ETV Bharat / state

ଏଣିକି ବର୍ଷସାରା ବ୍ୟବସାୟ କରିବେ ଏସଏସଜି ମହିଳା - ସ୍ବୟଂ ସହାୟକ ଗୋଷ୍ଠୀ

ଏଣିକି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ହାତ ତିଆରି ଜିନିଷକୁ ବର୍ଷସାରା କରି ପାରିବେ ବିକ୍ରି । ଆଉ ବାଲିଯାତ୍ରା ପାଇଁ ଅପେକ୍ଷା କରିବାକୁ ହେବ ନାହିଁ । ଏନେଇ ପଦକ୍ଷେପ ନେଇ ବୁଧବାର ଓରମାସ ପକ୍ଷରୁ ଆୟୋଜିତ ହୋଇଛି କ୍ରେତା-ବିକ୍ରେତା କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 18, 2019, 7:06 PM IST

Updated : Sep 18, 2019, 8:04 PM IST

କଟକ: ଆର୍ଥିକ କ୍ଷେତ୍ରରେ ଶସକ୍ତ ହେବେ ଗ୍ରାମୀଣ ମହିଳା । ନିଯୁକ୍ତି ଦୁଃଖରେ ପଡିବ ପୂର୍ଣ୍ଣଛେଦ। ଅବଶୋଷର ଆକାଶରେ ଦୃଶ୍ୟ ହେଲା ଆଶାର କିରଣ । ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ହାତ ତିଆରି ଜିନିଷକୁ ସିଧାସଳଖ ପରଖି କଣିବେ ରାଜ୍ୟ ତଥା ରାଜ୍ୟ ବାହାର ପ୍ରମୁଖ କମ୍ପାନୀ । ଯାହାଦ୍ବାରା ଗ୍ରାମୀଣ ମହିଳା ମାନେ ସଶକ୍ତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ।

ବର୍ଷସାରା ବ୍ୟବସାୟ କରିବେ ଏସଏସଜି ମହିଳା

ଆର୍ଥିକ ସ୍ବଚ୍ଛଳତା ପାଇବା ସହ ଓ ଘରେ ବସି ନିଜର ହାତ ତିଆରି ଜିନିଷ ବିକ୍ରି କରି ପାରିବେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । ବୁଧବାର ଓରମାସ ପକ୍ଷରୁ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି କ୍ରେତା ବିକ୍ରେତା ବୈଠକରେ ଉଦ୍ୟୋଗପତି ଏବେ ସିଧାସଳଖ ଗ୍ରାମୀଣ ମହିଳାଙ୍କ ପାଖରୁ ହାତ ତିଆରି ସାମଗ୍ରୀ ମିଜେ ପରଖି କିଣିପାରିବେ ବୋଲି ବୈଠକରେ କୁହାଯାଇଛି। ଯାହା ଦ୍ବାରା ବେଶ ଲାଭବାନ ହେବେ ଏହି ମହିଳାମାନେ । ବୁଧବାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଏସଏସଜି ମହିଳା ନିଜ ହାତ ତିଆରି ଜିନିଷ ପ୍ରମୁଖ ଉଦ୍ୟୋଗପତି ମାନକୁ ଦେଖାଇଥିଲେ ।

ପୂର୍ବରୁ ଏହି ହାତ ତିଆରି ଜିନିଷ କେବଳ ବାଲିଯାତ୍ରା ସମୟରେ ବିକ୍ରି ପାଇଁ ଉପଲବ୍ଧ ହେଉଥିଲାଏ କିନ୍ତୁ ଏବେ ବର୍ଷର ସବୁ ସମୟରେ ଏହାକୁ ବିକ୍ରି କରି ପାରିବେ ମହିଳା । ଓରମାସ ପକ୍ଷରୁ ଏହି ପ୍ରୟାସ ନିଶ୍ଚିତ ରୂପେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଆତ୍ମବିଶ୍ବାସ ବଢ଼ାଇବା ସହ ତାଙ୍କ ମୁହଁରେ ହସ ଫୁଟାଇବ ବୋଲି ଆଶା କରାଯାଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆର୍ଥିକ ଦିଗରେ ମହିଳା ହେବେ ସଶକ୍ତ । ନିଯୁକ୍ତି ଦୁଃଖ ରେ ପଡିଲା ପୂର୍ଣଛେଦ । ଅବଶୋଷ ର ଆକାଶରେ ଦୃଶ୍ୟ ହେଲା ଆଶା ର କିରଣ । ଏବେ ସୋୟଂ ସହାୟକ ଗୋଷ୍ଠି ହାତ ତିଆରି ଜିନିଷ କୁ ସିଧାସଳଖ ପରଖୀ କଣିବେ ରାଜ୍ୟ ତଥା ରାଜ୍ୟ ବାହାର ରପ୍ରମୁଖ କମ୍ପାନୀ ।ଯାହାଦ୍ୱାରା ଗ୍ରାମୀଣ ମହିଳା ମାନେ ସଶକ୍ତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ।

Body:ଭିଓ୧: ଆତ୍ମନିର୍ଭରଶୀଳ ଦିଗରେ ଗ୍ରାମୀଣ ମହିଳା । ଆର୍ଥିକ ସ୍ୱଚ୍ଛତା ଓ ଘରେ ବସି ନିଜର ହାତ ତିଆରି ଜିନିଷ ବିକ୍ରି କରିବେ ସୋୟଂ ସହାୟକ ଗୋଷ୍ଠିର ମହିଳାମାନେ । କାରଣ ଆଜି ଓରମାସ ପକ୍ଷରୁ ଆଜି ବସିଥିବା ବୈଠକ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । କି ଜଣେ ଉଦ୍ୟୋଗପତି ଏବେ ସିଧାସଳଖ ଏକ ଗ୍ରାମୀଣ ମହିଳା ପାଖରୁ ନିର୍ମିତ ହାତ ତିଆରି ସାମଗ୍ରୀ ପରଖି କିଣିପାରିବ। ଯାହା ଦ୍ୱାରା ବେଶ ଲାଭ ବାନ ହେବେ ଏହି ସମସ୍ତ ଗୋଷ୍ଠି ର ମହିଳା । ଆଉ ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ବୃଦ୍ଧି ପାଇବ ।ତେବେ ଆଜିର ଏହି କ୍ରେତା ବିକ୍ରେତା ବୈଠକ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଭିନ୍ନ ଜିଲାର ଏସଏସଜି ଗୋଷ୍ଠି ର ମହିଳା ନିଜ ହାତ ତିଆରି ଜିନିଷ ପ୍ରମୁଖ ଉଦ୍ୟୋଗତି ମାନକୁ ଦେଖାଇଥିଲେ । ଯାହା ଦ୍ୱାରା ବ୍ୟବସାୟ ର ଆଉ ଏକ ଶାଖା ନିର୍ମାଣ ହେଲା ବୋଲି କହିଛନ୍ତି କଟକ ଓରମାସ ଏକଜୁଟିଭ ଶ୍ରୀକାନ୍ତ ପରିଜା ।

ବାଇଟ: ଶ୍ରୀକାନ୍ତ ପରିଜା( କଟକ ଓରମାସ ଏକଜୁଟିଭ )

ଭିଓ୨: ପୂର୍ବରୁ ଏହି ହାତ ତିଆରି ଜିନିଷ କେବଳ ବାଲିଯାତ୍ରା ସମୟରେ ବିକ୍ରି ପାଇଁ ଉପଯୋଗ ହୋଇଥାଏ ବୋଲି କହିଛନ୍ତି ମହିଲା । ତେବେ ଓରମାସ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଆମ ଘରକୁ ଆର୍ଥିକ ଦିଗରେ ସ୍ୱଚ୍ଛଳ କରାଇବ ବୋଲି ଆମର ଆଶା ବୋଲି କହିଛନ୍ତି ସୌୟଂ ସହାୟକ ଗୋଷ୍ଠି ମହିଳା ।

ବାଇଟ: ଶକୁନ୍ତଳା ମୁଦୁଲି( ଏସଏସଜି ଗ୍ରୁପ ସଦସ୍ୟ )

Conclusion:ଫାଭିଓ: ତେବେ ଓରମାସ ପକ୍ଷରୁ ଏହି ପ୍ରୟାସ ନିଶ୍ଚିତ ରୂପେ ଏକ ଗରିବ ଶ୍ରେଣୀୟ ଘରେ କେତେ ମାତ୍ରାରେ ହସ ଫୁଟାଇବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
Last Updated : Sep 18, 2019, 8:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.