ETV Bharat / state

ଅନ୍ୟ ରାଜ୍ୟ କୋଚ୍‌ ଅପେକ୍ଷା ଓଡ଼ିଆ କୋଚଙ୍କ ଉପରେ ଭରସା ରଖୁ ଓସିଏ: ପବନ ଅଗ୍ରୱାଲ - ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ଓଡ଼ିଶା କ୍ରିକେଟ ଆସୋସିଏସନର ନୂଆ କୋଚ ଭାବେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ ନିଯୁକ୍ତ ହୋଇଛନ୍ତି । ଚଳିତ ବର୍ଷ ବିସିସିଆଇ ଘରୋଇ ସିଜିନରେ ମୋଙ୍ଗିଆଙ୍କ ଗୁରୁମନ୍ତ୍ରରେ ଓହ୍ଲାଇବ ଟିମ ଓଡିଶା । ତେବେ ଓଡ଼ିଶାରେ ଅଭିଜ୍ଞ କ୍ରିକେଟର ଥାଉ ଥାଉ ଅନ୍ୟ ରାଜ୍ୟର କୋଚଙ୍କ ଉପରେ ଓସିଏ ଅଧିକ ଭରସା କରିବାକୁ ନାପସନ୍ଦ କରିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ । ଅଧିକ ପଢ଼ନ୍ତୁ

ଓଡ଼ିଆ କୋଚଙ୍କ ଉପରେ ଭରସା ରଖୁ ଓସିଏ କହିଲେ ପବନ ଅଗ୍ରୱାଲ

author img

By

Published : Apr 18, 2023, 10:12 PM IST

ଓଡ଼ିଆ କୋଚଙ୍କ ଉପରେ ଭରସା ରଖୁ ଓସିଏ କହିଲେ ପବନ ଅଗ୍ରୱାଲ

କଟକ: ଓସିଏର ନୂଆ କୋଚ ଭାବେ ନିଯୁକ୍ତ ହେଲେ ଦିନେଶ ମୋଙ୍ଗିଆ । ଭାରତୀୟ ଦଳର ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆଙ୍କୁ ଓଡିଶା କ୍ରିକେଟ ଆସୋସିଏସନ ସିନିୟର ଟିମର ମୁଖ୍ୟ କୋଚ ଭାବରେ ନିଯୁକ୍ତି ଦେଇଛି । ଚଳିତ ବର୍ଷ ବିସିସିଆଇ ଘରୋଇ ସିଜିନରେ ମୋଙ୍ଗିଆଙ୍କ ଗୁରୁମନ୍ତ୍ରରେ ଓହ୍ଲାଇବ ଟିମ ଓଡିଶା । ଏନେଇ ଗତକାଲି ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛି ଓଡିଶା କ୍ରିକେଟ ସଙ୍ଘ । ତେବେ ପୂର୍ବ କୋଚଙ୍କ ଭଳି ମୋଙ୍ଗିଆ ଅଧାରୁ ହାତ ଛାଡ଼ିବେନି ତ ? ଏହି ଦିଗରେ ପ୍ରତିକ୍ରିୟା ରଖିଛନ୍ତି ଓସିଏର ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ ।

ଦୀର୍ଘ ବର୍ଷ ଧରି ଓଡିଶା କ୍ରିକେଟ ସଙ୍ଘ ନୂଆ ନୂଆ କୋଚ ଚୟନ କରୁଛି । ହେଲେ ଅଧିକାଂଶ ଅଧାରୁ ହାତ ଛାଡ଼ୁଛନ୍ତି । ଯାହା କ୍ରିକେଟ ପାଇଁ କେବେ ବି ଶୁଭ ସଙ୍କେତ ନୁହେଁ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ । ସେ କହିଛନ୍ତି, "ବିଗତ କିଛିବର୍ଷ ମଧ୍ୟରେ ଅନେକ ଦକ୍ଷ କୋଚ ଓଡିଶା ଆସିଛନ୍ତି, ହେଲେ ଫଳାଫଳ ସମାନ । ଏହି ପ୍ରରିପ୍ରେକ୍ଷୀରେ ଓସିଏରେ ପୁଣି ଏକ ଜାତୀୟ ଖେଳାଳିଙ୍କୁ କୋଚ ଭାବରେ ଆଣିବା ଓସିଏ ପାଇଁ କେତେ ଫଳପ୍ରଦ ହେବ ତାହା ସମୟ କହିବ ।" ଏହା ବ୍ୟତୀତ ସେ ଓଡିଶାରେ କଣ କୋଚ ଅଭାବ ରହିଛନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି, "ଦକ୍ଷ କୋଚ ଯେପରି ଦେବାଶିଷ ମହାନ୍ତି , ରଶ୍ମି ରଞ୍ଜନ ପରିଡାଙ୍କ ଭଳି ଦକ୍ଷ କୋଚ ଓଡିଶାରେ ଅଛନ୍ତି । ହେଲେ ତାଙ୍କୁ ସୁଯୋଗ ନଦେଇ ପୁଣି ସେଇ ବାହାର କୋଚ ଉପରେ ଭରସା କରୁଛି ଓସିଏ । ଯାହାର ଫଳ ସ୍ୱରୂପ ଓଡ଼ିଶାର ଘରୋଇ ସିଜିନରେ ନିରାଶ ପ୍ରତିଛବି ।" ତେଣୁ ଯଦି ମୋଙ୍ଗିଆ କେବଳ କଟକ ଭୁବନେଶ୍ୱରରୁ ନୁହେଁ, ଜିଲ୍ଲାସ୍ତରରୁ ଖେଳାଳି ଚୟନ କରିବେ ଓ ଦୀର୍ଘ ବର୍ଷ ଧରି ଓସିଏରେ କୋଚ ଦାୟିତ୍ୱ ତୁଲାଇବେ, ତେବେ ହୁଏତ ଓଡିଶା ଆହୁରି ଭଲ ପଦର୍ଶନ କରି ପାରିବ ବୋଲି କହିଛନ୍ତି ସେ । ବିଗତ ଦିନରେ ଓସିଏକୁ ଅନେକ ଜାତୀୟ ଦଳର ଖେଳାଳି କୋଚ ହିସାବରେ ଆସିଛନ୍ତି । ତେବେ ମୋଙ୍ଗିଆଙ୍କ ଓସିଏ ଆଗମନ ସଫଳ ହେବ ବୋଲି ଆଶା ରଖିଛି ଓସିଏ । ଏହା ସହିତ ତୃଣମୂଳସ୍ତରରେ କ୍ରିକେଟର ଆହୁରି ବିକାଶ ହେବା ସହ ଭିଜନ ୨୦୨୪ ସ୍ୱପ୍ନ ସାକାର ହେବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ ।

ଏହା ବ୍ୟତୀତ ଗତକାଲି ଉଭୟ ମହିଳା ଓ ପୁରୁଷ ଚୟନ କମିଟି ମଧ୍ୟ ଘୋଷଣା କରିଛି ଓସିଏ । ପୁରୁଷ ସିନିୟର ଦଳ ଚୟନ କମିଟିରେ ଅଧ୍ୟକ୍ଷ ପଦରେ ରହିଛନ୍ତି ଅମୀୟ ରାଏ । ସେହିପରି ସଦସ୍ୟ ପଦରେ ସୌରଜିତ ମହାପାତ୍ର ଓ ସୁବିତ ବିଶ୍ୱାଳ ରହିଛନ୍ତି । ଜୁନିୟର ପୁରୁଷ ବର୍ଗରେ ପ୍ରଭଞ୍ଜନ ମଲ୍ଲିକ ଅଧ୍ୟକ୍ଷ ରହିଥିଲା ବେଳେ ନିରଞ୍ଜନ ବେହେରା ଓ ଶୁଭ୍ରଜିତ ସାହୁ ସଦସ୍ୟ ପଦ ପାଇଛନ୍ତି । ସେହିପରି ମହିଳା ବର୍ଗରେ ରଶ୍ମିତା ମହାପାତ୍ର ଅଧ୍ୟକ୍ଷା ପଦ ପାଇଥିଲା ବେଳେ ସସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ଗଙ୍ଗୋତ୍ରି ବେହେରା ଓ ସୁଧାଂଶୁ ବାଳାଙ୍କୁ ସଦସ୍ୟ ପଦରେ ନିଯୁକ୍ତି ଦେଇଛି ଓଡିଶା କ୍ରିକେଟ ସଂଘ । ତେବେ ପୁରୁଷ ଟିମର ମୁଖ୍ୟ କୋଚ ଦିନେଶ ମୋଙ୍ଗିଆଙ୍କର ଯଦି ଜାତୀୟ ରେକର୍ଡ ଦେଖାଯାଏ, ତେବେ ଦିନିକିଆ କ୍ରିକେଟରେ ସେ ଭାରତ ପାଇଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଯାଦୁ ଦେଖାଇଛନ୍ତି । ତେବେ ତାଙ୍କର ଓଡିଶା ଟିମକୁ ଆସିବା କେତେ ଫଳପ୍ରଦ ହେବ, ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.