏହା ମଧ୍ୟ ପଢ଼ନ୍ତୁ...Harassment Case: ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ସୂଚନା ଅନୁଯାୟୀ ଯୁବତୀଙ୍କର ଗୀତ ଗାଇବାର ନିଶା ରହିଥିଲା । ସେ ସୌରିନଙ୍କର ଫ୍ୟାନ୍‌ ଅଟନ୍ତି । ଏକ ଷ୍ଟେଜ୍‌ରେ ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ କୁଆଡ଼େ ସମ୍ପର୍କ ସ୍ଥାପନ ହୋଇଥିଲା । ଉଭୟଙ୍କ ମଧ୍ୟରେ ଏତେ ଘନିଷ୍ଠତା ବଢି ଯାଇଥିଲା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ସୌରିନ ବିବାହ ପ୍ରଲୋଭନ ଦେଖାଇ ଯୁବତୀ ଜଣଙ୍କଠାରୁ ୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଟଙ୍କା ଯୁବତୀ ଜଣକ ଆକାଉଣ୍ଟ୍‌ରେ ଦେଇଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ସମସ୍ତ କାରବାରର ପ୍ରମାଣ ଥାନାରେ ଦାଖଲ କରିଥିଲେ ପୀଡିତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.