କଟକ: ଶତକ ପାର କରିଛି ତେଲ ଦର (OIL PRICE) । ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପଡ଼ିଛି । ଏହାରି ମଧ୍ୟରେ ଦର ବୃଦ୍ଧି ପ୍ରତିବାଦରେ ଅଣ୍ଟା ଭିଡିଛି କଂଗ୍ରେସ । ଆସନ୍ତାକାଲି ଠୁ 17 ତାରିଖ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳ ଗର୍ଜିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
କଂଗ୍ରେସର ଅଭିଯୋଗ ଅନୁସାରେ ଲୋକଙ୍କ ହିତ ପାଇଁ ସରକାର ଗଠନ ହୁଏ । ଲୋକଙ୍କ ଅସୁବିଧା ପାଇଁ ନୁହେଁ । ତେବେ ଯେଉଁ ମାତ୍ରାରେ OIL PRICE ବୃଦ୍ଧି ପାଇଛି, ତାହା ସବୁ ଦିଗରୁ ସମାଜ ଉପରେ ପ୍ରଭାବ ପକାଇଛି । ଯେତେବେଳେ କେନ୍ଦ୍ରରେ Congress ସରକାର ଥିଲା, ସେତେବେଳେ କେଉଁ ମାତ୍ରାରେ OIL PRICE HIKE ହେଉଥିଲା ତାହା ଲୋକ ଜାଣିଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ସରକାର ଗାଦିରେ ଅଛନ୍ତି ସେମାନଙ୍କ ଲୋକଙ୍କ ପ୍ରତି ଅହିତ ପଣିଆ ସ୍ବତନ୍ତ୍ର ବାରି ହୋଇ ପଡୁଛି । ତେବେ ଏହି ଆନ୍ଦୋଳନ ତୀବ୍ର ହେବ ଓ ସରକାର ମିଳିବ ଉଚିତ ଜବାବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ