ETV Bharat / state

ବଡ଼ମ୍ବା ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା, ହେପାଜତରେ ରେଞ୍ଜର ସମେତ 16 କର୍ମଚାରୀ - suspicious death of accused in badamba

ବଡ଼ମ୍ବା ଅଭିଯୁକ୍ତ ମୃତ୍ୟୁ ଘଟଣା । ପୋଲିସ ହେପାଜତରେ ମୃତକ ଧନେଶ୍ବର ବେହେରାକୁ ପଚରାଉଚରା କରୁଥିବା ରେଞ୍ଜର । ଅଧିକ ପଢନ୍ତୁ

suspicious death of accused
ବଡ଼ମ୍ବା ହେପାଜତରେ ଅଭିଯୁକ୍ତ ମୃତ୍ୟ ଘଟଣା
author img

By

Published : Feb 8, 2023, 2:00 PM IST

ବଡ଼ମ୍ବା ହେପାଜତରେ ଅଭିଯୁକ୍ତ ମୃତ୍ୟ ଘଟଣା

କଟକ: ବଡମ୍ବା ବନ ବିଭାଗ ହେପାଜତରେ ଥିବା ଜଣେ ଅଭିଯୁକ୍ତ ଧନେଶ୍ବର ବେହେରାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଧନେଶ୍ଵର ବେହେରାକୁ ପଚରାଉଚରା କରୁଥିବା ଅଧିକାରୀ ଏବେ ନିଜେ ଅଭିଯୁକ୍ତ ସନ୍ଦେହରେ ଥାନାରେ ଅଟକ ହୋଇଛନ୍ତି । ଆଠଗଡ ବନଖଣ୍ଡର ଦୁଇ ଜଣ ACFO, ବଡମ୍ବା ରେଞ୍ଜରଙ୍କ ସମେତ ୧୬ ଜଣ ବନ କର୍ମଚାରୀ ଏବେ ପୋଲିସ ହେପାଜତରେ ରହିଥିବା ସୂଚନା ମିଳିଛି ।

ତେବେ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ନେଇଥିବା ଅଭିଯୁକ୍ତମାନେ ଏବେ ବଖାଣିଛନ୍ତି ସେ କାଳରାତ୍ରୀର କାହାଣି । ବନବିଭାଗ ଉଠାଇନେଇଥିବା ୪ ଅଭିଯୁକ୍ତଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଅକଥନୀୟ ନିର୍ଯାତନା ସହ ଘଣ୍ଟା ଘଣ୍ଟା ଧରି ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗ ଆଣିଛନ୍ତି ।

ବଡମ୍ବା ସାତଗୋଛିଆ ଗାଁର ମୃତ ଧନେଶ୍ବରଙ୍କ ସହ ଧନେଶ୍ବରଙ୍କ ଗାଁ ପାଖ ଶ୍ୟାମସୁନ୍ଦରପୁର ଗାଁରୁ ରାଜକିଶୋର ପ୍ରଧାନ,ସେରୁଆ ଗାଁର ବିରଞ୍ଚି ଜାନି,ଗୋପପୁରର ରାଜୀବ ସ୍ବାଇଁଙ୍କୁ ବନ କର୍ମଚାରୀମାନେ ନିଜ ହେପାଜତକୁ ନେଇଥିଲେ । ଏମାନଙ୍କ କହିବା ଅନୁଯାୟୀ ବନ କର୍ମଚାରୀ ତାଙ୍କୁ ନେଇ ବିଭିନ୍ନ ବିଟ୍‌ ଘରେ ରଖି ଦେଇଥିଲେ ଶାରୀରିକ ମାନସିକ ଯନ୍ତ୍ରଣା ଦେଇଥିଲେ । ଯାହାକୁ ନେଇ ଧନେଶ୍ବରଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି ରାଜକିଶୋର ପ୍ରଧାନ ।

ଏହା ବି ପଢନ୍ତୁ...ପଚରାଉଚରା ସମୟରେ ଅଭିଯୁକ୍ତର ମୃତ୍ୟୁ, ରେଞ୍ଜରଙ୍କ ସମେତ 7 ବନ କର୍ମଚାରୀ ଥାନାରେ ଅଟକ

ଅନ୍ୟପଟେ ପୋଲିସ ଆଠଗଡ ଥାନାରେ ଜଣକ ପରେ ଜଣକୁ ମାରାଥାନ ଜେରା କରିବା ପରେ ଗତକାଲି ଘଟଣା ତଦନ୍ତକାରି ଅଧିକାରୀ ଆଠଗଡ SDPO ମୃତ ଧନେଶ୍ଵରର ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣା ଘଟିଥିବା ବିଭିନ୍ନ ସ୍ଥାନରେ ଛାନଭିନ କରିଛନ୍ତି । ଏହି ଘଟଣାରେ ବନ ବିଭାଗର କେଉଁ ମାନେ ଧନେଶ୍ୱରଙ୍କୁ ଉଠାଇ ଆଣିଥିଲେ ଓ କାହା ମାଡରେ ଧନେଶ୍ୱରଙ୍କ ମୃତ୍ୟୁ ହେଲା ତାହା ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବେ ବୋଲି ଆଠଗଡ SDPO ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି, ଫେବୃଆରୀ 6 ତାରିଖରେ ପୋଲିସ ହେପାଜତରେ ଧନେଶ୍ବର ବେହେରାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଲେ ବଡମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗାଁର ୫୯ ବର୍ଷିୟ ଧନେଶ୍ବର ବେହେରା । ଏକ ଦନ୍ତାହତୀର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ପରେ ବଡମ୍ବା ବନ ବିଭାଗ ମୃତକ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.