ETV Bharat / state

ନିଆଳି ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ଠୁମକା ଲଗାଇଲେ ଏଲିନା

author img

By

Published : Jan 31, 2023, 11:50 AM IST

ଶେଷ ହୋଇଯାଇଛି ନିଆଳି ମହୋତ୍ସବର ଚତୁର୍ଥ ସନ୍ଧ୍ୟା। ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ କଳାକାର। ଅଧିକ ପଢନ୍ତୁ

fourth evening of niali mahotsav
fourth evening of niali mahotsav
ନିଆଳି ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ନିଆଳି: ଜମୁଛି ନିଆଳି ମହୋତ୍ସବ । ସନ୍ଧ୍ୟା ହେଲେ ନାଚ ଗୀତରେ ମସଗୁଲ ହେଉଛନ୍ତି ନିଆଳିବାସୀ । ସୋମବାର ଶେଷ ହୋଇଯାଇଛି ମହୋତ୍ସବର ଚତୁର୍ଥ ସନ୍ଧ୍ୟା । ଗତକାଲି ବିନା ଅତିଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ସ୍ବସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ଦର୍ଶକ, ଉପସ୍ଥିତ କଳାକାର ଓ ମହୋତ୍ସବ କମିଟି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କଟକ ଜିଲ୍ଲା ନିଆଳି ମହୋତ୍ସବ ନିଆଳି ମାଘ ସପ୍ତମୀ ପଡ଼ିଆରେ ଜାରି ରହିଛି ନିଆଳି ମହୋତ୍ସବ । ସୋମବାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଡ୍ୟାନ୍ସ, ଫାୟାର ପ୍ଲେ, କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଙ୍ଗୀତ ଓ ନନସେନ୍ସ ମଣିଙ୍କ କମେଡି । କଟକ ଜିଲ୍ଲା ବାଙ୍କୀ ସାଂସ୍କୃତିକ କମିଟିର କଳାକାରମାନଙ୍କ ଦ୍ବାରା ଫକୀର ମୋହନ କାବ୍ୟ ପେଟେଣ୍ଟ ମେଡିସିନ ମଞ୍ଚସ୍ଥ କରାଯାଇଥିଲା । ଦର୍ଶକ ଏହାକୁ ଦେଖି ବେଶ୍ ମଜା ନେଇଥିଲେ । ପୁରୀ ବ୍ରହ୍ମଗିରି ଆସିଥିବା କଳାକାର ଦୁଃସାହାସିକ କଳା ପ୍ରଦର୍ଶିତ କରିଥିଲେ । ନିଆଁ ମାଧ୍ୟମରେ ଫାୟାର ପ୍ଲେ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।

ସେହିପରି ଆଞ୍ଚଳିକ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଭିନ୍ନ ଦେଶାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କମେଡିଆନ ନନସେନ୍ସ ମଣି ମଞ୍ଚକୁ ଆସିବାପରେ ତାଙ୍କ କମେଡିରେ ଉପସ୍ଥିତ ଦର୍ଶକ ହସି ହସି ବେଦମ ହୋଇଥିଲେ । ପରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଟିମ୍‌ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ମାଧ୍ୟମରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଏହାପରେ ନାୟିକା ଏଲିନା ସାମନ୍ତରାୟ ମଞ୍ଚକୁ ଆସି ଚିରାଚରିତ ଢଙ୍ଗରେ ଡାୟଲଗ କହିବା ସହ ଡ୍ଯାନ୍ସ ମାଧ୍ୟମରେ ଦର୍ଶକମାନଙ୍କୁ ଖୁବ୍‌ ନଚେଇ ଥିଲେ ।

ଏହା ମଧ୍ୟ ପଢନ୍ତୁ-ନିଆଳି ମହୋତ୍ସବର ତୃତୀୟ ସନ୍ଧ୍ୟା, ପପୁ ପମ୍‌ପମ୍‌ଙ୍କ କମେଡି ଲଗାଇଲା ଚାର୍‌ଚାନ୍ଦ୍‌

ଶେଷରେ ଏକାସାଙ୍ଗରେ ଏଲିନା, ଅସୀମା ଓ ନନ୍‌ସେନ୍ସ ମଣି ଅନ୍ୟ କାଳାକାର ମଞ୍ଚରେ ଏକାଠି ସଙ୍ଗୀତ ପରିବେଷଣ ସହ ଡ୍ୟାନ୍ସ କରିଥିଲେ । ତେବେ ଆଜି ହେଉଛି ନିଆଳି ମହୋତ୍ସବର ଶେଷ ସଂଧ୍ୟା। ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ନିଆଳି ମହୋତ୍ସବ । ତୃତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ମାନସୀ ପାତ୍ର ଓ ସୌରଭ ନାୟକ ରୋମାଣ୍ଟିକ ଗୀତ ଗାଇଥିଲେ । ସେହିପରି ଧାରାବାହିକ ଝିଲ୍ଲି ପରିବାରର କଳାକାରମାନଙ୍କ ପକ୍ଷରୁ କଳା ପ୍ରଦର୍ଶିତ ହୋଇଥିଲା । ଖୋର୍ଦ୍ଧାର ପ୍ରସିଦ୍ଧ ପାଇକ ଆଖଡ଼ା ପ୍ରଦର୍ଶନ ହୋଇଥିଲା । ପପୁ ପମ୍‌ପମ୍‌ ନିଜ କମେଡି ଅନ୍ଦାଜରେ ଉପସ୍ଥିତ ଦର୍ଶକମାନଙ୍କୁ ହସାଇହସାଇ ବେଦମ ହୋଇଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.