ETV Bharat / state

ପୋଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟର ସକିଲ୍‌ - cuttack police

Gangster Sakil Arrested: ବଡ ଧରଣର ଡକାୟତି ଯୋଜନା ପଣ୍ଡ କଲା କଟକ ପୋଲିସ । କୁଖ୍ୟାତ ଅପରାଧୀ ସେକ୍ ସକିଲ୍‌ ସହ ତାର 6 ଜଣ ସହଯୋଗୀକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଗିରଫ ହେଲା ଗ୍ୟାଙ୍ଗଷ୍ଟର ସକିଲ୍‌
ଗିରଫ ହେଲା ଗ୍ୟାଙ୍ଗଷ୍ଟର ସକିଲ୍‌
author img

By ETV Bharat Odisha Team

Published : Jan 18, 2024, 4:18 PM IST

ଗିରଫ ହେଲା ଗ୍ୟାଙ୍ଗଷ୍ଟର ସକିଲ୍‌

କଟକ: ପୁଣି ଗିରଫ ହେଲା କଟକର କୁଖ୍ୟାତ ଅପରାଧୀ ସେକ୍ ସକିଲ୍‌ । ନିଜ ନାଁରେ 40ଟି ଅପରାଧୀକ ମାମଲାର ବୋଝ ମୁଣ୍ଡାଇଥିବା ଗ୍ୟାଙ୍ଗଷ୍ଟର ସହ ତାର 6 ଜଣ ସହଯୋଗୀକୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ସେମାନଙ୍କ ନିକଟରୁ ପୋଲିସ ବନ୍ଧୁକ, ଗୁଳି,ଗାଡ଼ି ସମେତ ବିପୁଳ ପରିମାଣର ବେଆଇନ ସାମଗ୍ରୀ ଜବତ କରିଛି । ତେବେ ପୂର୍ବରୁ NSA ଓ ତଡ଼ିପାର ଭଳି ଦଣ୍ଡ ପାଇ ସାରିଥିବା ସକିଲକୁ ସାବାଡ଼ କରିବା ପାଇଁ ତାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ଯୋଜନା କରୁଛି ପୋଲିସ ।

ସକିଲର ଅପରାଧିକ ରେକର୍ଡ ବହୁତ ଲମ୍ବା । ଡି ବ୍ରଦର୍ସ ଓ ଟିଟୋ ଗିରଫ ହେବା ପରେ କଟକରେ ସୃଷ୍ଟି ହୋଇଥିବା ଅପରାଧୀଙ୍କ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ ସକିଲ ସବୁବେଳେ ଉଦ୍ୟମ କରି ଆସିଛି । ମଙ୍ଗଳାବାଗ ଥାନାରେ କୈଫ ଓ ସକିଲ ବିରୋଧରେ ରୁଜୁ ହୋଇଥିବା ୫ ଟି ମାମଲାରେ ମଧ୍ୟ ମଙ୍ଗଳାବାଗ ଥାନା ପୁଲିସ ତାକୁ ରିମାଣ୍ଡ ଦେଇଥିଲା । ଏହି ମାମଲାରେ ଚୌଦ୍ବାର ଜେଲରେ ଥିବା ସକିଲ୍ ନିକଟରେ ଜେଲରୁ ଜାମିନରେ ବାହାରିବା ପରେ ପୁଣି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରି ଦେଇଥିଲା ।

ଗିରଫ ଅଭିଯୁକ୍ତ ହେଲେ ଅବଦୁଲ କାଦିର, ସେକ ନଦିମ, ସୟଦ ଅବଦୁଲ ସୋଫିଆନ, ଶ୍ରୀନାଥ ରାଉତ, ହିମାଂଶୁ ସାହୁ ଓ ପ୍ରଦୀପ ସାହୁ । ସମସ୍ତଙ୍କ ନାଁରେ ପୂର୍ଵରୁ ଅପରାଧିକ ମାମଲା ରହିଥିବାବେଳେ ସର୍ବାଧିକ 40 ମାମଲା ସକିଲ ନାଁରେ ରହିଛି । ଏମାନଙ୍କ ନିକଟରୁ ଗୋଟିଏ ଖେଳନା ବନ୍ଧୁକ ସହ ମୋଟ 3ଟି ବନ୍ଧୁକ, 7ଟି ଗୁଳି, 3ଟି ଗାଡ଼ି ସମେତ ବିପୁଳ ପରିମାଣର ବେଆଇନ ସାମଗ୍ରୀ ଜବତ କରିଛି ପୋଲିସ। ଗତକାଲି ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ଏମାନଙ୍କୁ ଗିରଫ କରାଯାଇ ଥିବା କଟକ ଡିସିପି ସୂଚନା ଦେଇଛନ୍ତି । ବଡ଼ କଥା ହେଲା, ସକିଲ ପ୍ରତି ଆକର୍ଷିତ ହୋଇ ସ୍ଥାନୀୟ ଅଞ୍ଚଳରେ ଅନେକ ଯୁବକ ତାର ଗ୍ୟାଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି । ସେପଟେ ବାରମ୍ବାର ଅପରାଧ ଘଟାଉଥିବା ସକିଲକୁ ସାବାଡ଼ କରିବା ପାଇଁ ତାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ଯୋଜନା କରୁଛି ପୋଲିସ ।

ଚୌଦ୍ବାର ଜେଲରେ ଥିବା ସମୟରେ ୨୦୧୯ ଡିସେମ୍ବର ୧୨ରେ ସକିଲ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ ମାଲିକ ସୂରଜ ଅଗ୍ରଵାଲଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା । ଏହି ମାମଲାରେ ୧୪ ଜଣଙ୍କୁ ଦରଘାବଜାର ଥାନା ପୁଲିସ ଗିରଫ କରିଥିଲା । ୨୦୨୦ ମାର୍ଚ୍ଚ ୧୭ରେ ଦରଘାବଜାର ବାଉଁଶଗଳିର ଜଣେ ବ୍ୟବସାୟୀଙ୍କୁ ଭିଡିଓ କଲ୍‌ରେ ୫ ଲକ୍ଷ ଟଙ୍କା ବଟି ମାଗିଥିଲା । ଏଭଳି ସ୍ଥିତିରେ ଜେଲ କର୍ତ୍ତୃପକ୍ଷ ସକିଲକୁ କେନ୍ଦୁଝର ଜେଲକୁ ସ୍ଥାନାନ୍ତର କରିଥିଲେ । ସେହିବର୍ଷ ଅକ୍ଟୋବରରେ କମିସନରେଟ୍ ପୋଲିସ ତାକୁ ୩ ମାସ ଯାଏଁ ଏନ୍‌ଏସ୍‌ଏ(ଜାତୀୟ ନିରାପତ୍ତା ଆଇନ)ରେ ବୁକ୍ କରିଥିଲା ।

ଅନ୍ୟପଟେ ୨୦୨୧ ଅକ୍ଟୋବର ୧୮ରେ ପୁରୀଘାଟ ଫିରିଙ୍ଗବଜାର ଅଞ୍ଚଳର ମହମ୍ମଦ ରହେମାନଙ୍କୁ ସକିଲର ଗ୍ୟାଙ୍ଗ ଶିଶୁଭବନ ପଛପଟେ ବନ୍ଧୁକ ଲଗାଇ ଧମକ ଦେଇଥିଲେ । ତ୍ରିଶୂଳିଆର ବର୍ଦ୍ଧନ ରିଅଲ ଇଷ୍ଟେଟ୍ କମ୍ପାନିରେ ମ୍ୟାନେଜର ଥିବା ରହେମାନଙ୍କୁ ଧମକ ଦେବା ପଛରେ ମୁଖ୍ୟ କାର୍ପଟଦାର୍ ଥିଲା ଗ୍ୟାଙ୍ଗଷ୍ଟର ସକିଲ । ଲାଲବାଗ ଥାନା ପୁଲିସ ସେହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା । ସକିଲର ମାମୁଁ ପୁଅ ଭାଇ କେଶରପୁରର କୈଫ ଖାଁ ମଙ୍ଗଳାବାଗ ଥାନା ପୁଲିସ ଦ୍ବାରା ଠକେଇ ମାମଲାରେ ଗିରଫ ହେବା ପରେ ସକିଲର ନାଁ ସାମନାକୁ ଆସିଥିଲା ।

ଏହି ମାମଲାରେ ଫେରାର ଥିବା ସକିଲକୁ ସଦର ଥାନା ପୁଲିସ ଶେଷ ଥର ୨୦୨୩ ଦୁର୍ଗାପୂଜା ସମୟରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ସହିତ ମଙ୍ଗଳାବାଗ ଥାନାରେ କୈଫ ଓ ସକିଲ ବିରୋଧରେ ରୁଜୁ ହୋଇଥିବା ୫ ଟି ମାମଲାରେ ମଧ୍ୟ ମଙ୍ଗଳାବାଗ ଥାନା ପୁଲିସ ତାକୁ ରିମାଣ୍ଡ ଦେଇଥିଲା । ଏହି ମାମଲାରେ ଚୌଦ୍ବାର ଜେଲରେ ଥିବା ସକିଲ୍ ନିକଟରେ ଜେଲରୁ ଜାମିନରେ ବାହାରିବା ପରେ ପୁଣି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଦେଇଥିଲା । ସଦର ଅଞ୍ଚଳର ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ବଟି ମାଗି ଧମକ ଦେବା ସଂପର୍କରେ ସଦର ଥାନାରେ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.