ETV Bharat / state

ତଡ଼ିପାର ହେଲା ଗ୍ୟାଙ୍ଗଷ୍ଟର ସକିଲ, ବିଭିନ୍ନ ଥାନାରେ ରହିଥିଲା ଅପରାଧିକ ମାମଲା - ଗ୍ୟାଙ୍ଗଷ୍ଟର ସକିଲର ଅପରାଧ

ତଡ଼ିପାର ହେଲା ଗ୍ୟାଙ୍ଗଷ୍ଟର ସକିଲ । କଟକ ସହରରୁ ୬ ମାସ ପାଇଁ ତଡ଼ିପାର ହେଲା ଗ୍ୟାଙ୍ଗଷ୍ଟର ଶେଖ ସକିଲ । ଅଧିକ ପଢ଼ନ୍ତୁ

gangster seikh shakeel tadipaar by police commissioner court
ତଡ଼ି ପାର ହେଲା ଗ୍ୟାଙ୍ଗଷ୍ଟର ସକିଲ, ବିଭିନ୍ନ ଥାନାରେ ରହିଥିଲା ଅପରାଧିକ ମାମଲା
author img

By

Published : Nov 16, 2022, 10:14 PM IST

କଟକ: ତଡ଼ିପାର ହେଲା ଗ୍ୟାଙ୍ଗ୍‌ଷ୍ଟାର ସକିଲ୍‌ । କଟକ ସହରରୁ ୬ ମାସ ପାଇଁ ତଡ଼ିପାର ହେଲା ଗ୍ୟାଙ୍ଗଷ୍ଟର ଶେଖ ସକିଲ । ତଡିପାର ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ କମିଶନର କୋର୍ଟ । ସକିଲକୁ ତଡ଼ିପାର ପାଇଁ କମିଶନର କୋର୍ଟରେ ଆବେଦନ କରିଥିଲା କଟକ କମିଶନରେଟ ପୋଲିସ । କିଛି ମାସ ତଳେ ଜାମିନରେ ଆସିଥିଲା ସକିଲ । ତା ନାଁରେ କଟକ ସହରର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଦାଦା ବଟି ଆଦାୟ, ବୋମା ମାଡ଼ କରିବା ଭଳି ମାମଲା ରହିଛି ।

ଏହା ମଧ୍ୟ ପଢନ୍ତୁ: ତଡିପାର ହେବ ଦୁର୍ଦ୍ଦାନ୍ତ ଅପରାଧି ସକିଲ

କଟକରେ 11ଜଣ ପେସାଦାର ଅପରାଧୀଙ୍କୁ ତଡ଼ିପାର କରିବା ପାଇଁ ପୋଲିସ କମିଶନରଙ୍କ ନିକଟରେ ଆବେଦନ କରିଥିଲା କଟକ କମିଶନରେଟ ପୋଲିସ । ଏନେଇ ପୋଲିସ କମିଶନର ସମ୍ପୃକ୍ତ 11ଜଣଙ୍କୁ ନୋଟିସ ଜାରି କରିଥିଲା । ଏହା ସହ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ଲିଖିତ ଭାବେ ପକ୍ଷ ରଖିବା ପାଇଁ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସରିଲା ଲୁଚକାଳି ଖେଳ, ଧରା ପଡ଼ିଲା ଗ୍ୟାଙ୍ଗଷ୍ଟାର ସକିଲ

ଅକ୍ଟୋବର ୨୮ ତାରିଖରେ ଦିନ କଟକ ଡିସିପିଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନର ଶୁଣାଣି କରାଯାଇଥିଲା । 11 ଜଣ ଅପରାଧୀଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ସେଖ୍ ସକିଲ ଓ ଡାନି ଖଣ୍ଡେଇ ଭଳି ଅପରାଧୀଙ୍କ ନାଁ ରହିଥିଲା । ଏନେଇ ଦୁଇ ଅଭିଯୁକ୍ତଙ୍କୁ ନୋଟିସ ଜାରି ହୋଇଥିବା ବେଳେ ବାକି ସମସ୍ତ ଅପରାଧୀଙ୍କ ପିଛା 15ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଛି । ତଡିପାର ଅର୍ଥ ସଂପୃକ୍ତ ଅପରାଧୀ କମିଶନରେଟ ପୋଲିସ ଅଞ୍ଚଳକୁ ଆସି ପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ସକିଲ କରୁଛି ସୌକ, ଜେଲରୁ ଆସୁଛି ସେଲଫି

ଟ୍ବିନ୍‌ ସିଟିରେ ଆଉ ଚାଲିବନି ଭାଇଗିରି କି ଦାଦାଗିରି । ଅପରାଧୀଙ୍କୁ କମିଶନରେଟ ପୋଲିସର ତଡିପାର ନିର୍ଦ୍ଦେଶ । ବସ୍ତିରେ ଥିବା ଅପରାଧୀ କୌଣସି ବ୍ୟତିକ୍ରମ କଲେ ଏଥର କମିଶନରେଟ ପୋଲିସ ନେବ କଡ଼ା କାର୍ଯ୍ୟାନୁଷ୍ଠାନ । ଦୁର୍ଗା ପୂଜାରୁ ଆରମ୍ଭ ହୋଇଥିବା କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ପୁଣି ଏବେ ବୁଲିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.