ETV Bharat / state

ଭଟ୍ଟାରିକା ମନ୍ଦିରରେ ପଶିଲା ବର୍ଷର ପ୍ରଥମ ବନ୍ୟା ଜଳ

author img

By

Published : Aug 27, 2020, 9:40 AM IST

Updated : Aug 27, 2020, 10:20 AM IST

ରାଜ୍ୟବାସୀଙ୍କୁ କଲବଲ କରିବାରେ ଲାଗିଛି ଲଘୁଚାପଜନିତ ଲଗାଣ ବର୍ଷା । ଏମିତିରେ ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଫଳରେ ଭଟ୍ଟାରିକାରେ ପ୍ରବେଶ କରିଛି ବନ୍ୟାପାଣି ।

flood water in bhattarika temple, cuttack latet news, flood like situaion in cuttack, flood situation in mahanadi, mahanadi water in bhattarika, ଭଟ୍ଟାରିକାରେ ବନ୍ୟା ଜଳ, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ ବନ୍ୟା ପରିସ୍ଥିତି, ମହାନଦୀରେ ବନ୍ୟା ପରିସ୍ଥିତି, ଭଟ୍ଟାରିକାରେ ମହାନଦୀ ଜଳ
ଭଟ୍ଟାରିକା ମନ୍ଦିରରେ ପଶିଲା ବର୍ଷର ପ୍ରଥମ ବନ୍ୟା ଜଳ

କଟକ: ରାଜ୍ୟବାସୀଙ୍କୁ କଲବଲ କରିବାରେ ଲାଗିଛି ଲଘୁଚାପଜନିତ ଲଗାଣ ବର୍ଷା । ଏମିତିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଫୁଲିବାରେ ଲାଗିଛି ରାଜ୍ୟର ବିଭିନ୍ନ ନଦୀ । ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଫଳରେ ଭଟ୍ଟାରିକାରେ ପ୍ରବେଶ କରିଛି ବନ୍ୟାପାଣି । ଦେବୀଙ୍କ ପୀଠରେ ବନ୍ୟା ଜଳ ପ୍ରବେଶ କରିବା ଯଦିଓ ନୂଆ ଘଟଣା ନୁହେଁ । ତେବେ ଚଳିତବର୍ଷ ପୀଠ ନିକଟରେ ପହଞ୍ଚିଛି ପ୍ରଥମ ବନ୍ୟା ଜଳ ।

ସୂଚନା ଅନୁଯାୟୀ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ଗୁରୁବାର ସକାଳେ ପ୍ରାୟ 4 ଫୁଟର ବନ୍ୟା ଜଳ ପ୍ରବେଶ କରିବା ଫଳରେ ମା’ଙ୍କ ପ୍ରତିମାକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗତ ଦୁଇ ସପ୍ତାହ ଧରି ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ସହ ହୀରାକୁଦର ଗେଟ ଖୋଲିବାରୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏମିତିରେ ମହାନଦୀ ଅବବାହିକାରେ ଥିବା ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି ଚଳିତବର୍ଷର ପ୍ରଥମ ବନ୍ୟା ଜଳ ।

ଏପରି ସ୍ଥିତିକୁ ନଜରରେ ରଖି ମା’ଙ୍କ ପ୍ରତିମାକୁ ପାହାଡ ଉପରେ ଥିବା ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ମା’ଙ୍କର ସମସ୍ତ ନୀତିକାନ୍ତି ସମାପନ କରାଯାଉଛି । ତେବେ ମହାନଦୀରେ 7 ଲକ୍ଷରୁ ଉର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହିତ ହେଲେ ମନ୍ଦିର ମଧ୍ୟରେ ବନ୍ୟା ଜଳ ପ୍ରବେଶ କରିଥାଏ ବୋଲି ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 27, 2020, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.