କଟକ: ଟ୍ରାଫିକ ପୋଲିସ କର୍ମଚାରୀଙ୍କ ମହାନତା । ଅନେକ ସମୟରେ ଖରା, ବର୍ଷାକୁ ଖାତିର ନକରି ଟ୍ରାଫିକ ସ୍ଥାନରେ ସହରର ଭିଡ ନିୟନ୍ତ୍ରଣ କରୁଥିବା ମଣିଷ ମହାନକାର୍ଯ୍ୟ କରି ଚର୍ଚ୍ଚା ସାଉଣ୍ଟିଥାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଶିଖରପୁର ଛକରେ । ଏଟାରେ ନିୟୋଜିତ ଟ୍ରାଫିକ କର୍ମଚାରୀ ଜଣଙ୍କ ମହାନତା ଦେଖାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି ।
ଶିଖରପୁର ଛକରେ ରାସ୍ତା ଉପରେ ଗୋଡି ଓ ବାଲି ପଡିରହୁଥିବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣାର କାରଣ ହେଉଥିଲା । ତେବେ ସେଠାରେ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଏହାକୁ ଦେଖି ସଙ୍ଗେ ସଙ୍ଗେ ଝାଡୁ ଧରି, ବାଲି ଓ ଚିପ୍ସ ସଫା କରିଥିଲେ।
ନିହାତି ଭାବରେ ଏଭଳି ପୋଲିସ କର୍ମଚାରୀ ମାନଙ୍କ ପାଇଁ ପୋଲିସ ବିଭାଗ ସୁନାମ ଅର୍ଜନ କରୁଛି । ପୂର୍ବରୁ ମଧ୍ୟ ଏହି କର୍ମଚାରୀ ଜଣକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଆଗରୁ ୪ ଜଣଙ୍କର ଜୀବନ ବଞ୍ଚାଇ ପୋଲିସ କମିଶନରଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ଲଳିତଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ