ETV Bharat / state

10th Exam Pattern Change: ନିଷ୍ପତ୍ତିକୁ ପୂର୍ବତନ ବୋର୍ଡ ସଭାପତିଙ୍କ ସ୍ବାଗତ - ସତ୍ୟକାମ ମିଶ୍ର

ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳି ପ୍ରସଙ୍ଗ । ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ ବୋର୍ଡ ସଭାପତି ସତ୍ୟକାମ ମିଶ୍ର । ଅଧିକ ପଢନ୍ତୁ

10th Exam Pattern Change
10th Exam Pattern Change
author img

By

Published : May 25, 2023, 7:59 PM IST

Updated : May 25, 2023, 8:08 PM IST

10th Exam Pattern Change: ନିଷ୍ପତ୍ତିକୁ ପୂର୍ବତନ ବୋର୍ଡ ସଭାପତିଙ୍କ ସ୍ବାଗତ

କଟକ: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବୋର୍ଡ଼ ସଭାପତି ସତ୍ୟକାମ ମିଶ୍ର । ଏହି ପଦ୍ଧତିକୁ ସେ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଯେ ପରୀକ୍ଷାର କୌଣସି ପଦ୍ଧତି ପରିବର୍ତ୍ତନ କରାଯାଇନାହିଁ । ମାତ୍ର କେବଳ ସମୟକୁ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ ବୋର୍ଡ ସଭାପତି ସତ୍ୟକାମ ମିଶ୍ର ।

ଏନେଇ ସେ କହିଛନ୍ତି, "ପରୀକ୍ଷାର କୌଣସି ପଦ୍ଧତି ପରିବର୍ତ୍ତନ କରାଯାଇନାହିଁ । ମାତ୍ର କେବଳ ସମୟକୁ ପରିବର୍ତ୍ତନ କରାଯାଇଛି । କାରଣ ପୂର୍ବରୁ ଗୋଟିଏ ବର୍ଷରେ ଯେଉଁ ସମ୍ମେଟିଭ ପରୀକ୍ଷା କରାଯାଉଥିଲା । ବାର୍ଷିକ ସିଲାବସ୍‌କୁ ଭାଗ ଭାଗ କରାଯାଇ ପରୀକ୍ଷା କରାଯାଉଥିଲା । ଏହାଦ୍ବାରା ଛାତ୍ରଛାତ୍ରୀ କେବଳ ଅଳ୍ପ ପାଠ ପଢ଼ି ପରୀକ୍ଷା ଦେଉଥିଲେ । ଆଉ ମାର୍କ ରଖୁଥିଲେ । ମାତ୍ର ସେମାନେ ଯେଉଁ ପାଠପଢି ପରୀକ୍ଷା ଦେଉଥିଲେ, ଦ୍ବିତୀୟ ପରୀକ୍ଷା ବେଳେ ତାହାକୁ ଆଉ ପଢ଼ିବାକୁ ପଡ଼ୁନଥିଲା । ଫଳରେ ଛାତ୍ରଛାତ୍ରୀ ବିଷୟବସ୍ତୁକୁ ସଠିକ ଭାବରେ ନପଢ଼ି ପରୀକ୍ଷା ଦେଉଥିଲେ । ପରେ ଭୁଲି ଯାଉଥିଲେ । ଯାହାକି ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ମଧ୍ୟ ପଡୁଥିଲା । ବର୍ତ୍ତମାନ ପୂର୍ବପରି ଯେଉଁ ଢାଞ୍ଚା କରାଯାଇଛି, ସେଥିରେ ଛାତ୍ରଛାତ୍ରୀ ଗୋଟିଏ ବର୍ଷର ସିଲାବସକୁ ପଢି ମନେ ରଖିବାକୁ ପଡିବ । ଯାହାକି ସେମାନଙ୍କ ଭବିଷ୍ୟତରେ ବେଶ ସହାୟକ ହେବ ।"

ନୂତନ ଢାଞ୍ଚାରେ କମିବ କି ପାସ ପ୍ରତିଶତ ହାର !

କରୋନା ସମୟରେ ଏବଂ ପରେ ମାଟ୍ରିକ ପରୀକ୍ଷାରେ ଯେଉଁ ରେଜଲ୍ଟ ହେଉଥିଲା ତାହା ବୋର୍ଡ ଇତିହାସରେ ସର୍ବାଧିକ ପାସ ହାର । କାରଣ ସମେଟିଭ ପରୀକ୍ଷା ମାଧ୍ୟମରେ ସେମାନଙ୍କୁ ଗ୍ରେସ ମାର୍କ ଦିଆଯାଉଥିଲା । କରୋନା ପରେ ବୋର୍ଡରେ ସବୁଠାରୁ ଭଲ ପ୍ରତିଶତ ରେଜଲ୍ଟ ହେବା ପଛରେ ଅନ୍ୟ ଏକ କାରଣ ମଧ୍ୟ ଥିଲା । କାରଣ ସ୍କୁଲ ହାତରେ କିଛି ମାର୍କ ରହୁଥିଲା । ଯାହାଫଳରେ ଅନେକ ଛାତ୍ରଛାତ୍ରୀ ପାସ କରୁଥିଲେ। ତେବେ ଏହି ନୂଆ ପଦ୍ଧତିରେ ବି ପାସ ହାର କମିବ ନାହିଁ ବୋଲି ବରିଷ୍ଠ ଶିକ୍ଷାବିତ ଡକ୍ଟର ମିଶ୍ର କହିଛନ୍ତି । ତାଙ୍କ କହିବା ମୁତାବକ ସ୍କୁଲରେ ଯେଉଁ ଇଣ୍ଟରନାଲ ମାର୍କ ବ୍ୟବସ୍ଥା ରହିଛି ସେଥିରେ ଅର୍ଥାତ ପ୍ରତି ବିଷୟରେ ୨୦ ମାର୍କ ସ୍କୁଲ ପରିଚାଳନା କରିବ । ଏହି ୨୦ ମାର୍କ ମଧ୍ୟରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଅତି କମ୍‌ରେ ୧୭ / ୧୮ ମାର୍କ ରଖିବେ ଏବଂ ବାର୍ଷିକ ପରୀକ୍ଷାରେ ଅଳ୍ପ କିଛି ମାର୍କ ରଖିଦେଲେ ପାସ୍‌ କରିବା ସହଜ ହୋଇଯିବ । ଏସବୁକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାସ ହାରରେ ଏହି ଢାଞ୍ଚା କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶିକ୍ଷାବିତ୍‌ ଆକଳନ କରିଛନ୍ତି ।

ଏହା ବି ପଢନ୍ତୁ- ଉଠିଲା ସମ୍ମେଟିଭ ପାର୍ଟନ; ଜୁଲାଇ ୩ରୁ ସପ୍ଲିମେଣ୍ଟାରୀ ପରୀକ୍ଷା

କରୋନା ମହାମାରୀରେ ସୁଧାର ଆସିବା ପରେ ପୁଣି ମାଟ୍ରିକ ପରୀକ୍ଷାର ଢାଞ୍ଚାକୁ ବଦଳାଯାଇଛି । ଏଣିକି ଦୁଇଟି ପରୀକ୍ଷା ବଦଳରେ ବର୍ଷରେ ମାତ୍ର ଗୋଟିଏ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ଅର୍ଥାତ ପରୀକ୍ଷାର୍ଥୀ ବର୍ଷରେ ୬୦୦ ମାର୍କର ପରୀକ୍ଷା ଦେବେ । ମାତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପୂର୍ବଭଳି ତ୍ରୟ ମାସିକ ପରୀକ୍ଷା ହେବ । ଏହି ପରୀକ୍ଷା ସ୍କୁଲ ସ୍ତରରେ କରାଯିବ । ଡିଇଓ ସ୍ତରରେ ଏହି ପରୀକ୍ଷା କରାଯିବ । ଏହାର ଫଳାଫଳର ୨୦ ପ୍ରତିଶତ, ବାର୍ଷିକ ପରୀକ୍ଷାରେ ଯୋଡ଼ି ହେବ ବୋଲି ଆୟୋଜିତ ଏକ ପ୍ରେସ୍‌ମିଟ୍‌ରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କୋରୋନା ପାଇଁ ପୂର୍ବରୁ ଯେଉଁ ସମ୍ମେଟିଭ୍‌ ପରୀକ୍ଷାର ଆୟୋଜନ କରାଯାଉଥିଲା ସେଥିରେ ପରିବର୍ତ୍ତନ କରିଛି ବୋର୍ଡ ।

ଇଟିଭି ଭାରତ, କଟକ

Last Updated : May 25, 2023, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.