କଟକ: କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲେ ଅବକାରୀ ବିଭାଗ । ଗୋପାଳପୁର ନିକଟରୁ ଏକ ଦାମୀ କାରରୁ 1 କ୍ୟୁଣ୍ଟାଲ 5କେଜି ଗଞ୍ଜେଇ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ।
ଏହି ଘଟଣାରେ ଖୋର୍ଦ୍ଧା ଜଙ୍କିଆର ଦୁର୍ଯ୍ୟୋଧନ ସାମନ୍ତରାୟ ଓ ନୟାଗଡ଼ର କୃଷ୍ଣା ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। କନ୍ଧମାଳରୁ କୋଲକତା ଚାଲାଣ ହେଉଥିଲା ଏହି ଗଞ୍ଜେଇ। ତେବେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ। ପ୍ରକାଶ ଥାଉକି, ବିଗତ ଦୁଇ ମାସ ଭିତରେ ହେଲାଣି ଗଞ୍ଜେଇ ସହ ୧୦ ଟି ଦାମୀ ଗାଡ଼ି ଜବତ ହୋଇଛି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ