ETV Bharat / state

ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ମଞ୍ଜୁଳା, ଆଜି ପ୍ରାଥମିକ ଅସ୍ତ୍ରୋପଚାର ଶେଷ

author img

By

Published : Jul 17, 2021, 7:30 PM IST

ସାପ କାମୁଡାରେ ଆହତ ହୋଇଥିବା ନବରଙ୍ଗପୁର ଜିଲ୍ଲା ମଞ୍ଜୁଳାର ପ୍ରାଥମିକ ଅସ୍ତ୍ରୋପଚାର ଏସସିବି ମେଡିକାଲରେ ଶେଷ ହୋଇଛି । ଅଧିକ ପଢନ୍ତୁ...

ମଞ୍ଜୁଳାର ପ୍ରାଥମିକ ଅସ୍ତ୍ରୋପଚାର ଶେଷ
ମଞ୍ଜୁଳାର ପ୍ରାଥମିକ ଅସ୍ତ୍ରୋପଚାର ଶେଷ

କଟକ: ସାପ କାମୁଡ଼ାରେ ଗୁରୁତର ହୋଇଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ହଳଦୀ ପଞ୍ଚାୟତ ବାଲିଝର ଗାଁର 9 ବର୍ଷୀୟ ଝିଅ ମଞ୍ଜୁଳା ଅନ୍ତିର ପ୍ରଥମ ପ୍ଲାଷ୍ଟିକ ଅସ୍ତ୍ରୋପଚାର ଶେଷ ହୋଇଛି । ମଞ୍ଜୁଳାର ପଚି ଯାଇଥିବା ଡାହାଣ ହାତକୁ ବଞ୍ଚାଇବା ପାଇଁ SCB ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରମାନେ ଚେଷ୍ଟା କରୁଛନ୍ତି ।

ଆଜି(ଶନିବାର) ମଞ୍ଜୁଳାଙ୍କ ପେଟରୁ ମାଂସ ନେଇ ଆଙ୍ଗୁଠି ଓ ପଚି ଯାଇଥିବା ହାତର କିଛି ଅଂଶରେ ପକାଇଛନ୍ତି ଡାକ୍ତର । ୩ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ହାତର ସ୍ଥିତି ଦେଖି ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି ପ୍ରଫେସର ଡ଼ ବିଭୁତି ଭୂଷଣ ନାୟକ। ତେବେ ଏସିବି ମେଡିକାଲ ପକ୍ଷରୁ ମଞ୍ଜୁଳାଙ୍କ ସମସ୍ତ ଚିକିତ୍ସା ପାଇଁ 4 ଜଣିଆ ଡାକ୍ତରୀ ଟିମ ଗଠନ ହୋଇଛି । ତାଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ହେଉଛି । ମଞ୍ଜୁଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.