ETV Bharat / state

ଭୁଲ ଇଞ୍ଜେକସନରେ ନାବାଳିକାର ମୃତ୍ୟୁ ଅଭିଯୋଗ, କ୍ଲିନିକ ଭଙ୍ଗାରୁଜା - ନିଆଳି ପୋଲିସ

ଡାକ୍ତରଙ୍କ ଭୁଲ ଇଞ୍ଜେକସନରୁ ଜଣେ 9ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ନାବାଳିକା ପରିବାର ମୃତଦେହକୁ ଧରି  କ୍ଲିନିକ ଆଗରେ ବସିରହିବା ସହ କ୍ଲିନିକକୁ ଭଙ୍ଗାରୁଜା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 25, 2019, 5:54 PM IST

କଟକ: ନିଆଳି ଥାନା ଅନ୍ତର୍ଗତ ଗରଡା ଗ୍ରାମରେ ଡାକ୍ତରଙ୍କ ଭୁଲ ଇଞ୍ଜେକସନରୁ ଜଣେ 9ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ନାବାଳିକା ପରିବାର ମୃତଦେହକୁ ଧରି କ୍ଲିନିକ ଆଗରେ ବସିରହିବା ସହ କ୍ଲିନିକକୁ ଭଙ୍ଗାରୁଜା କରିଛନ୍ତି । ତେବେ ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତର ଓ କମ୍ପାଉଣ୍ଡରକୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, ଗରଡା ଗ୍ରାମର ରୀତା ନାୟକଙ୍କ ଝିଅ ସୀମା ଅସୁସ୍ଥ ଥିଲା । ନିଆଳି ବଜାରରେ ଥିବା ଏକ ଘରୋଇ କ୍ଲିନିକକୁ ପରିବାର ଲୋକେ ଝିଅକୁ ନେଇ ଆସିଥିଲେ । ଡାକ୍ତର ଉକ୍ତ ଝିଅକୁ ଏକ ଇଞ୍ଜେକସନ ଦେବାପାଇଁ କମ୍ପାଉଣ୍ଡରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାଉଣ୍ଡର ଡାକ୍ତର ଲେଖିଥିବା ଇଞ୍ଜେକସନ ସୀମାକୁ ଦେଇଥିଲେ । ଇଞ୍ଜେକସନ ଦେବାର କିଛି ସମୟ ପରେ ସୀମା ନିସ୍ତୋଜ ହୋଇ ଯାଇଥିଲା । ସାଙ୍ଗରେ ଆସିଥିବା ସୀମାର ମା ଏକଥା ଡାକ୍ତରଙ୍କୁ ଜଣାଇଥିଲେ କିନ୍ତୁ ଡାକ୍ତର ସବୁ ଠିକ ହୋଇଯିବ ବୋଲି ନାବାଳିକାର ମାକୁ ଆଶ୍ବାସନା ଦେଇଥିଲେ।

କିନ୍ତୁ ପରେ ସୀମାକୁ ପରିବାର ଲୋକେ ନିକଟସ୍ଥ ନିଆଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ସୀମାକୁ ମୃତ ଘୋଷଣା କରିଥିଲେ । ମୃତ ସୀମାର ମୃତଦେହକୁ ନେଇ ତାଙ୍କ ମା ରୀତା ନାୟକ ଉକ୍ତ ଘରୋଇ କ୍ଲିନିକ ଆଗରେ ବସି ରହିବା ସହ କ୍ଲିନିକ ଭଙ୍ଗାରୁଜା କରିଥିଲେ। ତେବେ ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତର ରାଧାନାଥ ପଣ୍ଡା ଓ କମ୍ପାଉଣ୍ଡର ସରୋଜ ସିଂହକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଡାକ୍ତର ଭୁଲ ଇଞ୍ଜେକସନ ଦେବା ଦ୍ବାରା ଝିଅର ମୃତ୍ୟୁ ହୋଇଛି ବୋଲି ଝିଅର ମା ରୀତା ନାୟକ ଅଭିଯୋଗ ଆଣିଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ : ନିଆଳି ଥାନା ଅନ୍ତର୍ଗତ ଗରଡା ଗ୍ରାମର ୯ ର୍ବଷର ଶିଶୁ ସୀମା ନାୟକଙ୍କୁ ଡାକ୍ତର ଭୂଲ ଇଞ୍ଜେକସନ ଦେବାରୁ ସୀମା ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଲିନିକ ଭଙ୍ଗାରୁଜା କଲେ ଶିଶୁର ମା ।ନିଆଳି ପୋଲିସ ଦ୍ବାରା ଡାକ୍ତର ରାଧାନାଥ ପଣ୍ଡା ଓ କମ୍ପାଉଣ୍ଡର ସରୋଜ ସିଂହ ଅଟକ ତଦନ୍ତ ଜାରି।

ଘଟଣାରୁ ପ୍ରକାଶ ଯେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଗରଡା ଗ୍ରାମର ରୀତା ନାୟକଙ୍କ ଝିଅ ସୀମାର ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଆସିଥିଲେ ନିଆଳି ବଜାରରେ ଥିବା ଡାକ୍ତର ରାଧାନାଥ ପଣ୍ଡା କ୍ଲିନିକୁ । ଡାକ୍ତର ପଣ୍ଡା ଉକ୍ତ ଝିଅକୁ ଏକ ଇଞ୍ଜେକସନ ଦେବାପାଇଁ ନିର୍ଦେଶ ଦେଇଥିଲେ ଉକ୍ତ କ୍ଲିନିକରେ ଥିବା କମ୍ପାଉଣ୍ଡର ସରୋଜ ସିଂହ କୁ ଡାକ୍ତର ଲେଖିଥିବା ଇଞ୍ଜେକସନ ସୀମା କୁ ଦେଇଥିଲେ କିଛି ସମୟ ପରେ ସୀମା ନିଜ ହାତ ମୁଠାମୁଠା କରିଥିଲା।

ସାଙ୍ଗରେ ଆସିଥିବା ସୀମାର ମା ଏକଥା ଡାକ୍ତରଙ୍କୁ ଜଣାଇଥିଲେ କିନ୍ତୁ ଡାକ୍ତର ପଣ୍ଡା ସବୁ ଠିକ ହୋଇଯିବ ବୋଲି ଶିଶୁର ମାକୁ ଆଶ୍ବାସନା ଦେଇଥିଲେ।କିନ୍ତୁ ପରେ ସୀମାକୁ ପରିବାର ଲୋକେ ନିକଟସ୍ଥ ନିଆଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ।ଡାକ୍ତର ଉକ୍ତ ଶିଶିକୁ ସେଠାରେ ମୃତ ଘୋଷଣା କରିଥିଲେ।ମୃତ ସୀମାର ମୃତଦେହକୁ ନେଇ ଶିଶୁର ମା ରୀତା ନାୟକ ଉକ୍ତ କ୍ଲିନିକ ଆଗରେ ବସି ରହିବା ସହ ଡାକ୍ତର ପଣ୍ଡା ଙ୍କ କ୍ଲିନକୁ ଭଙ୍ଗାରୁଜା କରିଥିଲେ।

ତେବେ ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତର ପଣ୍ଡା ଓ କମ୍ପାଉଣ୍ଡର ସରୋଜ ସିଂହ କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ବେଳେ ।ଡାକ୍ତର ଭୂଲ ଇଞ୍ଜେକସନ ଦେବାରୁ ଶିଶୁର ମୃତ୍ୟୁ ହୋଇଛି ବୋଲି ଝିଅ ର ମା ରୀତା ନାୟକ ଅଭିଯୋଗ ଆଣିଛନ୍ତି।
Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.